-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
13-Aug-2024
ଵିରମହାରାଜପୁର( ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସତ୍ୟବାଦୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ କଳାପଥର ଠାରେ ଆନ୍ତର୍ଜାତୀୟ ଯୁବ ଦିବସ ଉପଲକ୍ଷେ ୟୁଥ୍ ରେଡ୍ କ୍ରସ୍ ଓ ରେଡ୍ ରିବନ୍ କ୍ଲବ୍ ଆନୁକୁଲ୍ୟରେ ଏଚ୍.ଆଇ.ଭି. ଓ ଏମ୍ସ ନିରାକରଣ ସଚେତନତା ଶିବିର ଆୟୋଜିତ ହେଇଯାଇଛି । ଏହି ଅବସରରେ ଅଧ୍ଯକ୍ଷ ଶ୍ରୀଯୁକ୍ତ ଶ୍ରୀକାନ୍ତି ପଧାନ୍ ସଭାପତିତ୍ବ କରି ରାଷ୍ଟ୍ର ଗଠନରେ ଯୁବସମାଜର ଭୁମିକା ଗୁରୁତ୍ତ୍ବପୁର୍ଣ ବୋଲି ମତବ୍ୟକ୍ତି କରିଥିଲେ ।ରେଡ୍ କ୍ରସ୍ କାଉନ୍ସେଲର୍ ଅଧ୍ୟାପକ କିଶୋର ସାହୁ ଏଡ଼୍ ରୋଗ ବିଷୟରେ ବୁଝାଇ ନିଜେ ସଚେତନ ହେବାସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରାଇବାକୁ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।ଅଧ୍ୟାପକ ରାମ ଯଧାନ ସେବା, ସମର୍ପଣ ଓ ବନ୍ଧୁତ୍ବ ଉପରେ ଅଲୋକପାତ କରିଥିଲେ । ଅଧ୍ୟାପିକା ପ୍ରତିମା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ କର୍ମଚାରୀ ନିଜକୁ ସାମିଲ କରି ସହଯୋଗର ହାତ ବଢ଼ାଇ ଥିଲେ ।