-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
17-Aug-2024
ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ରେ ରହିଥିବା ପ୍ରସିଦ୍ଧ ଯୋଗିନୀ ପୀଠ ରାଣୀପୁର ଝରିଆଲ ଯିବା ରାସ୍ତାରେ ଖାଲ। ମୁଣ୍ଡପଦର - ଝରିଆଲ ମଧ୍ୟରେ ମୁଖ୍ୟ ରାସ୍ତା ରେ ଖାଲ ହୋଇଥିବାରୁ ଟିକିଏ ନଜର ପଡିନପାରିଲେ ଦୁର୍ଘଟଣାର ଶିକାର ହେବା ସୁନିଶ୍ଚିତ। ତେଣୁ ରାଣୀପୁର ଝରିଆଲକୁ ଶ୍ରାବଣ ମେଳା ପାଇଁ ତଥା ବିଭିନ୍ନ ଗାଁ ମାନଙ୍କୁ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭରଶୀଳ। ତେଣୁ କେତେ ବେଳେ ଯେ କିଏ ଦୁର୍ଘଟଣାର ଶିକାର ହୋଇଯିବ ଭାବି କିଛି ସ୍ଥାନୀୟ ଯୁବକ ଖାଲରେ ଗଛର ଡାଳ, କିଛି ରିବନ ଓ ଚାରୋଟି ପଥର ଲଗାଇ ସଚେତନ କରିବାପାଇଁ ଚେଷ୍ଟା କରିଥିବା ଦେଖାଯାଇଥିଲା।
ଏପରି ସ୍ଥଳେ ତୁରନ୍ତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି। ତେବେ ଏ ନେଇ ଆରଡ଼ି ଜେଇ ପ୍ରଦିପ ଦାସ ଙ୍କୁ ପଚାରିବାରୁ ସେ କାଲି ଦେଖିବାପରେ ତୁରନ୍ତ ମରାମତି କରିଦେବୁ ବୋଲି କହିଥିଲେ।