-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Jul-2024
ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ )
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ଜ଼ିଲ୍ଲା ତାଲିମ ସଭା ଗୃହ ଠାରେ ବିଶ୍ୱ ଜନସଂଖ୍ୟା ଦିବସ ଜିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ପରିବାର କଲ୍ୟାଣ ଡା ଦୈତ୍ୟ ନାରାୟଣ ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭା ରେ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ମନୋଜ କୁମାର ଅଦlବର , ଜ଼ିଲ୍ଲା ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡା ରମେଶ ଚନ୍ଦ୍ର ସ୍ୱାଇଁ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡା ପ୍ରକାଶ ଦଣ୍ଡସେନା ପ୍ରମୁଖ ଯୋଗ ଦେଇ ଆଜିର ଦିବସ ରେ ଆମେ ସମସ୍ତେ ଜଣସଚେତନା ସୃଷ୍ଟି କରି ଜନ ସଂଖ୍ୟା ବୃଦ୍ଧି କୁ କିପରି ନିୟନ୍ତ୍ରଣ କରି ଛୋଟ ପରିବାର - ସୁଖୀ ପରିବାର ର ବାର୍ତ୍ତା କୁ ଆପଣେଇ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବାରେ ସହାୟକ ହୋଇ ପାରିବା ଉପରେ ଗୁରୁତ୍ୱ ଦେଇଥିଲେ I ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସଭାରେ ଅତିଥିବୃନ୍ଦ ବ୍ୟାପକ ସଚେତନତା ସୃଷ୍ଟି କରି ବିଭିନ୍ନପ୍ରକାର ପରିବାର ନିୟନ୍ତ୍ରଣ ପଦ୍ଧତି ଗ୍ରହଣ କରି ସୁଖୀ ପରିବାର ଗଠନ କରି ପାରିବା ଉପରେ ଗୁରୁତ୍ୱା ରୋପ କରିଥିଲେ. l ଉକ୍ତ ସଭାରେ ଆୟୁଷ ଡାକ୍ତର, CHO, ସ୍ୱାସ୍ଥ୍ୟ କର୍ମୀ, ସ୍ୱାସ୍ଥ୍ୟ ପରିଦର୍ଶକ, BPM,ଆଶାକର୍ମୀ , ଅଙ୍ଗନୱାଡିକର୍ମୀ , ମାସ ମେମ୍ବର, ସ୍ୱାସ୍ଥ୍ୟ ଅଧିକାରୀ ଓ ସାମ୍ବାଦିକ ପ୍ରମୁଖ ଉପସ୍ଥିତ ଥିଲେ I ଜ଼ିଲ୍ଲା ଆଶା ସଂଯୋଜକ ତରଣୀସେନ ପଧାନ ସହଯୋଗ କରିଥିଲେ l ଶେଷରେ ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l