-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
17-Aug-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର)
ପାପଡା଼ହଣ୍ଡି ବ୍ଲକ ନୁଆକୋଟ ପଞ୍ଚାୟତ ଅଧିନ ମୁଦଲିଆଗୁଡ଼ା ଠାରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି ମଶାଣି ଘର। ଦିର୍ଘ ତିନିବର୍ଷର ତଳେ ତିଆରି ହୋଇ ପଡ଼ିରହିଛି ଅଙ୍ଗନବାଡ଼ି କେନ୍ଦ୍ର ନୂତନ ଅଙ୍ଗନୱାଡ଼ି ଗୃହକୁ ହସ୍ତାନ୍ତର କରିବା ପାଇଁ ସ୍ଥାନୀୟ ସରପଞ୍ଚ ଲଖୀ ମାଝୀ ଙ୍କୁ ୩ ବର୍ଷ ଧରି କୁହାଯାଇଛି କିନ୍ତୁ ସେ ଏବିଷୟରେ ବ୍ଲକ ଉନ୍ନୟନ ଅଧିକାରୀ କିମ୍ବା ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଜଣାଉ ନାହାନ୍ତି ବୋଲି ମୁଦଲିଆଗୁଡ଼ା ଗ୍ରାମବାସୀଙ୍କର ଅଭିଯୋଗ। ନୂଆକଟ ଗ୍ରାମର ସମିତି ସଭ୍ୟ ଏହି ଅଙ୍ଗନବାଡି କେନ୍ଦ୍ରର ଠିକାଦାର ହାଇଥିବାରୁ ତାଙ୍କ କବଜାରେ ଅଛି ଏହି କେନ୍ଦ୍ର।ପାପଡାହାଣ୍ଡି ସିଡିପିଓଙ୍କୁ ମଧ୍ୟ ବାରମ୍ବାର ଜାଣିଇଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ । ନୂଆ ଅଙ୍ଗନବାଡ଼ି କେନ୍ଦ୍ର ତିଆରିହୋଇ ମଶାଣି ଘରପରି ପଢିରହିଛି ତାହା ସ୍ଥାନୀୟ ବ୍ଲକ ପ୍ରଶାସନକୁ ନଜର ଆସୁନି l ରୋଷୋଇୟାଙ୍କ ଘରେ ଚାଲିଛି ଅଙ୍ଗନବାଡି କେନ୍ଦ୍ର। ଯେଉଁ ଘରେ ଅଙ୍ଗନବାଡି କେନ୍ଦ୍ର ଚାଲିଛି ସେ ଘରର ମାଲିକ ବାରମ୍ବାର ଘର ଖାଲିକରିବାକୁ କହୁଛି। କରଣ ତାଙ୍କ ପରିବାର କୁ ରହିବା ପାଇଁ ଅସୁବିଧା ହେଉଛି । ତଥାପି ବ୍ଲକ ପ୍ରଶାସନ ତରଫରୁ କିଛି ପଦକ୍ଷେପ ନିଆଯାଉ ନାହିଁ।କୈାଣସି କାରଣ ଵଶତ ଘର ମାଲିକ ଯଦି ଘରକୁ ତାଲା ପକାଇ ଦେବ ତାହେଲେ ଅଙ୍ଗନବାଡି କେନ୍ଦ୍ର ଗଛମୂଳରେ ଚଲାଇବାକୁ ପଡିବ ।ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମ ଵାସି ମାନେନି ବେଦନ କରିଛନ୍ତି।
*ବି.ଦ୍ର:-ମୁଦଲିଆଗୁଡ଼ା ଠାରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି ମଶାଣି ଘର ନିରବ ପାପଡାହାଣ୍ଡି ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଏଵଂ ବ୍ଲକ ପ୍ରଶାସନ*