-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
31-Dec-2020
ବବଲାଙ୍ଗିର, (ସନ୍ତୋଷ କୁମାର ଠାକୁର ) - ବଲାଙ୍ଗିର ଜିଲ୍ଲାରେ ଆଜି ୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ବଲାଙ୍ଗିର ବ୍ଲକ ର ତୁଷୁରାବାହାଲ, ଭୁତିଆରବାହାଲ , ବଲାଙ୍ଗିର ପୌରାଞ୍ଚଳର ୱାର୍ଡ ନମ୍ବର ୧୪ ରୁ ଜଣେ ଲେଖାଏଁ ଓ ୱାର୍ଡ ନମ୍ବର ୨ ଓ ୱାର୍ଡ ନମ୍ବର ୫ ରୁ ୨ ଜଣ ଲେଖାଏଁ ଓ ଓ୍ବାର୍ଡ ନଂ ୧୫ ରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ବେଲପଡା ବ୍ଲକ ନୂନହାଡ, କଁପାଣି ଗମ୍ଭାରୀ, ପୁଇଁନ୍ତଲା ବ୍ଲକ ରଣ୍ଡା ଓ ମଲମୁଣ୍ଡା ଏବଂ ସଇଁନ୍ତଲା ବ୍ଲକ ସଇଁନ୍ତଲା ରୁ ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ସେହିପରି ଖପ୍ରାଖୋଲ ବ୍ଲକ ର ଲାଠୋର ଗ୍ରାମରୁ ୧୮ ଜଣ, ପାଟଣାଗଡ଼ ଏନ୍ ଏ ସି ଓ୍ବାର୍ଡ ୧, ଦେଓଗାଁ ବ୍ଲକ ଉଡାର ରୁ ୨ଜଣ ଲେଖାଏଁ , କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି l ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ମୋଟ୍ ୮୫୨୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪୫ ଟି ଆକ୍ଟିଭ କେଶ୍ ରହିଛି l ଆଜି ପର୍ଯ୍ୟନ୍ତ ଜିଲ୍ଲାରେ କରୋନା ରୁ ୮୩୩୬ ଜଣ ବ୍ୟକ୍ତି ସୁସ୍ଥ ହୋଇ ସାରିଥିବା ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ l