-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
17-Jul-2024
ଲୋଇସିଂହା, (ବିନୋଦ ଦୀପ) କ୍ରମାଗତ ଦ୍ଵିତୀୟ ଥର ବଲାଙ୍ଗୀର ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂଦେଓ ଙ୍କ ପ୍ରତିନିଧି ଭାବରେ ମନୋନୀତ ହୋଇଛନ୍ତି ଶ୍ରୀଯୁକ୍ତ ବାଳକୃଷ୍ଣ ଧରୁଆ l ଶ୍ରୀଯୁକ୍ତ ଧରୁଆ ପୂର୍ବରୁ ବ୍ଲକ ସଭାପତି, ଜିଲ୍ଲା ସମ୍ପାଦକ, ଏସଟି ମୋର୍ଚ୍ଚା ଜିଲ୍ଲା ଉପ ସଭାପତି, ବୌଦ୍ଧ -କଣ୍ଟାମଲ ବିଧାନସଭା କ୍ଷେତ୍ରର ବିସ୍ତାରଖ , ବର୍ତ୍ତମାନ ବଲାଙ୍ଗୀର ବିଧାନସଭା ପ୍ରଭାରୀ ଦାୟିତ୍ୱ ରେ ରହିବା ସହ ଶୃଙ୍ଖଳିତ ଭାବରେ ଦଳପାଇଁ କାର୍ଯ୍ୟ କରି ଆସୁଛନ୍ତି l ଯାହା ଫଳରେ ସାଂସଦ ଙ୍କ ସମେତ ଅନେକ ନେତାଙ୍କ ଆଦରଣୀୟ ହୋଇ ପାରିଛନ୍ତି l ସାଂସଦ ଙ୍କ ଅନୁପସ୍ଥିତି ରେ ଲୋଇସିଂହା ବ୍ଲକ ର ବିଭିନ୍ନ ବୈଠକ, କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିବେ l ସାଂସଦ ଶ୍ରୀମତୀ ସିଂଦେଓ ଙ୍କ ପରାମର୍ଶ କ୍ରମେ ସମସ୍ତ ସରକାରୀ ଯୋଜନା ର ସଫଳ ରୂପାୟନ ପାଇଁ ବିଭିନ୍ନ କାର୍ଯ୍ୟ କୁ ତଦାରଖ କରିବା ସହ ବ୍ଲକ ର ବିକାଶ ପାଇଁ ସବୁ ସ୍ତରରେ ସମନ୍ୱୟ ରକ୍ଷା ପାଇଁ ପ୍ରୟାସ କରିବେ ବୋଲି ଶ୍ରୀଯୁକ୍ତ ଧରୁଆ ପ୍ରକାଶ କରିଛନ୍ତି l ଏହାସହ କ୍ରମାଗତ ଦ୍ଵିତୀୟ ଥର ସାଂସଦ ପ୍ରତିନିଧି ଭାବେ ମନୋନୀତ ହୋଇଥିବାରୁ ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ, ଉପ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂଦେଓ ତଥା ଲୋଇସିଂହା ବ୍ଲକ ବିଜେପି ର ସମସ୍ତ କାର୍ଯ୍ୟକର୍ତ୍ତା ଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି l