-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ଲଖପାଲିରେ ଡାଇରିଆ ଆତଙ୍କ, ୨ମୃତ, ୧୭ ଆକ୍ରାନ୍ତ, ଗାଁରୁ ୫୦୦ମିଟର ଦୂରରେ ରହିଛି ଡମ୍ପିଂୟାର୍ଡ,ସଂକ୍ରମଣ ଭୟରେ ଗ୍ରାମବାସୀ

21-Jul-2024



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଗଇଁତଳା ଗ୍ରାମପଞ୍ଚାତର ଲଖପାଲି ଗ୍ରାମରେ ଗତ ୧୦ଦିନ ହେଲା ଡାଇରିଆ ବ୍ୟାପିଛି । ଡାଇରିଆ ସଂକ୍ରମଣ କାରଣରୁ ଗତ ୧୬ ତାରିଖରେ ବେଲମତି ରଣା(୬୫) ନାମ୍ନୀ ଜଣେ ବୃଦ୍ଧା ଓ ଆଜି ଶନିବାର ସକାଳୁ ମୋହିନୀ ବିଶ୍ୱାଳ(୩୫) ନାମକ ଜଣେ ଯୁବତୀ ମୃତ୍ୟୁବରଣ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପର୍ଯ୍ୟନ୍ତ ଗ୍ରାମର ୧୭ଜଣ ପୁରୁଷ/ମହିଳା ଡାଇରିଆରେ ଆକ୍ରାନ୍ତ ହୋଇ ଭୀମଭୋଇ ମେଡିକାଲ କଲେଜ 

ହସପିଟାଲରେ ଭର୍ତ୍ତିହୋଇ ଚିକିତ୍ସିତ ହୋଇଛନ୍ତି । ଏବେ ମଧ୍ୟ ଶୁଭକେଶି ଭୁଏ(୫୪), ରାମକୁମାର ରଣା(୪୮) ଓ ଦେବକୀ ଭୁଏ ଆକ୍ରାନ୍ତ ହୋଇ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଛନ୍ତି । ଜାମଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଟିମ ଗାଁରେ ଗତ ୩ଦିନ ହେଲା ଡେରା ପକାଇ ଘରକୁ ଘର ବୁଲି ଲୋକଙ୍କ ସହିତ ଆଲୋଚନା କରୁଛନ୍ତି । ତେବେ ଡାଇରିଆରେ ମୃତ୍ୟୁକୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡ.ପ୍ରଦୀପ କୁମାର ଗୁରୁ ଅସ୍ୱୀକାର କରି ସେମାନଙ୍କର କିଡ଼ନୀଜନିତ କିମ୍ବା ଅନ୍ୟକାରଣରୁ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି । ସେପଟେ ଲଖପାଲି ଗାଁ ପାଖରେ ପ୍ରଶାସନର ଏକ ଡମ୍ପିଂୟାର୍ଡ ରହିଛି । ସେଠାରେ କୁଢକୁଢ ମଇଳା ପକାଯାଉଛି ଓ ଏହାର ଉପଚାର କରାଯାଉନାହିଁ । ସେଠାରୁ ମାଛିଗୁଡିକ ଆସି ଖାଦ୍ୟରେ ବସୁଥିବାରୁ ସଂକ୍ରମଣ ବଢୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କେବଳ ସେତକି ନୁହେଁ ଗାଁମୁଣ୍ଡରେ ପଞ୍ଚାୟତ ମଧ୍ୟ ଏକ ମଇଳାପକାଇବା କୁଣ୍ଡ କରିଛି । କିନ୍ତୁ ମାସ ମାସ ଧରି ଏହା ସଫେଇ କରାଯାଉନାହିଁ । ତାହାହିଁ ଡାଇରିଆସଂକ୍ରମଣର କାରଣ ହୋଇଥାଇପାରେ ବୋଲି ମଧ୍ୟ ଗ୍ରାମବାସୀ କହିଛନ୍ତି । 
  ଗତ ୧୦ ତାରିଖରୁ ଲଖପାଲିରେ ଜୁଗେଶ୍ୱରୀ ଭୁଏ ପରିବାରର କିଛି ସଦସ୍ୟଙ୍କୁ ଝାଡାବାନ୍ତି ଆରମ୍ଭ ହୋଇଥିଲା । ତାଙ୍କ ପରିବାରର ପ୍ରାୟ ୫ଜଣ ଲୋକଙ୍କୁ ଆଣି ବିବିଏମସିଏଚ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଥିଲା । ସେମାନେ ସମସ୍ତେ ଚିକିତ୍ସିତ ହେଲାପରେ ସୁସ୍ଥହୋଇ ଘରକୁ ଫେରିଥିଲେ । ପରେ ପରେ ଗାଁର ଅନେକଲୋକ ଆକ୍ରାନ୍ତ ହୋଇ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଆସି ଭର୍ତ୍ତି ହୋଇଥିଲେ । ଗାଁର ବେଲମତି ରଣା(୬୫)ଙ୍କୁ ଆଣି ଭର୍ତ୍ତି କରା ଯାଇ ଚିକିତ୍ସା କରାଯାଉଥିଲା । ସେ ସୁସ୍ଥ ହୋଇଥିବା କହି ହସପିଟାଲରୁ ରିଲିଫ କରିଦିଆଗଲା । ଘରକୁ ଆସିଲା ପରେ ବେଲମତିଙ୍କର ମୃତ୍ୟୁ ହୋଇଯାଇଥିଲା । ଠିକ ସେହିପରି ଗତ ତିନିଦିନ ହେଲା ମୋହିନୀ ବିଶ୍ୱାଳ(୩୫)ଙ୍କୁ ମଧ୍ୟ ବିବିଏମସିଏଚ ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ଆଜି ସକାଳୁ ତାକୁ ଘରକୁ ଆଣିବାକୁ ଷ୍ଟ୍ରେଚରରେ ବାହାରକୁ ଅଣାଯାଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଫଳରେ ଗାଁରେ ଡାଇରିଆକୁ ନେଇ ଭୟ ଓ ଆତଙ୍କର ବାତାବରଣ ରହିଛି । କିନ୍ତୁ ସେପଟେ ସ୍ୱାସ୍ଥ୍ୟବିଭାଗ ଲଖପାଲି ଗାଁର ଡାଇରିଆର କାରଣ ଖୋଜୁଛି । ଗାଁଲୋକ ପିଉଥିବା ପାଣିର ନମୁନା ପରୀକ୍ଷା କରାଯାଇଛି । ଖବର ନେବାରୁ ଜଣା ଯାଇଛି ଯେ, ଗାଁରେ ପ୍ରାୟ ୧ହଜାର ଲୋକ ବସବାସ କରୁଥିବା ବେଳେ ୪ଟି ନଳକୂଅ ରହିଛି । ଠିକ ସେହି ପରି ଗାଁରେ ପାନୀୟଜଳ ପାଇଁ ଏକ ସୋଲାରଯୁକ୍ତ ଡିପ ବୋର ୱେଲ ରହିଛି । ସେଥିରୁ ଗ୍ରାମବାସୀ ପାଣିଆଣି ପିଉଛନ୍ତି ।

ପରୀକ୍ଷା ପରେ ପାନୀୟଜଳରେ କୌଣସି ଅସୁବିଧା ନାହିଁ ବୋଲି ଡାକ୍ତରୀ ଟିମ କହିଛନ୍ତି । କିନ୍ତୁ ଡାଇରିଆର ପ୍ରକୃତ କାରଣ କ’ଣ ତାହା ଜଣାପଡିନାହିଁ । ଗତ ୩ଦିନ ହେଲା ଜାମଗାଁ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ଡ.ପ୍ରବୀଣ ପଣ୍ଡା, ଡ.ରେଣୁକା ହୋତା, ପିଏଚଇଓ ଆନନ୍ଦ ମିଶ୍ର, ଏଏନଏମ ସୁଦିପ୍ତାରାଣୀ ସାଗର, ଅଙ୍ଗନୱାଡି କର୍ମି ତପଶ୍ୱିନୀ ରଣା ଓ ଆଶାଦିଦି ଯାଜ୍ଞସେନୀ ରଣା ଗାଁରେ ଉପସ୍ଥିତ ରହି ଲୋକଙ୍କୁ ଔଷଧ ଓ ଓଆରଏସ ବାଣ୍ଟୁଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like