-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବଙ୍କ ବ୍ଲକ୍ ରେ ଉନ୍ନୟନ କାମରେ ଦୁର୍ନୀତି : ଜନପ୍ରତିନିଧି କରୁଛନ୍ତି ଠିକା  !

21-Jul-2024



ବଲାଙ୍ଗୀର (ମଳୟ ମିଶ୍ରଙ୍କ ରିପୋର୍ଟ) ସଂପ୍ରତି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବଙ୍କ ବ୍ଲକ୍ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକ୍ ରେ ଗତ ସରକାର ଅମଳରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପ୍ରକାଶ ପାଇଛି । ଗତ ୨୦୨୦ କରୋନାକାଳରୁ ୨୦୨୩ ପର୍ଯ୍ୟନ୍ତ ହୋଇଥିବା ମନରେଗା , ଫାଇଭ୍-ଟି ଓ ଅନ୍ୟାନ୍ୟ ଉନ୍ନୟନ କାମର ଠିକା ବିକ୍ରି ସହ ବ୍ଲକର ନିର୍ବାଚିତ ଜନ ପ୍ରତିନିଧି ବନାମ ପିଆରଆଇ ମେମ୍ବରମାନେ ଭେଣ୍ଡର ନିଷେଧ ସତ୍ତ୍ୱେ ସେମାନେ ମନରେଗାରୁ ଆର୍ଥିକ ଫାଇଦା ନେଉଥିବା ସହ ବିଭିନ୍ନ ଆଳରେ ଠିକା କରୁଛନ୍ତି । ଗତ ୧୨ ତାରିଖର ସମିତି ବୈଠକରେ ଏ ସମ୍ପର୍କରେ ଅଭିଯୋଗ ଉଠିବାରୁ ବିଡିଓ ପଦ୍ମନାଭ ପୁରୋହିତ ଏକ ତଦନ୍ତ କମିଟି ଗଠନକରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ୪ ଜଣିଆ ତଦନ୍ତ କମିଟିରେ ବ୍ଲକ୍ ଫାଇନାନ୍ସ ଅଫିସର ଓ ଅନ୍ୟମାନେ ରହୁଛନ୍ତି। ଏହାସହିତ ବିଡିଓ ମନରେଗା ଦାୟିତ୍ୱରେ ଥିବା ଦୁଇଜଣ ଅଧିକାରୀଙ୍କର ଦରମା ବନ୍ଦ କରିଥିବା ଜଣାଯାଇଛି। ମୁଖ୍ୟତଃ ବାଲସି, ଫଟକାମାଲ , ଉତ୍କେଲା ଓ କଶୃପଡା ଆଦି ପଞ୍ଚାୟତରେ ପିଆରଆଇ ମେମ୍ବର ମାନେ ମନରେଗାରେ ଠିକା କରିଥିବା ସାମ୍ନାକୁ ଆସିଛି l  

ଅଭିଯୋଗ ଅନୁଯାୟୀ , ବାଲସି ପଞ୍ଚାୟତର ମହିଳା ସରପଞ୍ଚଙ୍କ ସ୍ବାମୀ ବାଲସି- ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ପର୍ଯ୍ୟନ୍ତ ୨ କିମି ରାସ୍ତାର କେତେକାଂଶର କାମର ନେଇଥିବା ୩ ଲକ୍ଷ ୫୨ ହଜାର ଟଙ୍କାର ଅଭିଯୋଗ ସହ ଅନ୍ୟାନ୍ୟ ସ୍ଥାନରେ ହୋଇଥିବା ଏଭଳି ଅଭିଯୋଗର ତଦନ୍ତର ଅନ୍ତର୍ଭୁକ୍ତ କରାଯାଇଥିବା ପ୍ରକାଶ । ତେବେ ବ୍ଲକ୍ ସ୍ତରୀୟ ଏହି ତଦନ୍ତ କମିଟି କେତେଦୂର ଏଭଳି ଅଭିଯୋଗର ସତ୍ୟତା ବାହାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମର୍ଥ ହେବ, ଦେଖିବାକୁ ବାକି ରହିଲା । 

ଏ ସମ୍ପର୍କରେ ବିଡିଓ, ଏପିଓ ସନ୍ତୋଷ କୁମାର ପଣ୍ଡା, ବିଏଫଓ ଜୟକୃଷ୍ଣ ପଣ୍ଡା ଓ ବ୍ଲକ୍ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ମତାମତ ନିଆଯିବାରୁ ତଦନ୍ତ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ । 

