-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||     

HOME   ଜିଲ୍ଲା

ପଞ୍ଚାୟତ ଓ ପଞ୍ଚାୟତସମିତିରେ ପିସିରାଜ୍

22-Jul-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ଗତ ବିଜେଡି ସରକାର ଅମଳରେ କିପରି ପଞ୍ଚାୟତ ଓ ପଞ୍ଚାୟତସମିତି ବା ବ୍ଲକ୍ ଗୁଡିକରେ ପିସିରାଜ୍ ନିରଙ୍କୁଶ ଭାବେ ଚାଲିଥିଲା ଓ ଏହା ତଳୁ ଉପରସ୍ତର ପର୍ଯ୍ୟନ୍ତ ଏକ ଅବୈଧ ବ୍ୟବସ୍ଥା ବା 'ସିଷ୍ଟମ୍' ପରିଣତ ହୋଇଯାଇଥିଲା, ଏବେ ଗୋଟି ଗୋଟି କରି ପ୍ରତ୍ୟେକ ଜାଗାରେ ପରସ୍ପର ମଧ୍ୟରେ ଟଣାଓଟରା ବିବାଦରୁ ତାହା ଲୋକଲୋଚନକୁ ଆସିବାରେ ଲାଗିଛି। ମନରେଗାଠାରୁ ସମସ୍ତପ୍ରକାରର ଉନ୍ନୟନମୂଳକ କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ସୀମାଲଙ୍ଘନ କରିଥିଲା । ଜାଲ୍ ଜବ୍ କାର୍ଡ, ମିଥ୍ୟା ଶ୍ରମଦିବସ, ଫେକ୍ ଓ ଅଣପଞ୍ଜିକୃତ ଭେଣ୍ଡର, ମିଥ୍ୟାବିଲ୍, ନିଷିଦ୍ଧ ଜନପ୍ରତିନିଧିମାନଙ୍କ ଦ୍ବାରା ଠିକା, ଠିକାବିକ୍ରି, ବିଭାଗୀୟ କାର୍ଯ୍ୟାଦେଶରେ ଠିକାଦାର ନିୟୋଜନ ଓ 5-ଟି କାମ ଇତ୍ୟାଦିରେ ଯାବତୀୟ ସରକାରୀ ଅର୍ଥ ଅନୁଦାନର ଲୁଣ୍ଠନ ଚାଲିଥିଲା । ଏହାକୁ ପଞ୍ଚାୟତର ଗ୍ରାମସାଥୀ, ଜିଆରଏସ୍ , ଇଓ, ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍ ଉପାଧ୍ୟକ୍ଷ ଓ ଅଧ୍ୟକ୍ଷଙ୍କ ଠାରୁ ବିଡିଓ, କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀଯନ୍ତ୍ରୀ, ବିଏଫ ଓ, ଏପିଓ, ଆକାଉଣ୍ଟାଣ୍ଟ୍, ହେଡ୍ କ୍ଲର୍କ, କିରାଣୀଙ୍କ ସହ ସମସ୍ତେ ସାମିଲ୍ ରହିଥିଲେ ।  ଏହା ଉପରେ ଡିଆରଡିଏ ବା ଜିଲ୍ଲା

ପରିଷଦ ଓ ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କର ପ୍ରତ୍ୟେକ୍ଷ ସମ୍ପୃକ୍ତି ରହିଥିବା ଚର୍ଚ୍ଚା ହେଉଛି ।  ଅଡିଟ୍ ବା ସମୀକ୍ଷା ଏକ ପ୍ରହସନ ମାତ୍ର ଥିଲା । ବିଧାୟକ ବା ଜିଲ୍ଲା ସଂଯୋଜକଙ୍କ ମାର୍ଫତ୍ ରେ ପିସି ସଂଗୃହୀତ ହୋଇ ସିଧା ସରକାରରେ ଥିବା ଅଧିକାରୀ, ମନ୍ତ୍ରୀ , ଅମଲାଙ୍କ ପର୍ଯ୍ୟନ୍ତ ଭାଗବଣ୍ଟାର ରାକେଟ୍ ଚାଲିଥିବା ବିଭିନ୍ନ ପ୍ରକାଶିତ ଖବର ଓ ଚର୍ଚ୍ଚାରୁ ପ୍ରକାଶ । 

