-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
18-Jul-2024
(ମିହିର ଶଙ୍କର ପାତ୍ର,)
ଡାବୁଗାଁ ବ୍ଲକ ସଭା ଗୃହ ରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସମସ୍ତ ବିଭାଗିୟ ଅଧିକାରୀ ମାନଙ୍କୁ ନେଇ ବ୍ଲକ ରେ ଚାଲୁଥିବା କାର୍ଯ୍ୟ ଉପରେ ସମୀକ୍ଷା କରିଛନ୍ତି। ମନରେଗା ରେ ଅଧିକ ରୁ ଅଧିକ ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଡାବୁଗାଁ ଲ୍ଯାମ୍ପ୍ ଦ୍ଵାରା ଚାଷୀ ମାନଙ୍କୁ ସାର ଯୋଗାଇ ରେ ବିଫଳ ହେବା ଘଟଣା ପାଇଁ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସ୍ଥାନୀୟ ଏମ୍ ଡି ପାଖରୁ ଆଶାନୁରୂପ ଉତ୍ତର ନପାଇ ସେ ବିଭାଗିୟ ଅଧିକାରୀ ମାନଙ୍କୁ ଏହା ଉପରେ ଶିଘ୍ର ପଦକ୍ଷେପ ନେବା ପାଇଁ କହିଛନ୍ତି। ଏଭଳି ବିଭିନ୍ନ ବିଭାଗ ର ଅଧିକାରୀ ମାନଙ୍କ ସହ ଡାବୁଗାଁ ର ବିକାଶ ପାଇଁ ରିଭ୍ୟୁ ବୈଠକ ରେ ଆଲୋଚନା କରିଛନ୍ତି। ଏହି ଅବସରରେ ପିଡି ବିରଞ୍ଚିନାରାୟଣ ଦରଓ୍ବାନ୍, ଡାବୁଗାଁ ବିଡ଼ିଓ ଶରତ ଚନ୍ଦ୍ର ମାଝୀ, ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ବିଜେପି ମଣ୍ଡଳ ସଭାପତି ଜେ ରାଜଶେଖର ରାଓ, ରାଜ୍ୟ କୃଷକ ମୋର୍ଚ୍ଚା କାର୍ଯ୍ୟକାରୀ ସଭ୍ୟ ଜୟନ୍ତ କୁମାର ପାତ୍ର, ବରିଷ୍ଠ ନେତା ସୋମନାଥ ପୂଜାରୀ ଓ ଲିଙ୍ଗରାଜ ଭତ୍ରା ଏବଂ ଅନ୍ୟମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