-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
17-Jul-2024
ନବରଙ୍ଗପୁର (ମିହିର ଶଙ୍କର ପାତ୍ର,) ପାପଡ଼ାହାଣ୍ଡି ଥାନା ପରିସର ରେ ରାତ୍ରୀ ପ୍ରାୟ ୧୦ ଘଣ୍ଟା ସମୟରେ ଭାଲୁ ବୁଲୁଥିବା ଦେଖିବାକୁ ମିଳିଛି। ଭାଲୁ ରାତ୍ର ୩ ଘଣ୍ଟା ସମୟ ପର୍ଯ୍ୟନ୍ତ ଥାନା ପରିସରରେ ବୁଲୁଥିବା ର ସୂଚନା ମିଳିଛି ଏହା ପରେ ଆଦର୍ଶ ବିଦ୍ୟାଳୟ ପରିସର ଦେଇ ଜଙ୍ଗଲକୁ ଚାଲିଯାଇଥିଲା । ଏହା ପୂର୍ବ ରୁ ୧୨ ତାରିଖ ଶୁକ୍ରବାର ଦିନ ସତନାମି ସାହି ରେ ମଧ୍ୟ ଭାଲୁ ର ଆତଙ୍କ ଦେଖିବାକୁ ମିଳିଥିଲା । ଜଙ୍ଗଲ କାଟି ସଫା ହେବା ଦ୍ଵାରା ଭାଲୁ ଖାଦ୍ୟ ଅଭାବ ରୁ ଗାଁ ମୁହାଁ ହେଉଛନ୍ତି l ଡାକ ବଙ୍ଗଳା ନିକଟ ବାଇପାସ୍ ରାସ୍ତା , ଥାନା, ଆଦର୍ଶ ବିଦ୍ୟାଳୟ , ତହସିଲ କାର୍ଯ୍ୟାଳୟ, ମେଡିକାଲ୍ ପ୍ରମୁଖ ରହିଛି , ବାରମ୍ବାର ଭାଲୁ ଟି ଗ୍ରାମ ରେ ବୁଲା ବୁଲି କରୁଥିବାରୁ ସବୁବେଳେ ଗ୍ରାମବାସୀ ମାନେ ଭୟଭୀତ ହେଉଥିବା କହିଛନ୍ତି l ଏଣୁ ଯେତେବେଳେ ଭାଲୁ ଦେଖା ଦେଉଛି ବନ ବିଭାଗ ଦ୍ଵାରା ଭାଲୁକୁ ଉଦ୍ଧାର କରିବା ପାଇଁ ଦାବୀ ମଧ୍ୟ ହୋଇଛି।