-+91-9937148622 |

prerana_bgr@rediffmail.com |

  Sunday 2nd August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋଇସିଂହା ବିଜେପି ନଗର ଓ ଗ୍ରାମୀଣ ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଉନ୍ନୟନ ଓ ଗ୍ରାମୀଣ ଅକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      *ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-   (02-Aug-2026)       ||      *ବୀର ମହାରାଜ ପୁର ବରିଷ୍ଠ ନାଗରିକ ସଂଘ ପ୍ରତିଷ୍ଠାତା ପ୍ରଶନ୍ନ ତ୍ରିପାଠୀ ଙ୍କ ପରଲୋକ*- *ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଶୋକ*-   (02-Aug-2026)       ||      ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ୧୪ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ - ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ହେଲା ସମ୍ବଲପୁରୀ ମୟ - ନାଚଗୀତ ସହ ସମ୍ବଲପୁରୀ ଖାଦ୍ୟଖାଇ ସମ୍ବଲପୁରୀ ପାଳନ    (02-Aug-2026)       ||      ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||      ‘ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ    (01-Aug-2026)       ||      ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ    (01-Aug-2026)       ||      କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅବ୍ୟବସ୍ଥାର ଅଭିଯୋଗ:ଛାତ୍ରୀଙ୍କ ସୁରକ୍ଷା ଓ ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ   (01-Aug-2026)       ||      ଐତିହାସିକ ଡ.ସଦାନନ୍ଦ ଅଗ୍ରୱାଲ ନବମଶ୍ରାଦ୍ଧ ଦିବସ ପାଳିତ♦️ ଆମର ଅତିତର ଇତିହାସ ଭବିଷ୍ୟତ ଗଠନରେ ସହାୟ ହୁଏ-ଡ.ସାକିର ହୁସେନ   (01-Aug-2026)       ||      ରାସ୍ତା ଅବରୋଧ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଉମେଶ ଦାସ, ତୁରନ୍ତ ପଦକ୍ଷେପ ପାଇଁ ପ୍ରତିଶ୍ରୁତି   (01-Aug-2026)       ||      ଗଣ ଇସ୍ତାହାର ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ♦️ ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ    (01-Aug-2026)       ||      ବଲାଙ୍ଗୀର ଜିଲ୍ଲାରେ କେଜିଵିଭି ସ୍କୁଲର ବିକଳ ଚିତ୍ର♦️ ଇନଚାର୍ଜ ରହନ୍ତି ବଲାଙ୍ଗୀରରେ, ରୋଗୀଣା ଛାତ୍ରୀକୁ ପଠାଇ ଦେଉଛନ୍ତି ଘରକୁ, ମେସ୍ ରୁ  ବାଟମାରଣା ଅଭିଯୋଗ  !   (01-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସମ୍ବଲପୁରୀ ଦିନ ପାଳିତ   (01-Aug-2026)       ||      ଅବସର ନେଲେ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା   (01-Aug-2026)       ||      ବାଳିକା ଫାଇନାଲ ରେ   ପାରୁଲ ଚୌଧୁରୀ ଚମ୍ପିୟାନ  ଦୀକ୍ଷା ଏସ. ଆର. ରନର୍ସ ଅପ...ବାଳକ ରେ ନିଶ୍ଚଲ ଚାନ୍ଦ ଚାମ୍ପିୟନ, ଟି. ଜ୍ଞାନ ଦତ୍ତ୍ତ ରନର୍ସ ଅପ   (01-Aug-2026)       ||      ଜାଗୃତି ଶାଖା ପକ୍ଷରୁ ଚାରାରୋପଣ ଓ ଛାତ୍ରୀମାନଙ୍କୁ ଖାତା ପ୍ରଦାନ   (01-Aug-2026)       ||      ତୁଷୁରା କ୍ଲଷ୍ଟର ସ୍ତରୀୟ ଦ୍ବିତୀୟ ମାସିକ ବୈଠକ ଅନୁଷ୍ଠିତ   (01-Aug-2026)       ||     

