-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
18-Aug-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାବୁପାଲି ପଞ୍ଚାୟତ ଅନ୍ତର୍ଗତ ତିଲେଇ ମାଲ୍ ଗ୍ରାମରେ ଆଜି ବଜ୍ରାଘାତ ରେ ଜଣଙ୍କ ର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ହିମାଂଶୁ ମହାନନ୍ଦ ବୟସ 52 ବର୍ଷ ଆଜି ଅପରାହ୍ନ ସମୟରେ କ୍ଷେତରେ ଧାନ ରୋଇବା ସମୟ ରେ ହଠାତ୍ ବିଜୁଳୀ ଓ ଘଡ ଘଡି ସହ ବର୍ଷା ହୋଇଥିଲା ଓ ସେଇ ସମୟ ରେ ହିଁ ତାଙ୍କୁ ବିଜୁଳି ମାରିଥିବା ବେଳେ ଶ୍ରମିକ ଜଣକ ସେଠାରେ ହିଁ ଅଚେତ୍ ହୋଈ ପଡ଼ିଯାଇ ଥିଲେ l
ପରେ ଘର ଲୋକେ ଖବର ପାଇ ବିଲରୁ ତାଙ୍କୁ ଉଦ୍ଧାର କରି ବିନିକା ଡ଼ାକ୍ତରଖାନା କୁ ନେଇ ଯାଇଥିଲେ lକିନ୍ତୁ ଡ଼ାକ୍ତର ତାଙ୍କୁ ସେଠି ମୃତ ଘୋଷଣା କରିଥିଲେ। ଆଜି ଏ ଖବର ରେ ବିନିକା ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l