-+91-9937148622 |
prerana_bgr@rediffmail.com |
Sunday 27th September 2026 |
R.N.I. Regd No. ODIODI/2010/46693
Breaking News
24-Sep-2024
ଫୁଲବାଣୀ(କ୍ଷୀରୋଦ କୁମାର ସାହାଣୀଙ୍କ ରିପୋର୍ଟ) କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଖବର ସରବରାହ ସଂଗଠନ 'କନ୍ଧମାଳ ମିଡ଼ିଆ ଫୋରମ' ର ସଭାପତି ସୂର୍ଯ୍ୟନାରାୟଣ ବେହେରାଙ୍କ ନେତୃତ୍ୱରେ ଫୁଲବାଣୀ ପୌର ପରିଷଦ ଅନ୍ତର୍ଗତ ପିଅନ ପଡା ପାର୍ଶ୍ୱରେ କୁଳୁକୁଳୁ ହୋଇ ବହିଯାଉଥିବା ପିଲାସାଲୁଁକି ନଇଁ କୂଳେ କୂଳେ ମିଡ଼ିଆ ଫୋରମର ବୃକ୍ଷରୋପଣ କାର୍ଯ୍ୟକ୍ରମ ରବରେଣ୍ୟ ସନମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ
ରମେଶ ଚନ୍ଦ୍ର ଜେନା, ଓ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ ଏବଂ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଫୁଲବାଣୀ ପୌର ପରିଷଦ ଅଧକ୍ଷା ଶ୍ରୀମତୀ ପାୟଲ ବେହେରା,ଫୁଲବାଣୀ ବନ ଖଣ୍ଡ ଅଧିକାରୀ ଶିବାନନ୍ଦ ଲେଙ୍କା କରକମଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରା ଯାଇଥିଲା | ମିଡ଼ିଆ ଫୋରମର ସଦସ୍ୟ ମାନେ ନଇଁ କୂଳେକୁଳେ ଶତାଧିକ ମୂଲ୍ୟବାନ ଫଳ ଗଛ ଲଗେଇଥିଲେ | ଏହାଦ୍ୱାରା ପରିବେଶ ସୁରକ୍ଷା ହୋଇପାରିବା ସହିତ ସବୁଜ ବନାନୀ ସୃଷ୍ଟି ହେବ, ବର୍ତ୍ତମାନ ଦିନକୁଦିନ ବଣ ଜଙ୍ଗଲ ଧ୍ବଂସ ପାଇଯାଉଥିବା ସମୟରେ ମିଡ଼ିଆ ଫୋରମର ଏଭଳି ବୃକ୍ଷ ରୋପଣ କାର୍ଯ୍ୟକ୍ରମର ବହୁ ଗୁରୁତ୍ୱ ବହନ କରୁଛି | ମିଡ଼ିଆ ଫୋରମର ବୃକ୍ଷରୋପଣ ଭଳି ଏକ ମହତ କାର୍ଯ୍ୟକ୍ରମ ଆଗାମୀ ଦିନରେ ପରିବେଶ ସୁରକ୍ଷା ଓ ନୂତନ ଜଙ୍ଗଲ ସୃଷ୍ଟି କରିବାରେ ସହାୟକ ହେବ ବୋଲି ପିଅନ ପଡା
ଅଞ୍ଚଳବାସୀ ମତ ଦେଇଦେଇଛନ୍ତି ଏବଂ ମିଡ଼ିଆ ଫୋରମର ସଭାପତି ସୂର୍ଯ୍ୟନାରାୟଣ ବେହେରା ଓ ସାଧାରଣ ସମ୍ପାଦକ ଶିବ ବିଶ୍ୱାଳ ସମେତ ଫୋରମର ସମସ୍ତ କର୍ମକର୍ତା ମାନଙ୍କୁ ଭୁୟସୀ ପ୍ରଶଂସା କରିଥିବାର ଦେଖିବାକୁ ମିଳିଛି |
ଆଜିର ମିଡ଼ିଆ ଫୋରମର ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସଭାପତି ସୂର୍ଯ୍ୟନାରାୟଣ ବେହେରା ଓ ସାଧାରଣ ସମ୍ପାଦକ ଶିବ ବିଶ୍ୱାଳ,ଉପସଭାପତି ରମେଶଚନ୍ଦ୍ର ପ୍ରଧାନ , ଯୁଗ୍ମ ସମ୍ପାଦକ ଶିବ ନାୟକ ସହିତ ପୂର୍ବତନ ସଭାପତି ଶିବାନନ୍ଦ ପଟନାୟକ, ସୁନୀଲ ବିଶ୍ୱାଳ, ପୂର୍ବତନ ସମ୍ପାଦକ ଆଦିତ୍ୟ କୁମାର ତ୍ରିପାଠୀ, ପୂର୍ବତନ ଉପସଭାପତି ବାଦ୍ୟନାଥ ନାୟକ, ପ୍ରଶାନ୍ତ ପଣ୍ଡା, ସତ୍ୟନାରାୟଣ ବେହେରା, ବରିଷ୍ଠ ସାମ୍ବାଦିକ ଅଜିତ ମହାରଣା, ପ୍ରଶାନ୍ତ ଜେନା, ସନ୍ତୋଷ ପଟନାୟକ, କନ୍ହା ପଟନାୟକ ସମେତ ଫୋରମର ଅନ୍ୟ ସମସ୍ତ ସଦସ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