-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
23-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଦଶମ ଶ୍ରେଣୀ ପରୀକ୍ଷାକୁ ଦୃଷ୍ଟିରେ ରଖି ଯମୁନା କନ୍ଧୁଣି ବାଳିକା ଉଚ୍ଚ ବିଦ୍ୟାଳୟର ୭ଜଣ ଛାତ୍ରୀ ଙ୍କୁ "ଉଜ୍ବଳ ତାରକା " ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଭିଭାବକଙ୍କ ସହିତ ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଛି l ଛାତ୍ରୀ ମାନେ ହେଲେ ଲକ୍ଷ୍ମୀପ୍ରିୟା ଭୋଇ, ପୁନମ ଭୋଇ, ପ୍ରିତିମୟୀ ସାହୁ, ହିମlନୀ ପ୍ରଧାନ,ପ୍ରଜ୍ଞାଭାରତୀ ତାଣ୍ଡି, ସିମ୍ପଲ୍ ଭୋଇ, ପ୍ରାଚୀ ସାହୁ ଏହି ମେଧାବୀ ଛାତ୍ରୀ ମାନଙ୍କୁ ସ୍ଵତନ୍ତ୍ର ଦୃଷ୍ଟି ଦେବା ପାଇଁ ଆଲୋଚନା ହୋଇଥିଲା ।ବିଦ୍ୟାଳୟର ବରିଷ୍ଠ ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲା ଘୋଷଣା କରିଥିଲେ ଯେ,୯୦ % ବୋର୍ଡ ପରୀକ୍ଷାରେ ଯେଉଁ ଛାତ୍ରୀ ମାନେ ରଖିବେ ତାଙ୍କୁ ଦଶହଜାର ଟଙ୍କା ଲେଖlଏଁ ସହିତ ଟ୍ରଫି ନିଜେ ପ୍ରଦାନ କରିବେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡାଙ୍କ କହିବା ମୁତାବକ ଦଶମ ଶ୍ରେଣୀର ସମସ୍ତ ଛାତ୍ରୀଙ୍କୁ ଛୁଟି ଦିନ ମାନଙ୍କରେ ଅଭିଜ୍ଞ ଶିକ୍ଷକ, ଆଲୁମିନୀ, ମାନଙ୍କ ଦ୍ଵାରା ପୂର୍ବ ବର୍ଷ ପରି ସ୍ଵତନ୍ତ୍ର "ସନ୍ଦେହ ମୋଚନ" କ୍ଲାସ କରାଯିବ।ସପ୍ତାହ ରେ ଦୁଇ ଦିନ ଛାତ୍ରୀ ମାନଙ୍କ ଗୃହ ପରିଦର୍ଶନ ଶିକ୍ଷକ,ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ପରିଚାଳନା କମିଟିଙ୍କ ଦ୍ଵାରା କରାଯିବ। ଏହି ସମ୍ବଦ୍ଧନା ସଭାର ମୂଖ୍ୟ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେର , କମିଟିର ବରିଷ୍ଠ ସଭ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଧୀରେନ୍ଦ୍ର ମହାନ୍ତି , ଦୁର୍ଯୋଧନ ପୁଟl ଉପସ୍ଥିତ ଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଛୁଟି ଦିନରେ ପାଠ ପଢ଼ାଇବା ପାଇଁ ଉତ୍ସାହ ପ୍ରକାଶ କରୁଥିବାରୁ ଅଭିଭାବକ ମାନେ ଭୂୟସୀ ପ୍ରଶଂସା କରିଥିଲେ