-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ରାଉରକେଲା (ପ୍ରେରଣା ଖବର): ଭାରତୀୟ ହକି କିମ୍ବଦନ୍ତୀ ତଥା ଅଲମ୍ପିଆନ ମାଇକେଲ କିଣ୍ଡୋଙ୍କ ଆଜି ଅପରାହ୍ନ ୩ଟା ୧୫ରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗ ଯୋଗୁଁ ତାଙ୍କୁ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସା କରାଯାଉଥିଲା। ଦୀର୍ଘଦିନ ହେଲା ସେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ଶ୍ରୀ କିଣ୍ଡୋ ବହୁବର୍ଷ ଧରି ଭାରତୀୟ ହକି ଦଳର ପ୍ରତିନିଧତ୍ୱ କରିଥିଲେ। ଆର.ଏସ୍.ପିରେ ଯୋଗଦେବା ପରେ ଓଡିଶା ଦଳର ମଧ୍ୟ ନେତୃତ୍ୱ ନେଇ ଏକାଧିକ ସଫଳତା ଆଣିଥିଲେ।ସୂଚନାଯୋଗ୍ୟ, ମାଇକେଲ କିଣ୍ଡୋ ଝାରଖଣ୍ଡରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ଆର୍ଏସ୍ପିରେ ଯୋଗଦେବା ପରେ ଓଡ଼ିଶାରେ ହକି ଖେଳର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ତାଙ୍କର ବ୍ୟକ୍ତିଗତ ଉଦ୍ୟମ ଯୋଗୁଁ ଓଡ଼ିଶାରେ ଅନେକ ହକି ପ୍ରତିଭା ପରବର୍ତ୍ତୀ ସମୟରେ ପରିଚୟ ସୃଷ୍ଟି କରିପାରିଛନ୍ତି। ଭାରତ ୧୯୭୫ ମସିହାରେ ବିଶ୍ୱକପ୍ ଜିତିଥିଲା ଏବଂ ଏହି ଟିମ୍ର ସଦସ୍ୟ ଥିଲେ ମାଇକେଲ୍ କିଣ୍ଡୋ। ତାଙ୍କୁ ଅର୍ଜୁନ ପୁରସ୍କାର ସମେତ ଆହୁରି ଅନେକ କ୍ରୀଡ଼ା ପୁରସ୍କାର ମିଳିଥିଲା।