HOME   ଜିଲ୍ଲା

ସମ୍ବଲପୁର ପର୍ଯ୍ୟଟନକୁ ନୂଆ ରୂପ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପତ୍ର

17-Jul-2024



 

ନୂଆଦିଲ୍ଲୀ/ ଭୁବନେଶ୍ୱର–:(ସଂଜୀବପାଣିଗ୍ରାହୀ)  :ସାବରମତୀ, କାଶୀ ଓ ବାରାଣାସୀ ଭଳି ସମ୍ବଲପୁରର ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ' ଅଧୀନରେ ବିକଶିତ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦକ୍ଷ ନେତୃତ୍ୱରେ ଭାରତ ସରକାର କ୍ରମାଗତ ଭାବରେ 'ବିକାଶ ବି, ବିରସାତ୍ ବି' ଅଧୀନରେ ପରମ୍ପରା ଏବଂ ଆଧୁନିକତା ମଧ୍ୟରେ ଥିବା ସମାନତା ଗୁଡ଼ିକ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଆମର ବହୁ ପୁରୁଣା ଐତିହ୍ୟ ଏବଂ ସଂସ୍କୃତିର ସଂରକ୍ଷଣ କରିବା ସହିତ ଜନସାଧାରଣଙ୍କ ସୁବିଧା ପାଇଁ ଭବିଷ୍ୟତର ଜ୍ଞାନକୌଶଳ ଏବଂ ଭିତ୍ତିଭୂମି ସହିତ ଆଧୁନିକୀକରଣ କରୁଛନ୍ତି । ଓଡ଼ିଶାରେ ମଧ୍ୟ ଅନେକ ପୀଠ, ମନ୍ଦିର, ଐତିହ୍ୟ ସ୍ଥଳୀ ଓ ପ୍ରାକୃତିକ ଆକର୍ଷଣସ୍ଥଳୀରେ ପରିପୂର୍ଣ୍ଣ ରହିଛି । ଅନେକ ନଦୀ ଓ ଐତିହାସିକ ସ୍ଥଳୀରେ ପୂର୍ଣ୍ଣ ଓଡ଼ିଶା 'ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରୋଜେକ୍ଟ' ବିକଶିତ କରିବାର ଅନନ୍ୟ ସୁଯୋଗ ପ୍ରଦାନ କରୁଛି । ସାବରମତୀ ରିଭରଫ୍ରଣ୍ଟ ଏବଂ କାଶୀ ରିଭରଫ୍ରଣ୍ଟରେ ଏହିଭଳି କାମ କରାଯାଇଛି । ଏହା ଦ୍ୱାରା ଉକ୍ତ ସ୍ଥାନଟି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାରେ ବେଶ୍ ସହାୟକ ହେବା ସହ ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ଗତି ଦେଇଛି । ବାରାଣାସୀରେ 'ନମୋ ରିଭରଫ୍ରଣ୍ଟ ପ୍ରକଳ୍ପ' ମଧ୍ୟ ଗଙ୍ଗା ନଦୀ କୂଳରେ ଥିବା 'ଖିଡକିଆଘାଟ'କୁ ସାଂସ୍କୃତିକ କାର୍ଯ୍ୟପନ୍ଥାକୁ ଜୀବନ୍ତ କରିଛି । 

