-+91-9937148622 |
prerana_bgr@rediffmail.com |
Monday 15th June 2026 |
R.N.I. Regd No. ODIODI/2010/46693
Breaking News
20-Sep-2024
ଡାବୁଗାଁ (ମିହିର ଶଙ୍କର ପାତ୍ର)
ସୂଚନା ଯୋଗ୍ୟ :-ଆଜି ଅପରାହ୍ନ 5 ଘଣ୍ଟା ସମୟରେ ଗଣେଶ ଭସାଣିରେ ଦୁଲୁକିଲା ଡାବୁଗାଁ ଅଞ୍ଚଳ ଜଗନ୍ନାଥ ମନ୍ଦିର ନିକଟ ଗଣେଶ ପୂଜା କମିଟି ଦ୍ଵାରା ଆୟୋଜିତ ବିରାଟକାୟ ଗଣେଶ ମେଢ଼କୁ ବିରାଟ ପଟୁଆରରେ ବିସର୍ଜନ କରାଯାଇଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତର ତାଳେ ତାଳେ କ୍ଳବର୍ ସଦସ୍ୟମାନଙ୍କ ସହିତ ଗ୍ରାମ ବାସୀ ଅତି ଆନନ୍ଦ ଉଲ୍ଲାସରେ ଝୁମିଥିଲେ। ବହୁ ଦୂର ଦୂରାନ୍ତରୁ ପୂଜା କମିଟି ମାନଙ୍କ ଦ୍ଵାରା ଡି ଜେ ସାଉଣ୍ଡ , ଆଦିବାସୀ ଲୋକ ନୃତ୍ୟ ଓ ଆଧୁନିକ ସଙ୍ଗୀତ ପରିବେଷଣରେ ଲୋକେ ମସଗୁଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଟ୍ରାଫିକ ବ୍ୟବସ୍ଥା ପାଇଁ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଥିଲେ।