-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

  ନୁଆଁଖାଇରେ ଚାଲିବ ଚୋରାମଦର କାରବାର, ସରକାରୀ ଗାଇଡ ଲାଇନକୁ ଉପେକ୍ଷା,  ୨୪ଘଣ୍ଟିଆ ଚାଲିଛି  ମହୁଲି ମଦର ବିକ୍ରୀ

01-Sep-2024



ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର)-ସରକାର ଚୋରା ମଦକୁ  ବନ୍ଦ କରିବାକୁ ଉଦ୍ୟମ ଚାଲିଥିବା ବେଳେ ଅସାଧୁ କର୍ମଚାରୀ, ଲାଞ୍ଚଖୋର  ବିଭାଗ ଯୋଗୁଁ ଏହା ସମ୍ଭବ ହୋଇ ପାରୁ ନାହିଁ ।  ଚୋରା ମଦର କାରବାର ଏପରି ଚାଲିଛି ଯେ ସାଧାରଣ ଲୋକେ ଆଶ୍ଚର୍ଯ୍ୟ ପ୍ରକଟ କରୁଛନ୍ତି । ଡୁଙ୍ଗୁରିପାଲି ବ୍ଲକର  ବିଭିନ୍ନ ଗାଁ ରେ ଚାଲିଛି ଦେଶୀ ମହୁଲି ମଦର ବନ୍ୟା । ଖୋଦ ସରକାରୀ ଲାଇସେନ୍ସ ପ୍ରାପ୍ତ ମଦଭାଟି ଯୋଗୁଁ ଏପରି ହେଉଥିବା ଅଭିଯୋଗ ହେଉଛି । ଏହି ବ୍ଲକର ମହୁଲପାଲି (ଶୁଖା) , ସୁନାପାଲି , ଗିଧମାଲ ଓ ଡୁଙ୍ଗୁରିପାଲିଠାରେ ରହିଛି ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟି । ଏହି ଭାଟି ଗୁଡିକ ମଧ୍ୟରୁ ସୁନାପାଲି ଓ ମହୁଲାପାଲି ଭାଟିର କାନ୍ଥରେ  ଦିଆଯାଇଥିବା ସୂଚନାରୁ ଜଣାଯାଏ ଯେ ଉଭୟ ଭାଟିର ଲାଇସେନ୍ସ ଅବଧି ସରିଯାଇଛି । ଶୁଖା ଏବଂ ସୁନାପାଲି ମଦଭାଟିର ସୁଚନାରୁ ଜଣାଯାଏ ଯେ ପଟ୍ଟାଦାର ଉମାଶଙ୍କର ପ୍ରସାଦ । ଲାଇସେନ୍ସ ନମ୍ବର (୦୩)୨୦୨୩-୨୪ । ଲାଇସରନ୍ସର ବୈଧତା ୧.୪.୨୦୨୪ଠାରୁ ୩୧.୩.୨୦୨୪ ଉଲ୍ଲେଖ ରହିଛି ।  ଏହାର ନବୀକରଣ ହୋଇଛି କି ନାହିଁ ତାହା ଭାଟି ମ୍ୟାନେଜରଙ୍କୁ ପଚାରିଲେ ସେ କିଛି କହିନଥିଲେ । ଉକ୍ତ ଭାଟି ଗୁଡିକରୁ ଦୈନିକ କେତେ ପରିମାଣର ମଦ ରନ୍ଧା ଯିବ ଏହାର ମଧ୍ୟ କୌଣସି ସୂଚନା ଭାଟି ମ୍ୟାନେଜର ଦେବାକୁ ମନା କରିଥିଲେ ।  ଆହୁରି ମଧ୍ୟ ପ୍ରତ୍ୟେହ ରନ୍ଧା ହେଊଥିବା ଖୋଲା ମଦକୁ ପାଉଚରେ ଭର୍ତ୍ତି କରିବା ପାଇଁ ବଲାଙ୍ଗିର ପଠାଯାଉଛି । କିନ୍ତୁ ସରକାରଙ୍କ ଗାଇଡ ଲାଇନ ଅନୁସାରେ ମଦ ଯେଉଁଠି ରନ୍ଧା ହେବ ସେଇଠାରେ ପାଉଚ ଆକାରରେ ପ୍ୟାକେଟ କରାଯିବ । ବାହାରକୁ  ଗଲେ ଖୋଲା ମଦର ବିକ୍ରୀ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ସକାଳ ୧୦ରୁ ରାତି ୧୦.