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମହାନଦୀ କୂଳରେ ଅବସ୍ଥିତ ସମ୍ବଲପୁରର ଐତିହାସିକ ମହତ୍ତ୍ୱ ଓ ପ୍ରାକୃତିକ ଆକର୍ଷଣ ରହିଛି । ମହାନଦୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବିଶ୍ୱସ୍ତରୀୟ ରିଭରଫ୍ରଣ୍ଟ ପ୍ରକଳ୍ପରେ ପରିଣତ କରିବା ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରୁଛି । ସମ୍ବଲପୁରର ଆଧ୍ୟାତ୍ମିକ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ତଥା ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଯୋଗ କରିବା ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ମହାନଦୀ ପାର୍ଶ୍ୱରେ ଥିବା ପୁରୁଣା ଅଯୋଧ୍ୟା ସାଗର ବନ୍ଧକୁ ଅତ୍ୟାଧୁନିକ ଜ୍ଞାନକୌଶଳ ସାହାଯ୍ୟରେ ପୁନରୁଦ୍ଧାର କରାଯାଇ ରିଭରଫ୍ରଣ୍ଟ ଥିବା ୭ କିଲୋମିଟର ଲମ୍ବା ଜଳାଶୟ ସୃଷ୍ଟି କରିବାର ଆବଶ୍ୟକତା ରହିଛି । ଏହି ପୁରୁଣା ବନ୍ଧର ନବୀକରଣ ଦ୍ୱାରା ଜଳଭଣ୍ଡାର କ୍ଷମତା ଯଥେଷ୍ଟ ବୃଦ୍ଧି ପାଇବ । ଏହି ଜଳଭଣ୍ଡାର ହୀରାକୁଦ ଜଳଭଣ୍ଡାରର ବିଦ୍ୟୁତ୍  ଚ୍ୟାନେଲରୁ ବାହାରୁଥିବା ଜଳକୁ ପ୍ରଭାବଶାଳୀ ଭାବରେ ଉପଯୋଗ କରିପାରିବ ଏବଂ ପ୍ରସ୍ତାବିତ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ପାଇଁ ମହାନଦୀରେ ଆବଶ୍ୟକ ପୋଖରୀ ସୃଷ୍ଟି କରିପାରିବ ।  ବିଦ୍ୟମାନ ଅଚଳ ସ୍ଲୁଇସ୍ ଗୁଡ଼ିକୁ ପୁନରୁଦ୍ଧାର କରାଯାଇପାରିବ କିମ୍ବା ବନ୍ଧକୁ ସୁରୁଖୁରୁରେ ଚଳାଇବା ପାଇଁ ନୂତନ ଢାଞ୍ଚା ସହିତ ବଦଳାଯାଇପାରିବ । ଅଯୋଧ୍ୟା ସାଗର ବନ୍ଧର ଆଧୁନିକୀକରଣ ବ୍ୟତୀତ ଉଭୟ ନଦୀକୁ ମଜଭୂତ୍ କରାଯିବ । ବୋଟିଂ ସୁବିଧା ସହ ସ୍ନାନ ଘାଟ (ଜେଟି ନଦୀ) ଏବଂ ଆରତି ଘାଟ ନିକଟରେ ଥିବା ଦଳ ଗୁଡ଼ିକୁ ସଫା କରାଯାଇ ନଦୀକୂଳରେ ସଠିକ୍ ଭାବରେ ଜଳ ଯୋଗାଣ କରାଯାଇପାରିବ । ଏହାବ୍ୟତୀତ ସମ୍ବଲପୁର ସହରରେ ଡ୍ରେନେଜ୍ ସମସ୍ୟାକୁ ହ୍ରାସ କରିବା ପାଇଁ ପ୍ରସ୍ତାବିତ ପୋଖରୀକୁ ସଂଯୋଗ କରୁଥିବା ସମସ୍ତ ନାଳରେ ସ୍ଲୁଇସର ଆବଶ୍ୟକ ବ୍ୟବସ୍ଥା କରାଯାଇପାରେ । 

