-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
27-Jul-2024
ଗୋଡ଼ଭଗା/(ବରଗଡ଼) : ଚଳିତବର୍ଷ ଅନୁସୂଚିତ ଜାତିର ଗରିବ ମେଧାବୀ ଛାତ୍ରୀ କୁମାରୀ ବିଜୟା ମହାନନ୍ଦ ଙ୍କୁ ଉଚ୍ଚଶିକ୍ଷା ପାଇଁ ସହଯୋଗର ହାତ ଵଢାଇଛନ୍ତି କଳାମାଟି ସରପଞ୍ଚ ଡ଼ଃ ସୁଷମା ସାହୁ l ବରଗଡ଼ ଜିଲ୍ଲା ଗୋଡ଼ଭଗା ପଞ୍ଚାୟତ ଅନ୍ତର୍ଗତ ଗଡ଼ତିଆପାଲି ଗ୍ରାମର ଗରିବ ଅନୁସୂଚିତ ଜାତିର ମେଧାଵୀ ଛାତ୍ରୀ ଚଳିତ ବର୍ଷ OJE ପରୀକ୍ଷା ରେ ଭଲ ନମ୍ବର ରଖି ବ୍ରହ୍ମପୁର ପାରଳା ଇଞ୍ଜିନିୟରିଙ୍ଗ କଲେଜରେ ନାମ ଲେଖାଇବା ପାଇଁ ମନୋନୀତ ହୋଇଛନ୍ତି l ତାଙ୍କ ବାପା ସଜବନ୍ତ ମହାନନ୍ଦ ଜଣେ ଦିନ ମଜୁରିଆ ହୋଇଥିବାରୁ ଅର୍ଥ ଯୋଗାଡ଼ କରି ନାମ ଲେଖାଇବା ପାଇଁ ଅସମର୍ଥ ଥିଲେ , ସମାଜସେଵୀ ଏମ ଡି କାଲୋ ଙ୍କ ଠାରୁ ଖବର ପାଇ ଗତ ତା:୨୫.୦୭.୨୦୨୪ (ଗୁରୁବାର) ସନ୍ଧ୍ୟାରେ କଳାମାଟି ସରପଞ୍ଚ ଡ଼ଃ ସୁଷମା ସାହୁ ଓ ସ୍ପନ୍ଦନ ଆଞ୍ଚଳିକ ଯୁବକ ସଂଘ ଗୋଡ଼ଭଗା କେମ୍ପ ର ସଭାପତି ଶ୍ରୀ ବାଳକୃଷ୍ଣ ସାହୁ କିଛି ବଦାନ୍ୟ ବ୍ୟକ୍ତି ଙ୍କ ଠାରୁ ଅର୍ଥ ସଂଗ୍ରହ କରିବା ସହିତ ନିଜେ କିଛି ଅର୍ଥ ମିଶାଇ ଟ. ୩୦, ୦୦୦/- ( ତିରିଶ ହଜାର ଟଙ୍କା ମାତ୍ର ) ର ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଏହି ସମୟରେ ସ୍ପନ୍ଦନ ଆଞ୍ଚଳିକ ଯୁବକ ସଂଘ ର ବରିଷ୍ଠ ସଭ୍ୟ ଶ୍ରୀ ଅକ୍ଷୟ କର୍ଣ୍ଣ , ଏମ ଡି କାଲୋ, ସୁଷମା ସାହୁ ଓ ବାଳକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l