-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
01-Jan-2021
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି )- ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନ ଅନ୍ତର୍ଗତ ବିଶିପାଲି ଛକ ସ୍ଥିତ ଶିବ ମନ୍ଦିର ସାମ୍ନାରେ ବୁଲେଟ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଭଗବାନ ମେହେର ନାମକ( ୪୭) ଏକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ କନ୍ଧରା ଗ୍ରାମର ଭଗବାନ ମେହେର କଦଳୀଗଡ ଛକରେ ଦେଇ ଥିବା ନିଜର ଦୋକାନକୁ ଆସୁଥିବା ସମୟରେ ରେଢ଼ାଖୋଲ ପଟରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ସାମ୍ନା ପଟରୁ ଧକ୍କା ଦେବା ଫଳରେ ଭଗବାନ ମେହେର ଗୁରୁତର ଆହତ ହୋଇଥିଲେ । ଘଟଣାସ୍ଥଳକୁ ସ୍ଥାନୀୟ ଲୋକେ ପହଞ୍ଚି ଗୁରୁତର ଆହତ ହୋଇଥିବା ଶ୍ରୀ ମେହେରକୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ , ସେଠାରେ ଅଧିକ ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା କରି ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥାନରୁ ଟ୍ରକ କୁ ଛାଡି ଚାଳକ ଫେରାର ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।