-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
31-Aug-2024
ବୌଦ୍ଧ(ପ୍ରେରଣା ଖବର): ବୌଦ୍ଧ ଜିଲ୍ଲା ସଦର ବ୍ଲକ ଟିକରପଡା ପଂଚାୟତ ମେଣ୍ଡିମାଳ ପ୍ରକୃତି ନିବାସ ତାମ୍ବିଦରହ ଠାରେ ନାବାର୍ଡ ସହାୟତାରେ ସାଲୁଙ୍କି କୃଷକ ଉତ୍ପାଦକ କମ୍ପାନୀ ଆୟୋଜନକ୍ରମେ ସ୍ବେଛାସେବୀ ସଂସ୍ଥା ପିସପୁଲ ସୋସାଇଟି ମାର୍ଗଦର୍ଶନରେ ୩୦ ଜଣ ସ୍ୱୟଂ ସହାୟିକା ଗୋଷ୍ଠୀ ମୁଖ୍ୟ ମାନଙ୍କୁ ନେଇ ପରିବା ଚାଷକରି ବିହନ ପ୍ରକ୍ରିୟାକରଣ କରି ବିକ୍ରିବଟା ଉପରେ ତାଲିମ ପ୍ରଦାନ କରାଯାଇଥିଲା l ତାଲିମ
ଦାତ୍ତା ଭାବେ ଭି ଏନ ଆର କମ୍ପାନୀର ପ୍ରଶିକ୍ଷକ ଭାବେ ଜଗମୋହନ ବାଗ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଭାବେ ଟିକରପଡା ସରପଞ୍ଚ ଝରଣା ଜାନୀ,
ମୁଖ୍ୟବକ୍ତା ଭାବେ କେଦାରନାଥ ସାହୁ, ସଂମ୍ମାନୀତ ଅତିଥି ଭାବେ ଆର୍ଟ ଅଫ ଲିଭିଂ ବୌଦ୍ଧଶାଖାର ବିଜୟ କୁମାର ପ୍ରଧାନ ଓ ସୁଜ୍ଞାନ କୁମାର ପାତ୍ର ଯୋଗଦେଇ ଦେଇ ପରିବା ଚାଷ କରି ସ୍ୱାବଳମ୍ବି ହେବାକୁ ଉଦବୋଧନ ଦେଇଥିଲେ l ସାଲୁଙ୍କି କମ୍ପାନୀର ନିର୍ଦ୍ଦେଶକ ଶୁକଦେବ ପ୍ରଧାନ, ଅଜିତ କୁମାର ପଟ୍ଟନାୟକ,ଗୀତାଞ୍ଜଳି ରାଣବିଡା,ହିମାଦ୍ରି ପ୍ରଧାନ, କେଦାର ରଣବିଡା ମଞ୍ଚାସୀନ ଥିଲେ l