ସମ୍ବଲପୁରରେ ମହାନଦୀ କୂଳରେ ଉପରୋକ୍ତ ରିଭରଫ୍ରଣ୍ଟ ଉନ୍ନୟନ ପ୍ରକଳ୍ପ ଏକ ରୋମାଞ୍ଚକର ଦୃଶ୍ୟ ସୃଷ୍ଟି କରିଛି । ଏଠାରେ ପାର୍କ, ୱାକ୍ ୱେ, ଜିମ୍, ଆମ୍ଫିଥିଏଟର, ଆରତୀ ଘାଟ ଏବଂ ନଦୀ କୂଳରେ ଗାଧୋଇବା ଭଳି ସୁବିଧା ସୁଯୋଗ ସୃଷ୍ଟି କରିପାରିବା । ଏହା କେବଳ ଏହି ଅଞ୍ଚଳର ସାଂସ୍କୃତିକ ଢାଞ୍ଚାକୁ ସମୃଦ୍ଧ କରିବ ନାହିଁ ବରଂ ଏହାର ଆଧ୍ୟାତ୍ମିକ ଏବଂ ମନୋରଞ୍ଜନ ଆକର୍ଷଣକୁ ବଢାଇବାରେ ଯୋଗଦାନ ରଖିବ । ମହାନଦୀ ସାଂସ୍କୃତିକ, ମନୋରଞ୍ଜନ ଓ ଅର୍ଥନୈତିକ କାର୍ଯ୍ୟର କେନ୍ଦ୍ରବିନ୍ଦୁ ପାଲଟିପାରିବ । ଏହା ଦ୍ୱାରା ସ୍ଥାନୀୟ ଲୋକମାନେ ଉପକୃତ ହେବା ସହ ଏହି ସ୍ଥାନ ଦୂରଦୂରାନ୍ତରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିବ । ସମ୍ବଲପୁରରେ ମହାନଦୀ ରିଭରଫ୍ରଣ୍ଟ ଡେଭଲପମେଣ୍ଟ ପ୍ରକଳ୍ପ ଏହି ଅଞ୍ଚଳର ଅପର୍ଯ୍ୟାପ୍ତ ସମ୍ଭାବନାକୁ ପ୍ରସ୍ଫୁଟିତ କରିପାରିବ ଏବଂ ସମ୍ବଲପୁରକୁ ଭାରତର ଏକ ସମୃଦ୍ଧ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିପାରିବ । ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ପ୍ରସ୍ତାବକୁ ବ୍ୟକ୍ତିଗତ ଭାବରେ ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କୁ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋଇସିଂହା ବିଜେପି ନଗର ଓ ଗ୍ରାମୀଣ ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   02-Aug-2026
  ଜିଲ୍ଲା  
ଲୋଇସିଂହା ବିଜେପି ନଗର ଉନ୍ନୟନ ଓ ଗ୍ରାମୀଣ ଅକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   02-Aug-2026
  ଜିଲ୍ଲା  
*ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-   02-Aug-2026
  ଜିଲ୍ଲା  
*ବୀର ମହାରାଜ ପୁର ବରିଷ୍ଠ ନାଗରିକ ସଂଘ ପ୍ରତିଷ୍ଠାତା ପ୍ରଶନ୍ନ ତ୍ରିପାଠୀ ଙ୍କ ପରଲୋକ*- *ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଶୋକ*-   02-Aug-2026
  ଜିଲ୍ଲା  
ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ୧୪ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ - ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ହେଲା ସମ୍ବଲପୁରୀ ମୟ - ନାଚଗୀତ ସହ ସମ୍ବଲପୁରୀ ଖାଦ୍ୟଖାଇ ସମ୍ବଲପୁରୀ ପାଳନ   02-Aug-2026
  ଜିଲ୍ଲା  
ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   01-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   01-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   01-Aug-2026
  ରାଜ୍ୟ  
‘ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ   01-Aug-2026
  ଜିଲ୍ଲା  
ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ   01-Aug-2026
  ଜିଲ୍ଲା  
କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅବ୍ୟବସ୍ଥାର ଅଭିଯୋଗ:ଛାତ୍ରୀଙ୍କ ସୁରକ୍ଷା ଓ ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ   01-Aug-2026
  ଜିଲ୍ଲା  
ଐତିହାସିକ ଡ.ସଦାନନ୍ଦ ଅଗ୍ରୱାଲ ନବମଶ୍ରାଦ୍ଧ ଦିବସ ପାଳିତ♦️ ଆମର ଅତିତର ଇତିହାସ ଭବିଷ୍ୟତ ଗଠନରେ ସହାୟ ହୁଏ-ଡ.ସାକିର ହୁସେନ   01-Aug-2026

You Might Also Like