-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
01-Jan-2021
ପାଟଣାଗଡ଼(ଗୋରେଖନାଥ ବରିହା), ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗ୍ରାମ ରେ କୈ।ଶଲ୍ୟା ଫାଉଣ୍ଡେସନ ରେଙ୍ଗାଲଜୁରୀ ଏବଂ ଓ.ଟି. ଏସ.ଏ ପାଟଣାଗଡ଼ଙ୍କ ମିଳିତ ଆନୁକୁଲ୍ୟରେ ନବ ବର୍ଷ ପାଳନ ଅବସରରେ ବୈଦିକ ଯଜ୍ଞ ସହ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆର୍ଯ ସମାଜର ଅଗ୍ନିହୋତ୍ର ଯୁଧିଷ୍ଠିର ଆର୍ଯ୍ୟ, ଆଗ୍ନିହୋତ୍ର ୠଷି ଦେବ ଆର୍ଯ୍ୟ ଯୋଗ ଦେଇ ଆର୍ଯ୍ୟ ସମାଜର ଜଯୁବେଦ ଅନୁସାରେ ବେଦ ଉଚ୍ଚାରଣ ପୂର୍ବକ ଯଜ୍ଞ କୁଣ୍ଡରେ ଘୃତ ଆହୁତି ଦିଆଯାଇଥିଲା। ବୈଦିକ ଯଜ୍ଞ ହିଁ ମାନବ ଜୀବନକୁ ଶୃଙ୍ଖଳିତ ଓ ସଂଯତ କରିଥାଏ ବୋଲି ଆର୍ଯ ସମାଜ ବୈଦିକ ଧର୍ମ ପ୍ରଚାରକ ନକୁଳ ସାହୁ କହିଥିଲେ । ରାଜିବ ପୁଟେଲ ସପତ୍ନୀ ପ୍ରଗତି ପୁଟେଲ, ଉମାକାନ୍ତ ପୁଟେଲ ସପତ୍ନୀ କଲାବତି ପୁଟେଲ, ପଙ୍କଜ ପୁଟେଲ ସପତ୍ନୀ ରେବତୀ ପୁଟେଲ ଯଜ୍ଞକର୍ତ୍ତା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ୬୦ ଜଣ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଲ ବଣ୍ଟନ କରାଯାଇ ଥିବାବେଳେ ଏପରି ଅନେକ ମହତ୍ କାର୍ଯ୍ୟ କରି ଆସୁଥିବା ସ୍ବେଚ୍ଛାସେବୀ ସଂଜୀବ କୁମାର ପୁଟେଲଙ୍କୁ ସପ୍ତର୍ଷି ଅନାଥାଶ୍ରମ ପକ୍ଷରୁ ସମ୍ମାନିତ କରାଯାଇଥିଲା । ମୋହନ ମେହେର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କୈଶଲ୍ୟା ଫାଉଣ୍ଡେସନ ପକ୍ଷରୁ ଆସନ୍ତା ୭ତାରିଖ ପର୍ଯ୍ୟନ୍ତ ସେବା ସପ୍ତାହ ପାଳନ କରାଯିବl ସହ ବିଭିନ୍ନ ଗ୍ରାମକୁ ଯାଇ ଅସହାୟ ଗରିବ ଲୋକଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯିବ ବୋଲି ଫାଉଣ୍ଡେସନର ସଭାପତି ସଞ୍ଜିବ କୁମାର ପୁଟେଲ ପ୍ରକାଶ କରିଛନ୍ତି ।