-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
17-Aug-2024
(ଡୋଲେଶ୍ଵର ବାଗ)
ଓଡ଼ିଆ ଭାଷା ଓ ସାହିତ୍ଯର ବିକାଶ ନିମନ୍ତେ ସଦା କର୍ମ ତତ୍ପର ନୂଆପଡ଼ା ଜିଲ୍ଲାର ଅନ୍ଯତମ ଅଗ୍ରଣୀ ସାହିତ୍ଯ ଅନୁଷ୍ଠାନ ସିନାପାଲିର ଗଙ୍ଗାଧର ସାରସ୍ୱତ ସମିତିର ଏକ ପ୍ରତିନିଧି ଦଳ ଶୁକ୍ରବାର ନୂଆପଡ଼ା ଜିଲ୍ଲାପାଳ କବି ମଧୁସୂଦନ ଦାଶଙ୍କୁ ସାକ୍ଷାତ କରିବା ସହ ସାହିତ୍ଯ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଅବସରରେ ସମିତି ତରଫରୁ ସଭାପତି ବୈଷ୍ଣବ ମେହେର, ସଂପାଦକ ତରୁଣ କୁମାର ମେହେର, ବଂଶୀଧର ଜଗତ, ପ୍ରେମାନନ୍ଦ ମେହେର ଜିଲ୍ଲାପାଳଙ୍କୁ ଉପଢ଼ୌକନ ଦେଇ ସ୍ବାଗତ କରିଥିଲେ। ଆଗାମୀ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ ଉତ୍ସବରେ ଯୋଗଦାନ କରିବାକୁ ସମିତି ତରଫରୁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିବା ବେଳେ ସେ ଉପସ୍ଥିତ ରହିବାକୁ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ଯ ଯେ, ଶ୍ରୀଦାଶ ନୂଆପଡ଼ା ଜିଲ୍ଲାପାଳ ଭାବରେ ଯୋଗ ଦେଲା ପରେ ତାଙ୍କ ଲିଖିତ "ଚିତ୍ରାଙ୍କନ" କବିତା ସାମାଜିକ ଗଣମାଧ୍ଯମରେ ଘୁରି ବୁଲିବା ସହ ଅଂଚଳର ସାହିତ୍ଯପ୍ରେମୀଙ୍କ ନିକଟରେ ବେଶ ଆଦୄତ ଲାଭ କରିଥିଲା। ଏହି ସାକ୍ଷାତ ପରେ ଜିଲ୍ଲାରେ ସାହିତ୍ଯର ବିକାଶ ଦିଗରେ ଜିଲ୍ଲାପାଳ ସ୍ୱତଂତ୍ର ଧ୍ଯାନ ଦେବେ ବୋଲି ଗଙ୍ଗାଧର ସାରସ୍ବତ ସମିତି ଆଶା ପ୍ରକାଶ କରିଛନ୍ତି।