-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ସ୍ବର୍ଗତ ନିମାଇଁଚରଣ ପାଣିଗ୍ରାହୀଙ୍କର କାର୍ଯ୍ୟାବଳୀ ଏକକ ବିଶ୍ବବିଦ୍ୟାଳୟ ତୁଲ୍ୟ

17-Aug-2024



ବଲାଙ୍ଗୀର (ପ୍ରେରଣା ଖବର): ପଶ୍ଚିମ ଓଡିଶାର ଜନଜୀବନର ସଂରକ୍ଷଣ, ସମ୍ବର୍ଦ୍ଧନ ପାଇଁ ତାଙ୍କର ତମାମ ଜୀବନ ଥିଲା ସମର୍ପିତ। କୋଶଲୀ ଭାଷା ସାହିତ୍ଯ, ଲୋକ ସଂସ୍କୃତି ତଥା ପରମ୍ପରାର  ସଂଗ୍ରାହକ ଭାବରେ ସେ ଥିଲେ ଅନନ୍ୟ। ଆଧୁନିକତାର  ପ୍ରଭାବରେ ହଜି ଯାଉଥିବା  ଆମ ଅଞ୍ଚଳର  ପ୍ରାଚୀନ କୀର୍ତ୍ତିରାଜି, ବିଭିନ୍ନ ବ୍ୟବହୃତ ଜିନିଷ ସଂଗ୍ରହ କରି ତାର ଏକ ମ୍ୟୁଜିୟମ  ପ୍ରତିଷ୍ଠା କରିଥିଲେ ସ୍ବର୍ଗତ ନିମାଇଁଚରଣ ପାଣିଗ୍ରାହୀ।ଲୋକ ସାହିତ୍ଯ ର ସଂଗ୍ରହ, ସଂପାଦନା ଓ ପ୍ରକାଶନ ଥିଲା ତାଙ୍କର ନିଶା। ତାଙ୍କର ଅବର୍ତ୍ତମାନ ହେବା କୋଶଲୀ ସାହିତ୍ଯ ପାଇଁ ଏକ ଅପୂରଣୀୟ କ୍ଷତି। ଆଗାମୀ ପିଢୀ ସଚେତନ ଭାବରେ  ତାଙ୍କର ମ୍ୟୁଜିୟମକୁ ସଂରକ୍ଷଣ କରି ରଖି ପାରିଲେ, ପ୍ରସ୍ତାବିତ କୋଶଳେଶ୍ବରୀ ମନ୍ଦିର ତିଆରି କରାଯାଇ ପାରିଲେ ଓ ସଂଗୃହିତ  ବିଷୟର ପ୍ରକାଶନ ହେଲେ  ଆଗାମୀ ପାଇଁ ତାହା  ହେବ ଏକ ମହାର୍ଘ ସଂପଦ ବୋଲି ମତ ଦେଇଛନ୍ତି ବହୁ ଜ୍ଞାନୀ ଗୁଣୀ  ଜନ। ବଲାଙ୍ଗୀରର ବିଶିଷ୍ଟ  ସାରସ୍ବତ ସାଧକ,  ସଂସ୍କୃତି ଗବେଷକ, ସଂଗ୍ରାହକ ନିମାଇଁ ଚରଣ ପାଣିଗ୍ରାହୀଙ୍କର  ଗଙ୍ଗା ଶ୍ରାଦ୍ଧ ଅବସରରେ ସ୍ବର୍ଗତ ପାଣିଗ୍ରାହୀଙ୍କ ଦ୍ବାରା  ଶ୍ରୀମଦ୍ ଭଗବତ ଗୀତାର କୋଶଲୀ ଅନୁବାଦ "କୋସଲୀ ଗୀତା"ର ଲୋକାର୍ପଣ ଅବସରରେ  ମୀନା ଟେଣ୍ଟ ହାଉସ ଠାରେ ଅନୁଷ୍ଠିତ ସ୍ମୃତି ସଭାରେ ଏପରି ମତ ଦେଇଛନ୍ତି ସମସ୍ତେ। ସ୍ରୋତସ୍ବତୀ ପ୍ରକାଶନୀ ଦ୍ବାରା ପ୍ରକାଶିତ ଏହି କୋଶଲୀ ଗୀତା ଲୋକାର୍ପଣ ସମାରୋହ ସନ୍ଦୀପ କୁମାର କୁଅଁରଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିବା ବେଳେ ପଦ୍ମଶ୍ରୀ ଡକ୍ଟର ଶ୍ରୀନିବାସ ଉଦ୍‌ଗାତା, ପଦ୍ମଶ୍ରୀ ହଳଧର ନାଗ, ନାଟ୍ୟକାର ନିର୍ଦ୍ଦେଶକ ଅଧ୍ୟାପକ କେଶରଂଜନ ପ୍ରଧାନ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ପ୍ରମୁଖ ମଂଚାସୀନ ହୋଇ ଥିଲେ। ପ୍ରାରମ୍ଭରେ  ସ୍ବର୍ଗତ ପାଣିଗ୍ରାହୀଙ୍କ  ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ 'କୋସଲୀ ଗୀତା'କୁ  ଲୋକାର୍ପିତ  କରାଯାଇଥିଲା । ଲୋକାର୍ପଣ ଅବସରରେ  ସ୍ବର୍ଗତ  ନିମାଇଁ ଚରଣଙ୍କ ଚାରି ଝିଅ  ସାଗରିକା, ନିହାରିକା, ଅନାମିକା, ସ୍ଵାଗତିକା ମଞ୍ଚରେ ଉପସ୍ଥିତ ଥିଲେ। ପରେ ପରେ ଅନୁଷ୍ଠିତ  ସ୍ମୃତିଚାରଣ ସଭାରେ  ଅଧ୍ୟାପକ ବିନୟ କୁମାର ଦାଶ, କୃଷ୍ଣ ଚନ୍ଦ୍ର ବାରିକ, କୋଶଲ ସାହିତ୍ଯ  ସଂସ୍କୃତି ଏକାଡେମୀର ସଂପାଦକ  ଗୋରେଖନାଥ ସାହୁ, ହେମନ୍ତ ଦୀପ ବରଗଡ, ଟିକେଲାଲ ବେହେରା ଟିଟିଲାଗଡ, ଡକ୍ଟର ଦୋଳଗୋବିନ୍ଦ ବିଶି,ଟିଟିଲାଗଡ , ଅଧ୍ୟାପକ ସୁଶାନ୍ତ ମିଶ୍ର, ଘେଁସ, ସୁରେନ୍ଦ୍ର ଦାଶ, ବ୍ରଜମୋହନ ଦାନୀ ସୋନପୁର,ମନୋରଂଜନ ସାହୁ, (ମନ ମାଷ୍ଟ୍ରେ), ବରଗଡ,ଲାଲଚନ ବଗର୍ତ୍ତୀ, ବିଜୟାକୋସଲୀର ସଂପାଦକ ସୁରଜିତ ସିଂ ମହାରଥା, ନୂଆପଡା, ସାମ୍ବାଦିକ  ଗୋପବନ୍ଧୁ ଶତପଥୀ, ଶଶିଭୂଷଣ ପୁରୋହିତ, ଡକ୍ଟର ଘାସିରାମ ମିଶ୍ର, ନାମଯଜ୍ଞ ମିଶ୍ର, କବୟତ୍ରୀ ସବିତା ମହରା, ଅଧ୍ୟାପକ ଦୀଲିପ ପଶାୟତ, କବି ଆନନ୍ଦ ଚନ୍ଦ୍ର ସାହୁ, ସୁଶାନ୍ତ ବାଗ ପ୍ରମୁଖ  ସ୍ବର୍ଗତ ପାଣିଗ୍ରାହୀଙ୍କ କର୍ମମୟ ଜୀବନର କାର୍ଯ୍ୟକୁ ଏକକ ବିଶ୍ବବିଦ୍ୟାଳୟରର କାର୍ଯ୍ୟ ସହ ତୁଳନା କରି ତାଙ୍କର ଅଧା ରହିଥିବା କାମକୁ ପୁରା କରିବାକୁ ଆହ୍ବାନ ଦେଇ ଥିଲେ।ତାଙ୍କର ଅପ୍ରକାଶିତ  ପାଣ୍ଡୁଲିପି ର ମୁଦ୍ରଣ ପାଇଁ  ଚେଷ୍ଟା ଜାରି ରହିବ ବୋଲି ସ୍ରୋତସ୍ବତୀ ପ୍ରକାଶନୀ ତରଫରୁ କୁହା ଯାଇଥିବା ବେଳେ  ନିମାଇଁ ଙ୍କ ବଡଭାଇ କହ୍ନାଇ ଚରଣ ପାଣିଗ୍ରାହୀଙ୍କ  ଧନ୍ୟବାଦ ଓ କୃତଜ୍ଞତା ପରେ ସ୍ମୃତିସଭା ଶେଷ ହୋଇଥିଲା। ସ୍ମୃତି ସଭାକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ରମାଇ ଚରଣ ପାଣିଗ୍ରାହୀ, ଧନମତ ପାଣିଗ୍ରାହୀ, ପ୍ରଦୀପ ପାଣିଗ୍ରାହୀ, ସଂଜୟ କୁମାର ମିଶ୍ର, ସ୍ବାଗତ ମିଶ୍ର, ରାମରାଜ ପଣ୍ଡା, ଅନୁପମ ମିଶ୍ର, ଆଲୋକ ଦାଶ ପ୍ରମୁଖ। ସ୍ମୃତିଚାରଣ ସଭା ଓ ଗଙ୍ଗାଶ୍ରାଦ୍ଧରେ ପଶ୍ଚିମ ଓଡିଶାର  ବିଭିନ୍ନ ଅଞ୍ଚଳରୁ ବହୁ କବି ଲେଖକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like