-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
15-Aug-2024
ଢେଙ୍କାନାଳ(ପ୍ରେରଣା ଖବର): ଆଦମୀ ପାର୍ଟି ଢେଙ୍କାନାଳ କାର୍ଯ୍ୟାଳୟ ଠାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ଢେଙ୍କାନାଳ ଆପ୍ପ ମୁଖ୍ୟ ଅତିଥି ଭାବେ ଆପ୍ ର ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦାନ କରି ମହିଳା ନେତ୍ରୀ ନଳିନୀ ସାହୁଙ୍କ ସହିତ ମିଳିତ ଭାବରେ ଧ୍ବଜାରୋହଣ କରିଥିଲେ। ଜାତୀୟ ସଙ୍ଗୀତ ଗାନ କରିବା ସହିତ ବିଭିନ୍ନ ଦେଶାତ୍ମ ବୋଧକ ସ୍ଲୋଗାନ ଦେଇ ମିଷ୍ଟାନ୍ନ ବଣ୍ଟା ଯାଇଥିଲା ଏବଂ କୁନି କୁନି ଶିଶୁମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ। ଜିଲ୍ଲା ସଭାପତି ପଙ୍କଜ କୁମାର ନାୟକଙ୍କ ନେତୃତ୍ୱରେ ଉପସଭାପତି ଜିତେନ୍ଦ୍ର ବେହେରା, ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା, ମହିଳା ସଭାନେତ୍ରୀ ନଳିନୀ ସାହୁ, ଟିକିନା ବେହେରା, ରଚିତା ନାଏକ ପ୍ରସନ୍ନ ବରାଳ, ପିତାମ୍ବର ସାମନ୍ତରାୟ, ରାତିରଞ୍ଜନ ଜେନା, ଅର୍ଧେନ୍ଦୁ ଶେଖର ବରାଳ, ଦୁଷ୍ମନ୍ତ କୁମାର ମହାନ୍ତି, ଜ୍ଞାନରଞ୍ଜନ ଜେନା, ଇଂ ପିତାମ୍ବର ଦାସ, ଦିଲ୍ଲୀପ ରାଉତ, ଚକ୍ରଧର ବାରିକ ପ୍ରମୁଖ ବହୁ କର୍ମୀ ଯୋଗ ଦେଇଥିଲେ l