-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
01-Jan-2021
ସମ୍ବଲପୁର, (ପ୍ରେରଣା ଖବର) - ସ୍କୁଟି ଉପରେ ମାଡିଗଲା ଟ୍ରକ। ଘଟଣାସ୍ଥଳରେ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ। ସମ୍ବଲପୁର ସହର ସରଳାକାନୀ ଛକ ଟାଙ୍ଗରପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ସ୍ବାମୀ-ସ୍ତ୍ରୀ ୨ ଜଣ ଅଇଁଠାପାଲି ପଟୁ ଆସୁଥିଲେ। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ସରଳାକାନୀ ଛକ ନିକଟରେ ଥିବା ଜାତୀୟ ରାଜପଥର ଉପରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ସ୍ବାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି!!