-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
23-Sep-2024
ବରଗଡ଼:(ନିରଞ୍ଜନ ତ୍ରିପାଠୀ)-ଭାରତୀୟ ସଂସ୍କୃତି ବିଶ୍ଵ ବନ୍ଦନୀୟ ସଂସ୍କୃତି।ତେବେ ସଂସ୍କୃତ ଭାଷା ବିନା ସଂସ୍କୃତି ଅସମ୍ପୂର୍ଣ୍ଣ।ସଂସ୍କୃତ ଭାଷା ଆମ ସଂସ୍କୃତିକୁ ସୁଦୃଢ଼ କରିବା ସହ ମଣିଷ ଜୀବନକୁ ସଂସ୍କାରିତ କରେ ସଂସ୍କୃତ । ତେଣୁ ସଂସ୍କୃତ ଭାଷାର ସୁରକ୍ଷା ଆମ ସମସ୍ତଙ୍କ ପରମ କର୍ତ୍ତବ୍ୟ ବୋଲି ସୋମବାର ବରଗଡ଼ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳନ ଅବସର ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବରଗଡ଼ ଲୋକ ସଭା ସାଂସଦ ପ୍ରଦୀପ ପୁରୋହିତ ମତ ବ୍ୟକ୍ତ କରିଛନ୍ତି।ସଂଘ ର ସଭାପତି ସୁରେଶ ଚୌହାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ ଯୋଗ ଦେଇ ସଂସ୍କୃତ ଭାଷାର ସୁରକ୍ଷା ଓ ସଂସ୍କୃତ ଶିକ୍ଷକ ମାନଙ୍କ ସମସ୍ୟା ଗୁଡ଼ିକର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଉଲ୍ଲେଖ କରିଥିବା ବେଳେ ଉଭୟ ସାଂସଦ ଓ ବିଧାୟକ ବରଗଡ଼ ଜିଲ୍ଲାରେ ଏକ ସଂସ୍କୃତ ଶିକ୍ଷକ ଭବନ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ମୁଖ୍ୟବକ୍ତା ଶ୍ରୀ ସଦାଶିବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପୁରୀ ପ୍ରାଧ୍ୟାପକ ଡ଼ ସୁଶାନ୍ତ ରାୟ ଯୋଗ ଦେଇ ସଂସ୍କୃତ ଭାଷାର ବ୍ୟବହାରିକ ଦିଗ ଉପରେ ଗଭୀର ଆଲୋକପାତ କରିଥିଲେ।ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜ୍ୟୋତି କାନ୍ତ ସାହୁ ବରଗଡ଼ ବିଇଓ ଡ. ସୁରେନ୍ଦ୍ର ସାହୁ ବିଜୟ ପଲ୍ଲୀ ସଂସ୍କୃତ ମହା ବିଦ୍ୟାଳୟ ଅଧ୍ୟକ୍ଷ ଡ. ବଦ୍ରି ନାରାୟଣ ପୂଝାରୀ ,ଅଧ୍ୟାପକ ହରିଶ୍ଚନ୍ଦ୍ର ହୋତା ଜର୍ଜ ହାଇସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶାଶ୍ଵତୀ ଦାଶ ପୂର୍ବତନ ପୌର ଅଧ୍ୟକ୍ଷ ପ୍ରଶାନ୍ତ ବେହେରା ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ।କାର୍ଯ୍ୟକ୍ରମକୁ ଉତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଯୁଗ୍ମ ସମ୍ପାଦକ ଗୋପବନ୍ଧୁ ପୁରୋହିତ ସଂଯୋଜନା କରିଥିବା ବେଳେ ସମ୍ପାଦକ ଅଗସ୍ତି ପ୍ରଧାନ ବାର୍ଷିକ ବିବରଣୀ ଉପସ୍ଥାପନ କରି ସଂସ୍କୃତ ଶିକ୍ଷକଙ୍କ କ୍ୟାଡ଼ର ସମସ୍ୟାର ସମାଧାନ ଓ ତୃତୀୟ ଭାଷାର ବିକଳ୍ପ ବୈଷୟିକ ଶିକ୍ଷା କରାନ ଯାଉ ବୋଲି ଦାବି ଜଣାଇଥିଲେ
ଏହି ଅବସରରେ ଜିଲ୍ଲାରୁ ଅବସର ଗ୍ରହଣ କରିଥିବା ତିନିଜଣ ସଂସ୍କୃତ ପଣ୍ଡିତ ପୂର୍ଣ୍ଣାନନ୍ଦ ଭୋଇ,ସୁନିଲ ଦାସ ଓ ଗିରିଧାରୀ ଯୋଶୀ ପ୍ରମୁଖଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିବା ବେଳେ ମ୍ୟାଟ୍ରିକ ପରୀକ୍ଷାରେ ସଂସ୍କୃତ ବିଷୟରେ ଶତ ପ୍ରତିଶତ ମାର୍କ ରଖିଥିବା ଛାତ୍ରୀ ସ୍ୱରୂପା ଷଡ଼ଙ୍ଗୀଙ୍କୁ ପୁରସ୍କୃତ କରାଯାଇଥିଲା ।ସୁଧୀର ରଥଙ୍କ ସଂଯୋଜନାରେ ସରଣ୍ଡାପାଲି ଓ ଲରାସରା ହାଇସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଂସ୍କୃତ ନୃତ୍ୟ ଓ ପଞ୍ଚାୟତ ବିଦ୍ୟାଳୟ ସିଲେଟ ର ଛାତ୍ର ଛାତ୍ରୀଙ୍କ ଦ୍ଵାରା ସଂସ୍କୃତ ନାଟିକା ପରିବେଷଣ କରାଯାଇଥିଲା ।ଦ୍ବିତୀୟ ଅଧିବେଶନରେ ପାଇକମାଲ ବ୍ଲକ ସଂସ୍କୃତ ପଣ୍ଡିତ ରମାଇଚରଣ ଦାସଙ୍କୁ ସର୍ବ ସମ୍ମତି କ୍ରମେ ଜିଲ୍ଲା ସଭାପତି ଭାବେ ଘୋଷଣା କରାଯାଇଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ ବୃନ୍ଦାବନ ଥେଠୁଆର, ଅଶୋକ ସାହୁ,ସଂଜିତ୍ ପ୍ରଧାନ, ଧୋବା ସାହୁ, ନିଗମାନନ୍ଦ ମିଶ୍ର, କିରଣ ବିଶ୍ଵାଳ, ଲିଙ୍ଗରାଜ ସାହୁଙ୍କ ସମେତ ସମସ୍ତ ବ୍ଲକ ପ୍ରତିନିଧି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଶେଷରେ ଉପ ସଭାପତି ଦୟା ସାଗର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।