-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
30-Jul-2024
ହରଭଙ୍ଗା(ଦେବବ୍ରତ ଦାଶ ଙ୍କ ରିପୋର୍ଟ): ପୋଖରୀରୁ ଯୁବକଙ୍କ ସନ୍ଦେହ ଜଣକ ମୃତଦେହ ଉଦ୍ଧାର । ପୋଲିସର ଛାନଭିନ ।ବୌଦ୍ଧ ଥାନା ସୁବଳୟା ଘଟଣା। ସୂଚନା ଅନୁଯାୟୀ ବୌଦ୍ଧ ଥାନା ସୁବଳୟା ଗ୍ରାମର ସୁଜିତ ପାତ୍ର ନାମକ ଜଣେ ଯୁବକ ସକାଳୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକଙ୍କୁ ଗାଧୋଇବା ପାଇଁ କହି ଘରୁ ଆସିଥିବା ବେଳେ ବହୁତ ସମୟ ଧରି ଘରକୁ ଫେରି ନଥିଲେ। ପରିବାର ଲୋକେ ବହୁତ ପଚରାଉଚରା ପରେ ପୋଖରୀ
ଆଡକୁ ଯାଇଥିବା ସନ୍ଧାନ ପାଇବା ପରେ । ପରିବାର ଲୋକେ ଏନେଇ ବୌଦ୍ଧ ଅଦର୍ଶ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଓ ଅଗ୍ନିଶମ ବହିନୀ ପୋଖରୀରେ ଖୋଜିଥିଲେ । ପ୍ରାୟ ୨ ଘଣ୍ଟା ପରେ ଅଗ୍ନିଶମ ବହିନୀ ଯୁବକଙ୍କ ମୃତଦେହ
ପୋଖରୀରୁ ଉଦ୍ଧାର କରିଥିଲେ। ତେବେ ଯୁବକ ଜଣଙ୍କ ସମ୍ପୁର୍ଣ୍ଣ ସୁସ୍ଥ ଥିବା ବେଳେ କେମିତି ଏହି ଅସ୍ୱାଭାବିକ ମୃତ୍ୟୁ ହେଲା ତାହାକୁ ନେଇ ପରିବାର ଲୋକେ ସନ୍ଦେହରେ ରହିଛନ୍ତି। ଏନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି ।