-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
08-Aug-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ଆଜି ଜିଲ୍ଲା ସଡକ ସୁରକ୍ଷା କମିଟି ଓ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୋନପୁର ବସଷ୍ଟାଣ୍ଡ ଠାରେ ଡ୍ରାଇଭର ଓ କଣ୍ଡକ୍ଟର ମାନଙ୍କୁ ସଚେତନ କରଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ଆର୍ ଟି ଓ ଅକ୍ଷୟ କୁମାର ଜେନା ଯୋଗ ଦେଇ ମହିଳା ଯାତ୍ରୀ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ଙ୍କୁ ବସ୍ ଯାତ୍ରା ରେ ଉତ୍ତମ ବ୍ୟବହାର ଦେବାକୁ ପରାମର୍ଶ କରିଥିଲେ l ଓ ସମ୍ମାନିତ ଅତିଥି ଭାବରେ ଡି ଏସ ଏସ ଓ, ଏମ ଭି ଆଇ ବିଶ୍ବ ରଂଜନ ସାହୁ, ବସ୍ ସଂଘ ସଭାପତି ପୁରୁଷୋତ୍ତମ ପାଣିଗ୍ରାହି, ସଦସ୍ୟ ବୁଲୁ ହୋତା, ସୁଦର୍ଶନ ପଣ୍ଡା ଯୋଗ ଦେଇ ଡ୍ରାଇଭର ଓ କଣ୍ଡକ୍ଟର ମାନଙ୍କୁ ସଡ଼କ ସୁରକ୍ଷା ର ସମସ୍ତ ନିୟମ ମାନିବା କୁ ଓ ସରକାରୀ ନିୟମ ଅନୁଯାୟୀ ଉତ୍ତମ ବସ୍ ସେବା ଯୋଗାଇବାକୁ ସଚେତନ କରାଇ ଥିଲେ l ଆଞ୍ଚଳିକ ପରିବହନ ବିଭାଗ ର କର୍ମଚାରୀ ରଘୁନାଥ ଭୋଇ , ରବୀନ୍ଦ୍ର ଦଳାଇ, ଚିତ୍ତ ରଞ୍ଜନ ଭୋଇ କାର୍ଯକ୍ରମ ରେ ସହଯୋଗ କରିଥିବା ବେଳେ ଶତାଧିକ ବସ୍ ଷ୍ଟାଫ୍ ଯୋଗ ଦେଇ ଏହି ସଚେତନତା କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l