ତେବେ ଉପରୋକ୍ତ ବର୍ଷମାନଙ୍କରେ ଖୋଦ୍ ନିର୍ବାଚିତ ଲୋକ ପ୍ରତିନିଧି ସଭ୍ୟ, ସରପଞ୍ଚମାନେ ଠିକା କରୁଥିବା ପ୍ରକାଶ ପାଇଛି । କେତେକ ଜନପ୍ରତିନିଧି ଅନୌପଚାରିକ ଭାବେ କହିଥିଲେ ଯେ, ସମସ୍ତେ ଠିକାକରିବାକୁ ଇ ନିର୍ବାଚନ ଲଢି ଆସିଛନ୍ତି । ପଡୋଶୀ କର୍ଲାମୁଣ୍ଡା ବ୍ଲକ୍ ର ଜଣେ ସରପଞ୍ଚ ୮୫ ଲକ୍ଷ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିଥିବା ଚର୍ଚ୍ଚା ହେଉଛି ।  ଅନ୍ୟାନ୍ୟ ସରପଞ୍ଚମାନେ ୨୫/୩୦ ଲକ୍ଷ ଖର୍ଚ୍ଚ କରିଛନ୍ତି । ସେମାନେ କଣ ପାଇଁ ଏତେ ଟଙ୍କା ଖର୍ଚ୍ଚ କରିଛନ୍ତି  , ଏଥରୁ ସବୁ ଜଣା ପଡୁଛି । ଏପରିକି ଏହି ବ୍ଲକ୍ ରେ ଜନପ୍ରତିନିଧି ଜଣକ ଅଢେଇକୋଟି ଖର୍ଚ୍ଚ କରି ଜିତିଥିବାର ଶୁଣାଯାଉଛି । ସେ ତାଙ୍କର ଚିରାଚରିତ ୫% ପିସି ସହିତ କୋଟି କୋଟି ଟଙ୍କାର ଠିକା ବିକ୍ରି କରୁଥିବା ଅଭିଯୋଗ ପ୍ରକାଶ ପାଇଛି । 

ବିଶ୍ବସ୍ତସୂତ୍ରରୁ ପ୍ରକାଶ ଯେ , ଗତ ପ୍ରାୟ ଦେଢମାସ ତଳେ ବ୍ଲକ୍ ର ଜଣେ କନିଷ୍ଠ ଯନ୍ତ୍ରୀ ୧୦ ଲକ୍ଷର  କଶୃପଡା-ହରିଜନପଡାର ସିସି ରୋଡ୍ କାମ ସକାଶେ ଜଣେ ତୁଙ୍ଗ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଚେକ୍ ରେ ୭ ଲକ୍ଷ ଟଙ୍କା ଉତ୍କୋଚ ଦେଇଥିଲେ । ଉପଯୁକ୍ତ ତଦନ୍ତ ହେଲେ, ଏହା ଧରାପଡିବ । 

କେସିଙ୍ଗା ବ୍ଲକ୍ ର ଏସବୁ ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇ ଆସୁଛି । ଏବେ ଏହା କେତେକ ନିର୍ବାଚିତ ଜନପ୍ରତିନିଧିଙ୍କ ମଧ୍ୟରେ ପରସ୍ପରବିରୋଧୀ ଟଣାଓଟରାରୁ ଏସବୁ ଚର୍ଚ୍ଚା ବାହାରୁଛି । ଗତକାଲି ଏହାର ଏକ ଅସମ୍ପାଦିତ ଖବର ଲିକ୍ ହେବାରୁ ବ୍ଲକ୍ ର ଅସାଧୁ ଅଭିଯୁକ୍ତଙ୍କ ମଧ୍ୟରେ ଛନକା ପଶିଯାଇଛି । ଅଳ୍ପଦିନ ମଧ୍ୟରେ ସୂଚନା ଅଧିକାର ବଳରେ ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ହେଲାପରେ ଏକ ପୁଙ୍ଖାନୁପୁଙ୍ଖ ବିଶଦ ରିପୋର୍ଟ ପ୍ରକାଶ ପାଇବ । ଆହୁରି ମଧ୍ୟ ବ୍ଲକ୍ ର ପୂର୍ବତନ ବିଡିଓ ପ୍ରଫୁଲ୍ଲ କୁମାର ଓଡୁଙ୍କ ବିରୁଦ୍ଧରେ ବହୁ ଗୁରୁତର ଅଭିଯୋଗ ଏବେ ଏଠାରେ ଖବର ଓ ଚର୍ଚ୍ଚାରେ ଘୁରିବୁଲୁଛି । ଅଭିଯୋଗ ମଧ୍ୟରେ ସେ ଏସବୁ ଦୁର୍ନୀତିର ଏଠାରେ କର୍ଣ୍ଣଧାର ପାଲଟିଥିଲେ । ଫାଇଭ୍-ଟି ଠିକା

ବଣ୍ଟନଠାରୁ ଯାବତୀୟ ଉନ୍ନୟନ କାମ , ମନରେଗା ଇତ୍ୟାଦିର ଅନିୟମିତତା ନିମନ୍ତେ ତାଙ୍କୁ ଦାୟୀ କରାଯାଉଛି । ଏପରିକି ତାଙ୍କ ବିରୁଦ୍ଧରେ ଯୌନକେଳେଙ୍କାରୀର ଚର୍ଚ୍ଚା ମଧ୍ୟ ପ୍ରକାଶ ପାଇ ଭୀଷଣ ପରିସ୍ଥିତି ସୃଷ୍ଟି ହୋଇଥିଲା । ବ୍ଲକ୍ ର ସରପଞ୍ଚ ସଂଘ ପକ୍ଷରୁ ତାଙ୍କ ବିରୋଧରେ ଜିଲ୍ଲାପାଳଙ୍କ ଠାରେ ଓ ଭବାନୀପାଟଣାରେ ଥିବା କଳାହାଣ୍ଡି ମିଶନ ଶକ୍ତି ସଂଯୋଜିକା ପାର୍ବତୀ ପଟ୍ଟନାୟକଙ୍କ ବିରୁଦ୍ଧରେ ମଧ୍ୟ ଅଭିଯୋଗ ପ୍ରକାଶ ପାଇଥିଲା । ପୂର୍ବତନ ବିଡିଓଙ୍କର ବ୍ଲକ୍ ର ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ ଝିଅ ସହ ଅଶ୍ଲୀଳ କଥୋପକଥନର ଅଡିଓ ଭାଇରାଲ୍ ହୋଇଥିବା ଅଦ୍ୟାପି ଲୋକଙ୍କ ଚର୍ଚ୍ଚାରେ ରହିଛି । ସଂପ୍ରତି ଉକ୍ତ ଅଧିକାରୀ ବରଗଡ ଜିଲ୍ଲାର ପାଇକମାଳ ବ୍ଲକ୍ ର ବିଡିଓ ଭାବରେ ଅବସ୍ଥାପିତ ଅଛନ୍ତି । ସେ ଉପରୋକ୍ତ ଅଭିଯୋଗକୁ ଅସ୍ବୀକାର କରନ୍ତି । 

ତେବେ ଏହି ବ୍ଲକ୍ ରେ ଫେକ୍ ଭେଣ୍ଡର ଓ  ଅଣପଞ୍ଜିକୃତ ଭେଣ୍ଡର ଜରିଆରେ ମନରେଗା ଓ ଅନ୍ୟାନ୍ୟ ଉନ୍ନୟନ କାମର ପାଉଣା ପ୍ରଦାନ, ଜନପ୍ରତିନିଧି ମାନଙ୍କର ବିଭିନ୍ନ ଜରିଆରେ କୋଟି କୋଟି ଟଙ୍କାର ଠିକାକାମ ଓ ଆଗତ ଅନ୍ୟାନ୍ୟ ଦୁର୍ନୀତି ଓ ଅନିୟମିତତାର ନୂଆ ସରକାର ତଦନ୍ତ କରିବେ କି  ? ବିଶେଷତଃ ସଂପ୍ରତି କେସିଙ୍ଗାର ସୁପୁତ୍ର ଯୁବ ଆଇଏଏସ୍ ଅନୁପମ ଶାହା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ହୋଇଥିବାରୁ ଲୋକେ ଏହାର ଉଚିତ୍ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ନିମନ୍ତେ ଆସ୍ଥାପ୍ରକଟ କରୁଥିବା ଚର୍ଚ୍ଚା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like