-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
12-Aug-2024
ନାକଟିଦେଉଳ(କନ୍ଦର୍ପ ବେହେରା): ଓଡିଶା ସରକାରଙ୍କ ଶିକ୍ଷା ବିଭାଗ ର ନିର୍ଦ୍ଦେଶ ଅନୁସାରେ ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ଆନୁକୁଲ୍ୟରେ ନିଶାମୁକ୍ତ ଭାରତ ଓ ଆନ୍ତର୍ଜାତିକ ଯୁବ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଚେତନତା ସଭା ରେ ୟୁଥ୍ ରେଡକ୍ରସ୍ ଅଫିସର୍ ଦେବେଶ କୁମାର ବିଶ୍ବାଳ, ଇଂରାଜୀ ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ, ଶିକ୍ଷା ବିଭାଗ ର ଅଧ୍ୟାପକ ଶେଷଦେବ ବିଶ୍ବାଳ ଓ ହିମାଂଶୁ ବାରିକ୍ ନିଶାମୁକ୍ତ ଭାରତ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଓ ନିଶା ସେବନ ର ଅପକାରିତା ସମ୍ପର୍କ ରେ ଆଲୋକପାତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନେ ଭବିଷ୍ୟତ ଜୀବନ ରେ ନିଶା ସେବନ ନ କରିବା ପାଇଁ ଶପଥ ନେଇଥିଲେ l ଶେଷ ରେ ଏନ୍ ଏସ୍ ଏସ୍ ପ୍ରୋଗ୍ରାମ୍ ଅଫିସର୍ ପୁଷ୍ପାଞ୍ଜଳି ରବନା ଧନ୍ୟବାଦ ଅର୍ପଣ କରିଥିଲେ l