-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
17-Aug-2024
ବରପାଲି/ବନ୍ଧପାଲି:(ନିରଞ୍ଜନ ତ୍ରିପାଠୀ)- ବନ୍ଧପାଲି ଗ୍ରାମବାସୀ ଓ ଭୁଲିଆ ସମାଜର ମିଲିତ ଆନୁକୂଲ୍ୟରେ ଆସନ୍ତା ୧୯/୦୮/୨୪ ସୋମବାର ଦିନ ହେବାକୁ ଥିବା କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଉତ୍ସବ ପାଳନ କରିଵା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମେହେର ସମାଜ ର ସଭାପତି ବିନାୟକ ମେହେର ଓ ଗ୍ରାମର ଭଦ୍ର ବ୍ୟକ୍ତି ଙ୍କ ସହମତି କ୍ରମେ ସେହି ଦିନ ଅପରାହ୍ନ ୩ଟା ସମୟରେ କବି ଗଙ୍ଗାଧର ମେହେରଙ୍କ ଫଟୋ ଚିତ୍ର ସହିତ ଗଙ୍ଗାଧର ସଙ୍ଗୀତ ଗାନ କରି ଗ୍ରାମ ପରିକ୍ରମା କରିବା ପାଇଁଁ ସ୍ତିରିକୃତ ହୋଇଛି । ସନ୍ଧ୍ୟା ୭ଟା ସମୟର ସଭାକାର୍ଯ୍ୟ ରେ ମୁଖ୍ୟ ଅତିଥି ଅତିଥି ପଦ୍ମ ଶ୍ରୀ ଡଃ ହଲଧର ନାଗ ଓ ମୁଖ୍ୟ ବକ୍ତା ଭାବେ ଦହିତା କଲେଜର ଅଧ୍ୟାପକ ସୁଶାନ୍ତ ମିଶ୍ର ଯୋଗ ଦେବେ । ଏହି ବୈଠକରେ ବନ୍ଧପାଲି ଗ୍ରାମ ର ମାନ୍ୟ ଗଣ୍ୟ ବ୍ୟକ୍ତି ଙ୍କ ସହିତ ମେହେର ସମାଜ ର ସମ୍ପାଦକ ତଥା କମିଟି ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।