-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
12-Jul-2024
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ପଟlଭଡ଼ି ର ଏକ ଚ୍ୟାମ୍ବର ରେ ଜଣେ କଲେଜ ଛlତ୍ର ଙ୍କ ଆତ୍ମହତ୍ୟା ଘଟଣା ସହର ବାସୀ ଙ୍କୁ ଚକିତ କରିଛି l ସୋନପୁର କଲେଜ ର ଶେଷ ବର୍ଷ ର ଛାତ୍ର ଋତୁରାଜ ସା ବୋଲି ପୋଲିସ ଅନୁସନ୍ଧାନ ରୁ ଜଣା ପଡିଛି l ଶ୍ରୀମାନ ସା ବିନିକା ବ୍ଲକ ର କଣ୍ଟାପାଲି ଗାଁ ର ବୋଲି ଜଣl ପଡିଥିବା ବେଳେ ଗତ କାଲି ସେ କଲେଜ ସାଙ୍ଗ ମାନଙ୍କ ସହିତ କଲେଜ ର ବିଦାୟ କାଳୀନ ସମ୍ବର୍ଧନା ଉତ୍ସବ ପାଳନ ପରେ ସେ ତାର ସାଙ୍ଗ ଙ୍କ ସହିତ ପଟାଭାଡ଼ି ଚାମ୍ବର କୂ ଆସି ରାତ୍ରୀ ଯାପନ କରିଥିଲେ l ସାଙ୍ଗ ଶୋଇ ପଡିବା ପରେ ଶ୍ରୀମାନ ସା ଏହି ଘରେ ଆତ୍ମହତ୍ୟା କରିଥିବା ଜଣାଯାଇଛି l ଅର୍ଥ ଅଭାବ ନା ପ୍ରେମ ଜନିତ ଘଟଣା ସେ କେଉଁ କାରଣରୁ ନିଜ ମାନସିକ ସ୍ଥିତି ହରାଇ ସାଙ୍ଗ ଘରେ ଏତେ ବଡ ପଦକ୍ଷେପ ନେଇଛନ୍ତି ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ଥାନl ଅଧିକାରୀ ସୁଚନା ଦେଇଛନ୍ତି l