ତେବେ ଭାତହାଣ୍ଡିରୁ କେତୋଟି ଭାତ ଚିପିଲା ପରି ପଶ୍ଚିମଓଡିଶାର କେତୋଟି ବ୍ଲକ୍ ରେ ଆମ ପ୍ରତିନିଧିଦଳର ଏହି ପ୍ରାଥମିକ ତଥ୍ୟସଂଗ୍ରହ ଓ ଅଭିଯୋଗ ହସ୍ତଗତ ହେବାପରେ ଏହାର ପ୍ରମାଣ ମିଳୁଛି। ବଲାଙ୍ଗୀର, ସୁବର୍ଣ୍ଣପୁର, ବରଗଡ, କଳାହାଣ୍ଡି ଓ ନୂଆପଡା ଇତ୍ୟାଦି ଜିଲ୍ଲାର କେତୋଟି ବ୍ଲକ୍ ରେ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ବିଧିବଦ୍ଧ ଭାବରେ ରାଜ୍ୟର ଦ୍ବିତୀୟ କ୍ଷମତାକେନ୍ଦ୍ର ପାଲଟିଥିବା ଭି କେ ପାଣ୍ଡିୟାନ୍ ଓ ତାଙ୍କ ଅନୁଗତ ବିଧାୟକଟିମ୍ ଗୁମାସ୍ତା ପରି ବୁଲି ବୁଲି ଏହା ସଂଗ୍ରହ ବା ଲୁଟ୍ କରୁଥିଲେ ।  ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ପିଡି, ବିଡିଓ ଓ ସରକାରୀ ଯନ୍ତ୍ରୀ , ଅଫିସରମାନେ ସେମାନଙ୍କର ହାତବାରିସୀ ହୋଇପଡିଥିଲେ । ମଝିରେ ମଝିରେ ପଞ୍ଚାୟତ ଇଓଙ୍କ ଠାରୁ ବିଡିଓଙ୍କୁ ଏଠୁ ସେଠିକି ବଦଳି କରିଦେଇ ବା ଭାରପ୍ରାପ୍ତ ରଖି  ଏହି କାରବାରକୁ ସୁରକ୍ଷା ଦିଆଯାଉଥିଲା । ଯଦି କେବଳ ପଶ୍ଚିମ ଓଡିଶାର ଉପରୋକ୍ତ କେତୋଟି ବ୍ଲକ୍ ର ଏଭଳି ବଦଳା ବଦଳିକୁ ତର୍ଜମା କରାଯାଏ, ଏହା ସ୍ପଷ୍ଟ ହୋଇଯିବ । ପୂର୍ବ ବିଡିଓଙ୍କ ବଦଳି ପରେ ଏହି ତଥାକଥିତ ' ସିଷ୍ଟମ୍ ' ବିଗିଡିଯାଉଥିବାରୁ ଅସାଧୁ ଅଧିକାରୀ ଓ ଜନପ୍ରତିନିଧିମାନଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇ ଏସବୁ ପଦାକୁ ଆସୁଛି । 

କିଛିଦିନତଳେ ବଲାଙ୍ଗୀରଜିଲ୍ଲାର ଖପ୍ରାଖୋଲ ବ୍ଲକ୍ ର ଭାପୁର, ମହରାପଦର, ପଡିଆବାହାଲ, ବେନ୍ଦେର ଓ ଅନ୍ୟାନ୍ୟ ପଞ୍ଚାୟତରେ ହୋଇଥିବା ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗରେ ଗ୍ରାମବାସୀଙ୍କ ପକ୍ଷରୁ ବ୍ଲକ୍ ଅଫିସ୍ ଘେରାଉ ଓ ଭଙ୍ଗାରୁଜା ଘଟଣା ଘଟିଥିଲା । ଏପରିକି ତତ୍କାଳୀନ ପାଟଣାଗଡର ପୂର୍ବତନ  ବିଧାୟକ ବା ଏବର ଉପମୁଖ୍ଯମନ୍ତ୍ରୀ କେବି ସିଂଦେଓ ବ୍ଲକ୍ ଘେରାଉ କରିଥିଲେ ।  ବେଲପଡା ବିଡିଓଙ୍କୁ ମଧ୍ୟ ଘେରାଉ କରି ପ୍ରଶ୍ନବାଣରେ ଘାଇଲା କରିଥିଲେ । ଏହି ବ୍ଲକ୍ ରେ ଏକାଧିକ ମନରେଗା ଦୁର୍ନୀତିର ଲୋକପାଳ ତଦନ୍ତ କରିଥିଲେ ହେଁ ଭାନପୁର ପଞ୍ଚାୟତର ଗ୍ରାମସାଥୀଙ୍କୁ ଅଦ୍ୟାବଧି ବହିଷ୍କାର କରାଯାଇ ପାରିଲେନି । ସେ ସଂଘର ଦମ୍ ଦେଖାଇ ଅଦ୍ୟାବଧି ଦୁର୍ନୀତିରେ ଲିପ୍ତ ରହିଛନ୍ତି । ଖପ୍ରାଖୋଲ ବ୍ଲକ୍ ର ଏପିଓ ପ୍ରଶାନ୍ତ ସାହୁଙ୍କ ବିରୁଦ୍ଧରେ ବହୁ ଗୁରୁତର ଅଭିଯୋଗ ପ୍ରକାଶ ପାଇଛି ।

କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ୍ ରେ ଗତ ୧୨ ତାରିଖରେ ସମିତିବୈଠକ ପରେ ବହୁ ଗୁରୁତର ଅଭିଯୋଗ ଲୋକଲୋଚନକୁ ଆସିଛି । ଗତ ୨୦୨୦ ରୁ ୨୦୨୩ ମଧ୍ୟରେ ହୋଇଥିବା ଦୁର୍ନୀତିର ଲମ୍ବା ତାଲିକା ରହିଛି । ଏହି ବ୍ଲକ୍ ର   ନିର୍ବାଚିତ ଲୋକପ୍ରତିନିଧିଙ୍କର ବିରୁଦ୍ଧରେ ଅଭିଯୋଗ ପ୍ରକାଶ ପାଇଛି ।  ବ୍ଲକ୍ ଅଧ୍ୟକ୍ଷ, ସମିତିସଭ୍ୟ ଓ ସରପଞ୍ଚ ପ୍ରମୁଖଙ୍କ ବିରୋଧରେ  ଠିକାବିକ୍ରି, ଠିକାକାମ, ଠିକା ସାମଗ୍ରୀ ଯୋଗାଣ ଇତ୍ୟାଦି ଅଭିଯୋଗ ପ୍ରକାଶ ପାଇଛି । ପୂର୍ବତନ ବିଡିଓ ପ୍ରଫୁଲ୍ଲ କୁମାର ଓଡୁଙ୍କ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ସହ ତାଙ୍କ ବିରୁଦ୍ଧରେ ଯୌନକେଳେଙ୍କାରୀର ଚର୍ଚ୍ଚା ଜାରୀ ରହିଛି । ତାଙ୍କୁ ଏଠାରୁ  ବରଗଡ ଜିଲ୍ଲାର ପାଇକମାଳ ବ୍ଲକ୍ ରେ ବିଡଓ ଭାବରେ ଅବସ୍ଥାପିତ କରାଯାଇଛି । ବ୍ଲକ୍ ରେ ହୋଇଥିବା ମନରେଗା ଦୁର୍ନୀତିର ତଦନ୍ତ ପାଇଁ ବର୍ତ୍ତମାନର ବିଡିଓ ପଦ୍ମନାଭ ପୁରୋହିତ ଏକ ତଦନ୍ତକମିଟି ଗଠନକରି ତଦନ୍ତ ନିର୍ଦ୍ଦେଶ ଦେବା ସହ ଏପିଓ ଓ ଅନ୍ୟଜଣେ ଅଧିକାରୀଙ୍କ ଦରମା ବନ୍ଦ କରିଛନ୍ତି । ତେବେ ସବୁଠୁ ଗୁରୁତର ଅଭିଯୋଗ ଏହା ଯେ ବ୍ଲକ୍ ର ଜନୈକା ମହିଳା କନିଷ୍ଠଯନ୍ତ୍ରୀ ଯୁଗେଶ୍ବରୀ ଭୋଇ କିଛିଦିନ ତଳେ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କୁ ଅଥବା ତାଙ୍କ ଲୋକକୁ କଶୃପଡା-ହରିଜନପଡା ସିସି ରାସ୍ତା ନିର୍ମାଣର ୭ ଲକ୍ଷଟଙ୍କାର ଚେକ୍ କାଟିଦେଇଛନ୍ତି । ତେବେ ଅଧ୍ୟକ୍ଷ ଓ କନିଷ୍ଠଯନ୍ତ୍ରୀ ଏହାକୁ ଅସ୍ବୀକାର କରନ୍ତି ।

