-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
01-Jan-2021
ଗଞ୍ଜାମ, ବୁଗୁଡା : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ କର୍ମକର୍ତ୍ତା ବୃନ୍ଦ ୨୦୨୧ ନୂତନ ବର୍ଷ ଉପଲକ୍ଷେ ବିଭିନ୍ନ ଅଧିକାରୀ ଓ ବିଭିନ୍ନ ସଙ୍ଗଠନ କର୍ମକର୍ତ୍ତା ବୃନ୍ଦଙ୍କୁ ନୂତନ ବର୍ଷର ପ୍ରଥମ ଦିନରେ ଅଭିନନ୍ଦନ ଜଣାଇଛନ୍ତି। ବୁଗୁଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମନୋରଞ୍ଜନ ଦାଶ, ସମ୍ପାଦକ ନଗେନ୍ଦ୍ର ନାଥ ଷଡ଼ଙ୍ଗୀ, ପ୍ରମୋଦ କୁମାର ଦାଶ, ଖଲି ପଣ୍ଡା, ରବୀନ୍ଦ୍ର ପାତ୍ର, ସନାତନ ପ୍ରଧାନ, ରାଜେଶ କୁମାର ସାହୁ ପ୍ରମୁଖ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ପିତାମ୍ବର ବିଷୋୟୀ ଓ ପ୍ରମୋଦ ଚନ୍ଦ୍ର ସେନାପତି, କିରାଣୀ ସୁଧାଂଶୁ ଶେଖର ନାୟକ, ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ସବଟ୍ରେଜେରୀ ଅଫିସର, ପ୍ରାଥମିକ ଶିକ୍ଷକ ସଂଘ ଗଞ୍ଜମ ଜିଲ୍ଲା ସାଧାରଣ ସମ୍ପାଦକ ହରେକୃଷ୍ଣ ପାତ୍ର, ବୁଗୁଡା ପ୍ରେସ କ୍ଳବ ସଭାପତି ଅନିଲ କୁମାର ମହାରଣା, ସାମ୍ବାଦିକ ମନୋରଞ୍ଜନ ଦାଶ ପ୍ରଭୃତିଙ୍କୁ ଭେଟି ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ। ନୂତନ ବର୍ଷ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଖୁସିର ସହ କାଟିବାକୁ ସମସ୍ତେ କାମନା କରିଥିଲେ।