-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
16-Sep-2024
ନର୍ଲା (ଚିନ୍ତାମଣି ନାଏକ)
ଗତ ଶୁକ୍ରବାର ଦିନ କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ଚପଟ ଖଣ୍ଡା ଜଙ୍ଗଲ ଅଞ୍ଚଳରେ ଏକ ମାଈ ହାତୀ ର ମୃତଦେହ ପଡ଼ିଥିବା ଲୋକେ ଦେଖିବାକୁ ପାଇଥିଲେ ଖବର ପାଇ ବନ ବିଭାଗ କର୍ମଚାରୀ ମାନେ ଘଟଣସ୍ଥଳ କୁ ଯାଇ ହାତୀ ଟିର ମୃତ୍ୟୁର କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ମାଈ ହାତୀର ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଥିବା ସୂଚନା ପାରିପାଶ୍ଵିକ ପରିସ୍ଥିତି କୁ ଅନୁଧ୍ୟାନ କରାଗଲେ ମାଈ ହାତୀଟି ବିଦ୍ୟୁତ୍ ଆଘାତରେ ମରି ଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ଏପରି ସ୍ଥିତିରେ ଦୁଇଟି ହାତୀ ସହ ଏକ ହାତୀ ଶାବକ ବୁଲୁଥିବାର ବନ ବିଭାଗ ଲକ୍ଷ କରିଥିଲେ କିନ୍ତୁ ଆଜି ଦିନ ତିନ ଘଣ୍ଟା ସମୟ ରେ ହାତୀ ଶାବକ ଟି ଏକାନ୍ତରେ ବୁଲୁଥିବାର ବନ ବିଭାଗ କର୍ମଚାରୀ ମାନେ ଏକ ସ୍ୱତନ୍ତ୍ର ଟିମ ଜରିଆରେ ହାତୀ ଶାବକ ଟିକୁ ଟ୍ରାଙ୍କୁଲାଇଜର ସାହାଯ୍ୟରେ କାବୁ କରି ନର୍ଲା ସେଣ୍ଟ୍ରାଲ ନର୍ସରୀ କୁ ଆଣି ତାର bସ୍ୱାସ୍ଥ୍ୟବସ୍ଥା ପରୀକ୍ଷା ନିରୀକ୍ଷା କରିଥିଲେ, ଏବଂ ପରୀକ୍ଷା ରୁ ହାତୀ ଶାବକ ଟିର ସମ୍ପୂର୍ଣ୍ଣ ସ୍ଵାସ୍ଥ୍ୟ ବସ୍ଥା ଠିକ ଥିବା ଡି.ଏଫ.ଓ କଳାହାଣ୍ଡି ସୂଚନା ଦେଇଛନ୍ତି ଏବଂ ଏହି ହାତୀ ଶାବକ ଟି ମୃତ ମାଈ ହାତୀ ର ଛୁଆ ଜନ୍ମ ହେଇ ନ ଥିବା ପୋଷ୍ଟ ମଟମ ରିପୋର୍ଟ ରୁ ବନବିଭାଗ ଜାଣିବା ପରେ ବର୍ତ୍ତମାନ ହାତୀ ଶାବକ ଟିକୁ ସୁରକ୍ଷ୍ୟା ଦୃଷ୍ଟିରୁ ଭୁବନେଶ୍ବର ସ୍ଥିତ ନନ୍ଦନକାନନ କୁ ନିଆଯିବ ବୋଲି କଳାହାଣ୍ଡି ଡି.ଏଫ.ଓ ଅନୁରାଗ ମିଶ୍ର ସୂଚନା ଦେଇଛନ୍ତି