-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||     

HOME   ଜିଲ୍ଲା

ପେକ୍ସ- ମିଲର୍ସ- ଯୋଗାଣ ବିଭାଗର ମଧୁଚନ୍ଦ୍ରିକାର ପର୍ଦ୍ଦାଫାଶ୍   ନୂଆ ସରକାରକୁ ବି ଖାତିର୍ ନାଇଁ  !

12-Jul-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ସୋନପୁର ଜିଲ୍ଲାର କମସରା ପେକ୍ସର ମିଥ୍ୟାଧାନଖର୍ଦ୍ଦିର ବିବାଦ ନ ଥମୁଣୁ  ଆଜି ବଲାଙ୍ଗୀର ଜିଲ୍ଲାରେ ଏକ ପେକ୍ସରୁ ଚୋରାଧାନ ଚାଲାଣ କଲାବେଳେ ଧରାପଡିଥିବା ଜଣେ ମିଲ୍ ମାଲିକ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଭିଜିଲାନ୍ସରେ ଧରାଇଦେବା ଘଟଣା ଚର୍ଚ୍ଚିତ ହୋଇପଡିଛି ।  ଏଥିରୁ ପେକ୍ସ-ମିଲର୍ସ- ଯୋଗାଣ ବିଭାଗ ବନାମ ଜିଲ୍ଲା ପ୍ରଶାସନର ମିଳିତ ହାତ ରହୁଥିବା ସ୍ପଷ୍ଟ ହୋଇଛି । 

ଜଣାଯାଇଛି ଯେ କିଛିଦିନତଳେ ଗୁଡଭେଲା ବ୍ଲକ୍ ଡାହିମାଲ୍ ର ଗଜାନନ ରାଇସ୍ ମିଲ୍ ର ଏକ ବେଆଇନ୍ ଧାନଗାଡି ଦେଓଗାଁ ବ୍ଲକ୍ ର ଉପରଝର ପେକ୍ସରୁ ଚୋରାଚାଲାଣ ବେଳେ ଧରାପଡି ଥାନାରେ ଜବତହୋଇ ରହିଥିଲା । କୁହାଯାଇଛି ଯେ , ପ୍ରାୟ କୋଡିଏ ଲକ୍ଷ ଟଙ୍କାର ଏହିଗାଡିଟିକୁ ରିଲିଜ୍ କରିଦେବାକୁ ଉକ୍ତ ମିଲ୍ ମାଲିକ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ସହିତ ଡିଲ୍ କରିଥିଲେ ।  ଉକ୍ତ ଅଧିକାରୀ କୁଆଡେ ଜିଲ୍ଲାପାଳଙ୍କୁ ଦେବାକୁ କହି ତାଙ୍କଠାରୁ ୧ ଲକ୍ଷ ୮୦ ହଜାର ଟଙ୍କା ଦାବି କରିଥିଲେ । ଇତିମଧ୍ୟରେ ଉକ୍ତ ମିଲ୍ ମାଲିକଙ୍କ ଠାରୁ ଉକ୍ତ ଅଧିକାରୀ କୁଆଡେ ୧ ଲକ୍ଷ ୩୦ ହଜାର ଟଙ୍କା ନେଇ ସାରିଛନ୍ତି । ତେବେ ତଥାପି ପୁଲିସ୍ ଯୋଗାଣବାଭାଗକୁ ହସ୍ତାନ୍ତର କରିଥିବା ଉକ୍ତ ଗାଡିଟିର ରିଲିଜ୍ ନ କରିବାରୁ ମିଲ୍ ମାଲିକ ବାରମ୍ବାର ବଲାଙ୍ଗୀର ସିଏସଓ ଅଫିସ୍ କୁ ଦୌଡି ଦୌଡି ନିରାଶ ହୋଇପଡିଥିଲେ।  ଏଥିପାଇଁ ବଲାଙ୍ଗୀର ଜିଲ୍ଲାମୁଖ୍ୟ ଯୋଗାଣ ଅଧିକାରୀ ଜି ପ୍ରଭାକର ପାତ୍ର ଆହୁରି ୫୦ ହଜାର ଟଙ୍କା ଦାବି କରିଥିବା ଓ ଶେଷରେ ଅତିଷ୍ଠ ହୋଇପଡି ଉକ୍ତ ମିଲ୍ ମାଲିକ ପିଣ୍ଟୁ ଓରଫ ଆଶିଷ ଶର୍ମା ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଏହି ଅନୁଯାୟୀ, ଆଜି ସି ସିଏସ୍ ଓ ବଲାଙ୍ଗୀର ଅଫିସ୍ ରେ ତାଙ୍କଠାରୁ ଦାବି ମୁତାବକ ଏହି ଲାଞ୍ଚଟଙ୍କା ଗ୍ରହଣ କରୁଥିଲାବେଳେ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ପ୍ରକାଶ । ଏହାକୁ ମିଲର୍ସମାନଙ୍କ ପକ୍ଷରୁ 'ଅତି ଲେମ୍ବୁ ଚିପୁଡିଲେ ପିତା' ବୋଲି କୁହାଯାଇଛି ।

ଉଲ୍ଲେଖନୀୟ ଯେ, ଗତକାଲି ବଲାଙ୍ଗୀରରେ ଉପ- ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସମୀକ୍ଷା ବୈଠକରେ ଏହି ଅଧିକାରୀ ଉପସ୍ଥିତ ଥିଲେ ଓ ଆଜି ଗିରଫର କିଛିଘଣ୍ଟା ପୂର୍ବରୁ ମଧ୍ୟ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ଙ୍କ ସମୀକ୍ଷା ବୈଠକରେ ଉପସ୍ଥିତ ରହିଥିଲେ । ଏଣୁ  ଅସାଧୁ ଅଧିକାରୀଙ୍କ ଉପରେ ନୂଆ ସରକାରଙ୍କର କୌଣସି ପ୍ରଭାବ ପଡିପାରି ନଥିବା ଏହା ଏକ ଜ୍ବଳନ୍ତ ଉଦାହରଣ  ବୋଲି ଚର୍ଚ୍ଚା ହେଉଛି ।

ଉଲ୍ଲେଖଯୋଗ୍ଯ ଯେ, ଗତ ଫେବୃୟାରୀରୁ ସୋନପୁର ଜିଲ୍ଲାର କମସରା ପେକ୍ସକୁ ଧାନ ଦେଇ ପାଉଣା ନ ପାଇବା ଅଭିଯୋଗରେ ସୋନପୁର ଜିଲ୍ଲାପାଳ ଓ ତରଭା ଥାନାରେ ସୋନପୁର ଏଆରସିଏସ୍ ପାଣୁ ଚରଣ ସାହୁଙ୍କ ଦ୍ବାରା କମସରା ପେକ୍ସର ଫେରାର୍ ଡାଟା ଏଣ୍ଟ୍ରି ଅପରେଟର ମନୋରଞ୍ଜନ ମିଶ୍ର ପ୍ରମୁଖଙ୍କ ବିରୋଧରେ ଏକ ଅଭିଯୋଗ କରାଯାଇଛି । ଏଥିସହ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସୋନପୁର ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶକୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ତଦନ୍ତଦଳ ଗଠନ କରାଯାଇଛି । କୁମ୍ଭାରମୁଣ୍ଡାର ଚାଷୀ ଶକ୍ତି ସାହୁଙ୍କ ଅଭିଯୋଗ ଅନୁଯାୟୀ ସିଆଲଜୁରୀର ଲଳିତା ବନାମ ଶୀତଲ୍ ରାଇସ୍ ମିଲ୍ ରେ ଅଭିଯୁକ୍ତ ଡିଇଓ ଓ ସେକ୍ରେଟାରୀ ୧୯ ଜଣ ଚାଷୀଙ୍କୁ ଫେକ୍ ଭେଣ୍ଡର ସ୍ଲିପ୍ ଧରାଇଦେଇ ସେମାନଙ୍କର ପ୍ରାୟ ୩୫ ଲକ୍ଷ ଟଙ୍କା ହଡପ କରି ବିକି ଦେଇଛନ୍ତି । କିନ୍ତୁ ଏହା ମିଥ୍ୟାଧାନଖର୍ଦ୍ଦିର ଠକେଇ ବୋଲି ସନ୍ଦେହ କରାଯାଉଛି ।

ଏହିପରି ମଣ୍ଡି ଓ ପେକ୍ସର ଦୁର୍ନୀତି ଏଇ ଦୁଇଜିଲ୍ଲାରେ ବର୍ଷ ବର୍ଷ ଧରି ଚାଲିଛି ଏହା ଦୁଇଟି ଛୋଟ ଉଦାହରଣ ମାତ୍ର । ସରକାର ଏହାର ଉପଯୁକ୍ତ ତଦନ୍ତ କରିବାକୁ ଲୋକେ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026

You Might Also Like