୩୦ ପର୍ଯ୍ୟନ୍ତ  ଖୋଲା ରହିବାର ନିୟମ ରହିଥିଲେ ମଧ୍ୟ ଭୋର ୪ଟାରୁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଭାଟି ଖୋଲା ରହୁଛି । ଯାହା ଫଳରେ ଲୋକେ ସବୁ ସମୟରେ ମଦ ପାଉଥିବାରୁ ମଦୁଆଙ୍କ ସଂଖ୍ୟା ଏବଂ ଦୌରାମ୍ୟ ସବୁବେଳେ ଦେଖା ଯାଉଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଏହି ଅଂଚଳରେ ବିକ୍ରି ହେଉଥିବା ଭାଟି ରନ୍ଧା ପାଉଚ ମଦ ଏବଂ ବଜାରରେ ମିଳୁଥିବା ଖୋଲା ମଦର ସାମଞ୍ଜସ୍ୟ ସମାନ ରହିଛି । ତାହେଲେ ଏହି ଦୈନନ୍ଦିନ ଚଳିବା ପାଇଁ ସେମାନେ ଖୋଲାରେ ଜରି ପ୍ୟାକେଟ ଗୁଡିକରେ କିଛି ମଦ ବିକ୍ର କରିଥାନ୍ତି । ଏହା ଅବକାରୀ ବିଭାଗର ଜାଣତରେ ନା ଅଜାଣତରେ ତାହା ତଦନ୍ତ ସାପେକ୍ଷ । ଯଦି ଏହା ସତ୍ୟ ତାହହେଲେ ସାଙ୍ଘାତିକ ଅଟେ । ଏଣୁ ଏହାକୁ ଚତୁରତାର ସହିତ ଅବକାରୀ ବିଭାଗର  ଚଢାଉ କରିବା କଥା । ଭାଟିଟାରେ ଖୁୁଚୁରା ଆକାରରେ ନିର୍ଦ୍ଦିଷ୍ଟ ପରିମାଣର ଜଣକୁ ଦିଆଯିବା କଥା । କିନ୍ତୁ ଦେଶୀ ମଦଭାଟି ପକ୍ଷରୁ ଗାଁ ଗୁଡିରେ କୁଚିଆ ମଦ ଦୋକାନ ଖୋଲା ଯାଇଛି ।  ପ୍ରତ୍ୟେହ ଶହ ଶହ ପ୍ୟାକେଟ ଆକାରରେ ଭୋର ସକାଳେ କୁଚିଆମାନଙ୍କୁ ଦିଆଯାଉଛି । ସେମାନେ ଗାଁ ଗୁଡିକରେ ଏହାକୁ ବିକ୍ରି କରିଥାନ୍ତି । ଏମାନଙ୍କର କୌଣସି ଲାଇସେନ୍ସ ନଥାଏ । ଅବକାରୀ ବିଭାଗ ଓ ପୁଲିସ ସହିତ ସଲାସୁତୁରାରେ ଏହା ଚାଲୁଅଛି । ନୁଆଖାଇ, ପୁସପୁନି ତଥା ଛାଡଖାଇ ସମୟରେ ଏହି ବେପାର ଖୁବ ଜୋରରେ ଚାଲିଥାଏ । ଆଗକୁ ନୁଆଖାଇ ଥିବାରୁ ଏହି ବେପାର ବେଶ ଜମିଥାଏ । ବିନା ଲାଇସେନ୍ସରେ ମଦ ବିକିବା ବେଆଇନ ହୋଇଥିବା ବେଳେ ଗାଁ ଗହଳୀରେ କୁଚିଆମାନେ କାହାର ବଳରେ ଏମାନେ ନିର୍ଭୟରେ ଦୋକାନ ଖୋଲିଥାନ୍ତି । ଏଭଳି ଭାବରେ ଦେଶୀ ମଦର ବନ୍ୟା ହେଲେ କେତେବେଳେ  ବିଷାକ୍ତ ମଦ ଦ୍ୱାରା ଅଂଚଳରେ ମଦ ମୃତ୍ୟୁ ନ ହେବ କିଏ କହିବ ? ଏହା ବ୍ୟତୀତ ବିଭିନ୍ନ ଅଂଚଳ, ପଡୋଶୀ ଜିଲ୍ଲା ଗୁଡିକରୁ ମଧ୍ୟ ବେଆଇନ ଦେଶୀ ହାତ ରନ୍ଧା ମଦ ଏହି ଅଂଚଳକୁ ଆସୁଅଛି । ଏଥିରେ ବିଭିନ୍ନପ୍ରକାର ଚେର, ବଟିକା, ରାସାୟନିକ ଦ୍ରବ୍ୟ ମିଶାଯାଉଛି । ଯାହା ମଦୁଆକୁ ବେଶ ସୁହାଉଛି । ଯଦି  ମିଶ୍ରଣରେ କିଛି ମାତ୍ରା ଏପଟସେପଟ ହେଲେ ମଦମୃତ୍ୟୁ ସୁନିଶ୍ଚିତ । ଏଣୁ ଅବାକାରୀ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଇ ଆଗୁଆ ଦପକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like