-+91-9937148622 |
prerana_bgr@rediffmail.com |
Monday 28th September 2026 |
R.N.I. Regd No. ODIODI/2010/46693
Breaking News
05-Aug-2024
ଡାବୁଗାଁ(ମିହିର ଶଙ୍କର ପାତ୍ର)ବ୍ଲକ ସଦର ମହକୁମା ସ୍ଥିତ ଜୟନ୍ତୀନଗର ଠାରେ ଆଜି ଦିନ 3 ଘଣ୍ଟା ସମୟରେ ଲକ୍ଷ୍ମୀ ମା’ଙ୍କର ଶ୍ରାବଣ ପରିକ୍ରମା ଏଵଂ ମାତୃ ସମ୍ମିଳନି ଅନୁଷ୍ଠିତ ହେଲା । ଲକ୍ଷ୍ମୀ ମା’ଙ୍କର ଶ୍ରବଣ ପରିକ୍ରମାରେ ଡାବୁଗାଁ ବ୍ଲକର ବିଭିନ୍ନ ଗ୍ରାମର ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଭକ୍ତମାନେ ସାମିଲ ହୋଇଥିଲେ। ଆଜି ଡାବୁଗାଁ,ଜୟନ୍ତୀନଗର ଡ଼ଙ୍ଗାରିଗୁଡା ଗ୍ରାମର ଜୟଗୁରୁ ମା ମାନେ ଏହି ଶ୍ରାବଣ ପରିକ୍ରମା କାର୍ଯ୍ୟକ୍ରମରେ ସାମିଲ ହୋଇ ଭଜନ, କୀର୍ତ୍ତନ, ଯାଜନ କରିଥିଲେ। ଏହି ଶ୍ରାବଣ ପରିକ୍ରମା ମାସେ ବ୍ୟାପି ଅନୁଷ୍ଠିତ ହେବ ଆଜି ଏହି କାର୍ଯ୍ୟକ୍ରମରେ ଉପସ୍ଥିତି ଥିଲେ ଵରିଷ୍ଟ ସ୍ୱସ୍ତିନି ଧାରୀ ପ୍ରଫୁଲ କୁମାର ପଟ୍ଟନାୟକ, ପ୍ରିୟାଦର୍ଶିନୀ ପାତ୍ର,ରାଜେଶ୍ୱରୀ ପାତ୍ର,ବିଜୟ ଲକ୍ଷ୍ମୀ ପଟ୍ଟନାୟକ ସହ ବ୍ଲକର ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଭକ୍ତମାନେ। ଆଜିର କାର୍ଯ୍ୟକ୍ରମଟି ସୁରୁଖୁରୁରେ ଅନୁଷ୍ଠିତ ହେଲା।