ବଲାଙ୍ଗୀର ଜିଲ୍ଲାର  ୨୦ ପଞ୍ଚାୟତ ବିଶିଷ୍ଟ ଆଗଲପୁର ବ୍ଲକ୍ ରେ ଜିଲ୍ଲାର ମୋଟ ୩୦୮ କୋଟି ଟଙ୍କାର ବିନିଯୋଗପତ୍ର ଦିଆଯାଇପାରି ନଥିବା ସବୁଠାରୁ କମ୍ ଟଙ୍କା ଖର୍ଚ୍ଚ ହୋଇପାରିଛି । ରାଜନୈତିକ ଟଣାଓଟରା ଓ ଜନପ୍ରତିନିଧି ମାନଙ୍କ ଠିକାଦାରୀ ଉପଦ୍ରବ ନିମନ୍ତେ ଏପରି ଅଚଳାବସ୍ଥା ସୃଷ୍ଟି ହେବା ସହ ବ୍ଲକର ବିଭିନ୍ନ ପଞ୍ଚାୟତର ରାସ୍ତାଘାଟର ଉନ୍ନତିକରଣ ଗୁରୁତର ବାଧାପ୍ରାପ୍ତ ହୋଇଛି । ଏହି ବ୍ଲକ୍ ର ବିଡିଓ ପ୍ରାୟତଃ ଅଫିସ୍ ରେ ରହନ୍ତିନାହିଁ ଓ କୌଣସି ତଥ୍ୟ ଦେବାକୁ ଏଡାଇ ଯାଆନ୍ତି । 

ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ୍ ର ଅବସ୍ଥା ତଦୃପ । ଏହି ଜିଲ୍ଲାର ସଦର ବଲାଙ୍ଗୀର ବ୍ଲକ୍ , ପୁଇଁତଳା ବ୍ଲକ୍, ତୁରେକେଲା ବ୍ଲକ୍, ମୁରିବାହାଲ ବ୍ଲକ୍, ଗୁଡଭେଲା ବ୍ଲକ୍, ଟିଟିଲାଗଡ ବ୍ଲକ୍, ସଇଁନ୍ତଳା ବ୍ଲକ୍ ରେ ଅନୁରୂପ ଅନିୟମିତତା ଚାଲିଛି । ଏବେ ଉପମୁଖ୍ଯମନ୍ତ୍ରୀ କେବି ସିଂଦେଓଙ୍କ ବ୍ଲକ୍ ପାଟଣାଗଡରେ ଦୁଇବର୍ଷ ତଳେ ଫାଇଭ୍-ଟି କାମ ଓ ଅନ୍ୟାନ୍ୟ ପଞ୍ଚାୟତର ଉନ୍ନୟନକାମରେ ମିଥ୍ୟାବିଲ୍ କୁ ବିରୋଧ କରିବାରୁ ଜଣେ ସଚ୍ଚୋଟ କନିଷ୍ଠଯନ୍ତ୍ରୀଙ୍କୁ ଦିନଦ୍ବିପ୍ରହରରେ ହତ୍ୟା କରିଦିଆଗଲା ଓ ଅଦ୍ୟାବଧି ଲୋକେ ଏହାର କାରଣ ଓ ହତ୍ୟାକାରୀମାନଙ୍କ ସମ୍ପର୍କରେ ଅନ୍ଧକାରରେ ଅଛନ୍ତି । ହତ୍ୟାକାରୀମାନେତତ୍କାଳୀନ ବିଧାୟକଙ୍କର ପାଖଲୋକ ଠିକାଦାର ଅଭିଯୋଗ କରି କୋଶଳ ସଂଗଠନ ପକ୍ଷରୁ ଥାନାସାମ୍ନାରେ ଗଣଧାରଣା ଦିଆଯାଇଥିଲା । ତଥାପି ଉକ୍ତ ମୃତକ କନିଷ୍ଠଯନ୍ତ୍ରୀ ସୁରେଶ ସାହୁଙ୍କର ପରିବାରକୁ ନ୍ୟାୟ ମିଳିପାରି ନାହିଁ । ପୁଲିସ୍ ଏହାର ତଦନ୍ତକୁ ଚପାଇ ଦେଇଛି । ତତ୍କାଳୀନ ବିଡିଓ ନୀଳମାଧବ ସୁନାଙ୍କୁ ଅନ୍ୟତ୍ର ବଦଳି କରିଦିଆ ଯାଇଛି । ଜିଲ୍ଲା ସଦର ମହକୁମାର ନାକତଳେ ଥିବା ସଦର ବଲାଙ୍ଗୀର ବ୍ଲକ୍ ରେ ଜନପ୍ରତିନିଧି ଠିକା ବିକ୍ରିକରିବା ଦଶନ୍ଧି ଧରି ଚାଲିଛି । ଏହି ବ୍ଲକ୍ ର ସରକାରୀ କିରାଣୀ , କନିଷ୍ଠଯନ୍ତ୍ରୀ , ବିଡିଓ ମାନଙ୍କର ସିଧାସଳଖ ଠିକାଦାରଙ୍କୁ କାମ ବିକ୍ରିର ଅଭିଯୋଗ ରହିଛି । 

