-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
10-Aug-2024
ନର୍ଲା (ଚିନ୍ତାମଣି ନାଏକ)
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଛତିକୁଡା ଠାରୁ ନର୍ଲା କୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥ ବୁରାଟ ନିକଟରେ ଏକ କୁତ୍ରୀମ ଜଳାଶୟ ଦେଖିବାକୁ ମିଳିଛି ପ୍ରାପ୍ତ ସୂଚନା ଅନୁଯାୟୀ ବିଗତ ବର୍ଷ ପୂର୍ତ୍ତ ବିଭାଗ ପକ୍ଷରୁ ଛତିକୁଡ଼ା ରୁ ନର୍ଲା କୁ ନୂତନ ରାସ୍ତା ଓ ପୋଲ ନିର୍ମାଣ ଓ ରାସ୍ତା କାର୍ଯ୍ୟ ଚାଲିଆସୁଥିବା ବେଳେ ବୁରାଟ୍ ନିକଟସ୍ଥ ରିଜର୍ଭ ଫରେଷ୍ଟ ପାଖରେ ଏକ ହୋମ ପାଇପ କଲଭଟ ନିର୍ମାଣ କରାଯାଇଛି ଯାହାକି ଜଙ୍ଗଲ ରୁ ଆସୁଥିବା ବର୍ଷା ଦିନିଆ ପାଣି ସହଜରେ ନିଷ୍କାସିତ ହୋଇପାରିବ ବୋଲି କିନ୍ତୁ କିଛି ବ୍ୟକ୍ତି ନିଜର ସ୍ବାର୍ଥ ସାଧନ ନିମନ୍ତେ ସେହି କଳଭଟ କୁ ଉଦ୍ଦେଶ୍ୟ ମୂଳକ ଭାବରେ ବନ୍ଦ କରି ଦେଇଥିବା ଯୋଗୁଁ ରାସ୍ତା କଡ଼ରେ ପାଖାପାଖି ଦୁଇ ଏକର ଏରିଆ ପରିମିତ ଫରେଷ୍ଟ ଜଙ୍ଗଲ ଓ ନିଜସ୍ବ ମାଲିକାନା ରେ ଥିବା ଜମିରେ କୁତ୍ରିମ୍ ଜଳାଶୟ ସୃଷ୍ଟି ହୋଇଛି ଯାହା ଫଳରେ ଏହି ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦୁଇ ଚକିଆ ଚାରି ଚକିଆ ମୋଟର ଯାନ ଯାତାୟାତ ସମୟରେ କେତେବେଳେ ଯେ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେବା ଆଶଙ୍କା କୁ ଏଡ଼ାଇ ଦିଆଯାଇ ନ ପାରେ ସୂଚନା ଯୋଗ୍ୟ ଯେ ଏହି ପୋଲ ନିର୍ମାଣ ର ଉପର ମୁଣ୍ଡ ଓ ତଳ ମୁଣ୍ଡରେ ସରକାରୀ ଗ୍ରାମ୍ୟ ଜଙ୍ଗଲ ଜମି ଥିବା ସତ୍ତ୍ବେ ତତ କାଳୀନ ବିଭାଗୀୟ ଯନ୍ତ୍ରୀ ମଢେଇ ବାବୁଙ୍କ ଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା କିଛି ଚାଷୀ ପ୍ରକାଶ କରିଛନ୍ତି ଏଣୁ ଏଦିଗରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ତୁରନ୍ତ ଦୃଷ୍ଟି ଦେଇ ଏହାର ସମାଧାନ ପାଇଁ ସାଧାରଣ ର ଦାବି ହେଉଛି