-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
19-Aug-2024
ବରଗଡ଼/ପୁରେନା(ନିରଞ୍ଜନ ତ୍ରିପାଠୀ) ସ୍ଥାନୀୟ ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟଅର୍ପଣ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସଭାରେ ସଭାପତିତ୍ବ କରିଥିଲେ ପ୍ରଧାନଶିକ୍ଷକ ରେଣୁଧର ସାହୁ। ଛାତ୍ରୀ ଏଲିନା ଧରୁଆ, ନମିତା ଧରୁଆ, ଭୂମିସୁତା ଭୋଇ, ମିନାକ୍ଷୀ ଭୋଇ ଓ ପୁନମ ପଟେଲ ସ୍ବଭାବ କବିଙ୍କ ସ୍ମୃତି ଚାରାଣ କରିଥିଲେ। କବିଙ୍କ ରଚିତ କାଳଜୟୀ କବିତା ଗୁଡିକ ମଧ୍ୟରୁ ଚାରିଟି କବିତା ସାମୂହିକ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ସାହୁ, ଶିକ୍ଷକ ଲେଖୃ ବାରିକ ମଧ୍ୟ କବିଙ୍କ ଗୁଣଗାନ କରିଥିଲେ। ଶିକ୍ଷକ ଶ୍ରୀ ପ୍ରମୋଦ ନାଥ କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିବା ବେଳେ ଚନ୍ଦ୍ରଭାନୁ ବଡ଼ଗୁଛିଆ ଓ ସୁରେଶ ପଟେଲ ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।