-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||      ବାଗବାଡ଼ି ରେ ଅନନ୍ତ ବ୍ରତ ଯାତ୍ରା ପାଇଁ କଂସ ବରଣ   (09-Sep-2026)       ||      ନୂଆଖାଇ ପୂର୍ବରୁ ଭତ୍ତା ଦିଅ, ନହେଲେ ଆନ୍ଦୋଳନ: ବିଜେଡି   (09-Sep-2026)       ||      ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାରେ ସଂସ୍କୃତ ସପ୍ତାହୋତ୍ସବ ଆୟୋଜିତ   (09-Sep-2026)       ||      *CRG ଚୟନରେ ପାରଦର୍ଶିତା ନେଇ ପ୍ରଶ୍ନ: ସିଆରସି ର ଏକ ପାଖିଆ ନିଷ୍ପର୍ତ୍ତି ରେ ଯୋଗ୍ୟତା ଓ ଅଭିଜ୍ଞତାକୁ ଗୁରୁତ୍ୱ ନାହିଁ*   (09-Sep-2026)       ||     

HOME   ଜିଲ୍ଲା

ରାୟଗଡା ରେ ଆରମ୍ଭ ହେଲା ବିକାଶ ମେଳା

20-Sep-2024



ରାୟଗଡା(ସୁପ୍ରିୟା ଷଡଙ୍ଗୀ): ଆଜିଠାରୁ ରାୟଗଡା ରେଳବାଇ ଖେଳପଡିଆଠାରେ ଆରମ୍ଭ ହୋଇଛି 'ବିକାଶ ମେଳା' I ଏହି ଅବସରରେ 'ମହିଳା ଓ ଶିଶୁ ବିକାଶ ବିଭାଗ' ଦ୍ୱାରା ପ୍ରସ୍ତୁତ ୨୧ନମ୍ବର ଷ୍ଟଲକୁ ଉଦ୍ଘାଟନ କରିଛନ୍ତି ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ତଥା ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ I ଉଦ୍ଘାଟନ ସମୟରେ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱାରୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାଧିକାରୀମାନେ ଉପସ୍ଥିତ ଥିଲେ I ଚଳିତ ମାସ ୨୦ ତାରିଖରୁ ୨୨ତାରିଖ ଯାଏଁ ଚାଲିବାକୁଥିବା ଏହି ମେଳାରେ ବିଭାଗୀୟ ଷ୍ଟଲ ପକ୍ଷରୁ ସମନ୍ବିତ ଶିଶୁ ବିକାଶ ଯୋଜନା ଅନ୍ତର୍ଗତ ସମସ୍ତ କାର୍ଯ୍ୟକ୍ରମ ତଥା ସୁଭଦ୍ରା ଯୋଜନା ସମ୍ପର୍କିତ ସୂଚନା ପ୍ରଦର୍ଶିତ କରାଯାଉଅଛି I  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ସହ ଚଳିତ ମାସ ୧୭ତାରିଖରେ ବିଷମକଟକର ଡଙ୍ଗରିଆ କନ୍ଧ ହୁନ୍ଦାଡି ୱାଡ଼ାକାଙ୍କ ଭାବବିନିମୟ ସମୟର ଫଟୋ ଷ୍ଟଲର ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ଅଙ୍ଗନବାଡି କେନ୍ଦ୍ରରେ ପ୍ରଦାନ କରାଯାଉଥିବା ସମସ୍ତ ସେବାଗୁଡିକୁ ସୂଚନା ଶିକ୍ଷା ଓ ସଂଚାର ମାଧ୍ୟମରେ ବିଭିନ୍ନ ନମୁନାସହ ପ୍ରଦର୍ଶିତ କରାଯାଉଛି I ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ସଂଗଠିତ ହୋଇ ଆସିଥିବା ବିଭିନ୍ନ ନମୁନା ଗୁଡିକ ସହ ଅଙ୍ଗନବାଡି କେନ୍ଦ୍ରରେ ଦିଆଯାଉ ଥିବା ପୋଷକ ଯୁକ୍ତ ଖାଦ୍ୟ ପ୍ରଦର୍ଶିତ ହେଉଅଛି I  ଭଳିକିଭଳି ମାଣ୍ଡିଆଜାତୀୟ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସମ୍ପର୍କରେ ମଧ୍ୟ ଷ୍ଟଲରେ ଥିବା ଅଧିକାରୀବୃନ୍ଦ ଏବଂ ଅଙ୍ଗନବାଡି କର୍ମୀମାନେ ସମସ୍ତଙ୍କୁ ବୁଝାଇବା ସହ ପ୍ରଦର୍ଶିତ କରୁଛନ୍ତି I କଣ୍ଢେଇ ମାନଙ୍କ ମାଧ୍ୟମରେ ଗର୍ଭବତୀ ମହିଳାଙ୍କୁ ମିଳୁଥିବା ମମତା ସହାୟତା ରାଶି ସମ୍ପର୍କରେ ଉପସ୍ଥିତ ଅଧିକାରୀ ମାନେ ବିସ୍ତିର୍ଣ୍ଣ ଭାବରେ ସମସ୍ତଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳୁଥିଲା I ବାଲ୍ୟବିବାହ ନିଷେଧ ସମ୍ପର୍କିତ ବିଭିନ୍ନ ବ୍ୟାନର ସହ ସମସ୍ତଙ୍କୁ ସଚେତନ କରାଯାଉଥିଲା I ଛାତ୍ରଛାତ୍ରୀମାନେ ଷ୍ଟଲରେ ଆସି ଓଜନ ହେଉଥିବାର ମଧ୍ୟ ଦେଖାଯାଉଥିଲା I ଷ୍ଟଲରୁ ସମନ୍ବିତ ଶିଶୁ ବିକାଶ ଯୋଜନା ବିଷୟରେ ଜନସାଧାରଣ ସଚେତନ ହେବାସହ ବିଭିନ୍ନ ପୋଷଣଯୁକ୍ତ ଖାଦ୍ୟ ସମ୍ପର୍କିତ ସୂଚନା ସଂଗ୍ରହ କରୁଥିବାର ଦେଖିବାକୁ ମିଳିଥିଲା I ସୂଚନା ଥାଉକି ଚଳିତ ମାସ ୧୭ତାରିଖରେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ପାଇଥିବା ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୧୦ଜଣ ହିତାଧିକାରୀଙ୍କୁ ମଧ୍ୟ ମୁଖ୍ୟ ଅତିଥି ତଥା ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ୫ହଜାର ଟଙ୍କାର ଡେମୋ-ଚେକ ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ପ୍ରତିମା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ମମତା ସଂଯୋଜକ ଜିତେନ୍ଦ୍ର କୁମାର ମହାପାତ୍ର, ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ, ପୋଷଣ ଅଭିଯାନର ଜିଲ୍ଲା ସଂଯୋଜିକା ସୁଶ୍ରୀ ମଧୁଲିତା ଦଣ୍ଡସେନା, କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ପ୍ରତିମା ଦାସ ତଥା ସଦର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ମିନାକ୍ଷୀ ଦାସ ଓ କୋଲନରା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରିମତୀ ବିଜୟଲକ୍ଷ୍ମୀ ନିଶଙ୍କ ପ୍ରମୁଖ ଦିନତମାମ ଷ୍ଟଲରେ ରହି ସମସ୍ତ ପରିଚାଳନା ଦାୟିତ୍ୱ ନେଇଥିଲେ I ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକ୍ରମ ସହକାରୀ ମହେନ୍ଦ୍ର କୁମାର ଦାସ, କନିଷ୍ଠ ପରିସଂଖ୍ୟକ ସାନ୍ତନୁ ଚୌଧୁରୀ ଏବଂ ବିଭିନ୍ନ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରୁ ଆସିଥିବା ସହାୟକ ଓ ପରିଦର୍ଶିକାମାନଙ୍କ ସହ ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସଚେତନ କରୁଥିବା ଦେଖୁଥିବା ମିଳୁଥିଲା I


News Comment




Photo in News

Advertisment
Lastest News
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026
  ଜିଲ୍ଲା  
ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   09-Sep-2026
  ଜିଲ୍ଲା  
ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   09-Sep-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   09-Sep-2026
  ଜିଲ୍ଲା  
କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   09-Sep-2026

You Might Also Like