ବଲାଙ୍ଗୀର ଜିଲ୍ଲାର ଅନ୍ୟତମ ବ୍ଲକ୍ ପୁଇଁତଳା ବ୍ଲକ୍ ରେ  ବିଗତ ଦଶନ୍ଧି ଦଶନ୍ଧି ଧରି ଜନପ୍ରତିନିଧିମାନେ ଯେ ନିଜେ ଠିକା କରି ଆସୁଛନ୍ତି ବି ଠିକା ବିକ୍ରି କରନ୍ତି, ଏତିକି ନୁହେଁ, ସେମାନେ କରିଥିବା କାମର ବିଲ୍ ନ କଲେ ସିଧା ବିଡିଓଙ୍କୁ ଅଫିସ୍ ରୋ ଦିନଦହାଡେ ଅପହରଣ ବା ଉଠାଇ ନେବାର ନଜିର୍ ରହିଛି ।

ବରଗଡ ଜିଲ୍ଲା ଗାଇସିଲେଟ୍ ବ୍ଲକ୍ ତାଳପାଲି ପଞ୍ଚାୟତରେ ଇଓ ବହୁ ଗୁରୁତର ଦୁର୍ନୀତିରେ ଜଡିତ ରହିଥିବା ଚର୍ଚ୍ଚା ହେଉଛି 

ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ୍ ରେ ମଧ୍ୟ ସେହିପରି ସ୍ଥାନୀୟ ପ୍ରଭାବଶାଳୀ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କର ଲୋକମାନେ ଠିକା କରୁଛନ୍ତି ଓ ସେମାନଙ୍କ ମଧ୍ୟରେ ବ୍ଲକ୍ ର ଅନେକ ଲୋକପ୍ରତିନିଧି ରହୁଛନ୍ତି । ସଂପ୍ରତି ଏହିବ୍ଲକ୍ କୁ ପୂର୍ବରୁ ବଲାଙ୍ଗୀର ମ୍ୟୁନିସିପାଲିଟି ଓ ଟିଟିଲାଗଡ ପୌରସଂସ୍ଥାରେ ଥିବା କରିତ୍ କର୍ମା ନିର୍ବାହୀ ଅଧିକାରୀ ବିପିନ୍ ଦୀପ ବିଡିଓ ଭାବେ ବଦଳି ହୋଇ ଆସିଛନ୍ତି। ଆରେ ଢମଣା, ବୁଲିବାଲିକରି ସେଇ ଅଗଣା ନ୍ୟାୟରେ ଏଇ ପଶ୍ଚିମଓଡିଶାର ବିଭିନ୍ନ ବିବlଦମାନ ଅଧିକାରୀଙ୍କୁ ପୁଣି ଏପଟସେପଟ କରାଯାଇ ଅବସ୍ଥାପିତ କରାଯିବା ମୂଳରେ କାହାର କି ସ୍ବାର୍ଥ ନିହିତ ଅଛି, ଅନୁମେୟ । 

ତେଣୁ ଗତ ବିଜେଡି ସରକାର ଅମଳରେ ମୁଖ୍ୟତଃ ବ୍ଲକ୍ ର ନିର୍ବାଚିତ ଲୋକପ୍ରତିନିଧି ବା  ପିଆର ଆଇ ମେମ୍ବରମାନଙ୍କୁ ଠିକାଦାର କରିଦିଆଯାଇଥିଲା , ନୂଆ ମୋହନ ସରକାର ଏହାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଅଭିଯାନ ଆରମ୍ଭ କରାଇବେ କି ବୋଲି ଜନସାଧାରଣଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026

You Might Also Like