-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
15-Aug-2024
କଟକ(ପ୍ରେରଣା ଖବର: ପୂର୍ବସୁରି ମାନଙ୍କ ଅସ୍ମିତା କୁ ସ୍ମରଣ କରି ସେମାନଙ୍କ ତ୍ୟାଗ ତିତିକ୍ଷା ଓ ବଳିଦାନରୁ ଆଜିର ଯୁବପିଢି ତଥା ନାରୀମାନେ ଯଦି କିଛି ପ୍ରେରଣା ପାଇ ଦେଶ ପାଇଁ ଉଛର୍ଗିକୃତ ହୋଇ ଦେଶ ପାଇଁ କର୍ମ ଜାରି ରଖିବେ ତେବେ ତାହା ହେବ ସେମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଂଜଳି ଏହା ଅଜି ଦେଶର ୭୮ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଓଡ଼ିଶା ନାରୀ ସେବା ସଙ୍ଘର ସଭାନେତ୍ରୀ ଡ. ପ୍ରତିମା ମହାପାତ୍ର ଜାତୀୟ ପତାକା
ଉତ୍ତୋଳନ କରି ତାଙ୍କର ଅଭିଭାଷଣରେ କହିଥିଲେ।
ସଂଘର ସମ୍ପଦିକl ଆଭା କାନୁନଗୋ, ସହ ସଂପାଦିକା ଇନ୍ଦିରା ଅରୋରl, ମିନାକ୍ଷୀ ମିଶ୍ର, କୋଷାଧ୍ୟକ୍ଷ ନୟନତାରl ନନ୍ଦ, ନମିତl ପଣ୍ଡା, ଗିତlସ୍ରୀ ଦାସ୍, ନିବେଦିତା ଦାସ୍ , ବାଣୀ ନିର୍ମାଲ୍ୟ, କଲ୍ୟାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଉତ୍ସବ ପାଳନ ଉପଲକ୍ଷେ ପୂର୍ବରୁ ସଂଘ ପକ୍ଷରୁ ଆୟୋଜିତ ହେଇଥିବା
ବିଭିନ୍ନ ପ୍ରତିଯୋଗିତlର କୃତି ଛlତ୍ର ଛାତ୍ରୀ ମାନଂକୁ ସଂଘ ପକ୍ଷରୁ ପୁରସ୍କାର ପ୍ରଦାନ କରଯାଇଥିଲା। ସଂଘର ହଲ୍ ସଂପାଦିକା ମଞ୍ଜୁ ସିଂ, ସଙ୍ଗଠନ ସଂପାଦିକା ମୀରା ବେଉରା, ପୁଷ୍ପ ନାୟକ, ନଳିନୀ ଦlଶ ପ୍ରମୁଖ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥଲେ। ସଂଘ ପକ୍ଷରୁ ସଭାନେତ୍ରୀ ବାଣପୁର ସ୍ଥିତ ପ୍ରାଙ୍ଗଣରେ ମଧ୍ଯ ପତାକା ଉତ୍ତୋଳନ କରିଥଲେ।। ଶେଷର ଛାତ୍ର ଛାତ୍ରୀ ମାନେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରିଥଲେ।