-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
15-Aug-2024
ବରଗଡ଼(ନିରଞ୍ଜନ ତ୍ରିପାଠୀ)- ବରଗଡ଼ ରାଣା ପ୍ରତାପ ସ୍କୁଲ ଠାରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି । ପ୍ରଧାନ ଶିକ୍ଷକ ସୂଦୀପ କୁମାର ରଥ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ମୋ ସ୍କୁଲ ଅଭିଯାନ କମିଟି ଅଧ୍ୟକ୍ଷ ନନ୍ଦ କିଶୋର ଅଗ୍ରୱାଲ ଯୋଗ ଦେଇ ଥିଲେ ।ଏହି ଅବସର ରେ ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଧରଣୀଧର ସାହୁ ମେଧା ବୃତ୍ତି ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ସ୍କୁଲରେ ଅବୈତନିକ କାର୍ଯ୍ୟ କରୁଥିବା ଅବସର ପ୍ରାପ୍ତ ଶିକ୍ଷକ କପିଳ ବାଗ, ସୁଧାଂଶୁ
ଶେଖର ସାହୁ , ସତ୍ୟେନ୍ଦ୍ରୀୟ ଦେବତା, ଡାକ୍ତର ଭୋଇ, ଶିକ୍ଷୟିତ୍ରୀ ମୀନା ପଣ୍ଡା ପ୍ରମୁଖ ଯୋଗ ଦେଇ ପ୍ରଥମ ରୁ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ଦେବାଶିଷ ବିଭାର,ଆଦ୍ୟାଶା ବାରିକ, ଅଞ୍ଜଳି ମାଝୀ,ଅଙ୍କିତ ବରିହା, ଆର୍ ଜୟଶ୍ରୀ, ମୁସ୍କାନ୍ ସା,
ଶାଳିନି ସା ସମରେନ୍ଦ୍ର ବରାଡ ଏସ ଶୁଭ ଶ୍ରୀ ରେଣୁକା ଭୋଇ ପ୍ରମୁଖ ଛାତ୍ର ଛାତ୍ରୀ ଙ୍କୁ ନିଜ ଶ୍ରେଣୀ ରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ ସ୍ବର୍ଗତ ଧରଣୀଧର ମେଧା ବୃତ୍ତି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ପରିଶେଷରେ ଶିକ୍ଷୟିତ୍ରୀ ନିଳୀମା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।