-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||     

HOME   ଜିଲ୍ଲା

ସୋନପୁର ଜିଲ୍ଲା କମସରା ପେକ୍ସ ରେ ଲକ୍ଷାଧିକ ଟଙ୍କାର ମିଥ୍ୟା ଧାନକିଣାକୁ ନେଇ ଅଭିଯୋଗ

10-Jul-2024



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ପ୍ରତିବର୍ଷ ଯୋଗାଣ ବିଭାଗ ଖରିଫ ଋତୁ ଧାନ ମଣ୍ଡି ଓ ପେକ୍ସ୍ ମାଧ୍ୟମରେ ସରକାରୀ ଦରରେ ଚାଷୀଙ୍କ ଠାରୁ ଧାନ କିଣେ। ଗତ ଖରିଫ ଋତୁରେ ମଣ୍ଡି ଓ ପେକ୍ସ୍ ଜରିଆରେ ଯୋଗାଣ ବିଭାଗ ସରକାରୀ ଦରରେ ଚାଷୀ ଙ୍କ ଠାରୁ ଧାନ କିଣା ରେ ମିଥ୍ୟା ଖର୍ଦି ଦର୍ଶାଇ ସୋନପୁର ଜିଲ୍ଲାରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା ଜଣା ପଡ଼ିଛି।ସୋନପୁର ଜିଲ୍ଲାର କମସରା ପ୍ୟାକ୍ସ ର ଧାନ କିଣା କୁ ନେଇ ହସ୍ତଗତ ହୋଇଛି ଚାଷୀ ଙ୍କ ଅଭିଯୋଗ।ମିଳିଥିବା ସୂଚନା ଅନୁଯାୟୀ ତରଭା ବ୍ଲକର କମସରା ପେକ୍ସ୍ ରେ ପ୍ରାୟ ୧୯ ଜଣ ଚାଷୀ ଙ୍କୁ ଫେକ୍ ଭେଣ୍ଡର ରସିଦ ଦେଇ ପ୍ରାୟ ୩୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଡାଟା ଏଣ୍ଟ୍ରି ଅପରେଟର ମନୋରଞ୍ଜନ ମିଶ୍ର ହଡ଼ପ କରି ଫେରାର ଥିବା ଓ ପେକ୍ସ ସମ୍ପାଦକ ଏଥିରେ ଜଡିତ ନ ଥିବା ସଫେଇ ଦେଇଥିବା ସମ୍ମୁଖ କୁ ଆସିଛି। ଫେକ ଭେଣ୍ଡର୍ ରସିଦ ପାଇଥିବା ଚାଷୀ ମାନଙ୍କ ପକ୍ଷରୁ ପାଉଁଣା ଦାବି କରି ସୋନପୁର ଡିଆରସିଏସ ଓ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରାଯିବାରୁ ଏହାର ତଦନ୍ତ ପାଇଁ ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଏଆରସିଏସ ଙ୍କ ନେତୃତ୍ୱ ରେ ଦୁଇଟି ତଦନ୍ତ କମିଟି ଗଠନ କରାଯାଇଥିବା ଜଣା ପଡ଼ିଛି।ମିଥ୍ୟା ଧାନ କିଣା ଅଭିଯୋଗ ପରେ ସୋନପୁର ଏଆରସିଏସ ପାଣୁ ଚରଣ ସାହୁ କମସରା ପେକ୍ସ କୁ ଯାଇ ଅଭିଯୋଗ ର ପ୍ରାଥମିକ ତଦନ୍ତ ପରେ ତରଭା ଥାନା ରେ ଏକ ଅଭିଯୋଗ କରିଥିବା ଜଣା ପଡ଼ିଛି।କୁମ୍ଭାରମୁଣ୍ଡା ଗ୍ରାମର ଚାଷୀ ଶକ୍ତି ସାହୁ ଙ୍କ ଅଭିଯୋଗ ଅନୁଯାୟୀ,ସେ ପାଇଥିବା ତାଙ୍କର ଦୁଇଟି ଭେଣ୍ଡର୍ ରସିଦ ର ଲକ୍ଷାଧିକ ଟଙ୍କାର ପାଉଣା ଗତ ଚାରିମାସ ହେବ ପାଇ ନ ଥିବା ବେଳେ ଅନ୍ୟ ଚାଷୀ ମାନଙ୍କର ମୋଟ ପ୍ରାୟ ୩୫ ଲକ୍ଷ ଟଙ୍କା ବକେୟା ରହିଥିବା ଅଭିଯୋଗ ରୁ ଜଣା ପଡ଼ିଛି।ଧାନ ବିକ୍ରି ଟଙ୍କା ଶୀଘ୍ର ପଡ଼ିବ କହି ପେକ୍ସ ଡିଇଓ ଦିନ ଗଡ଼ାଇ ଚାଲିଥିବା ବେଳେ ଚାଷୀ ପାଇଥିବା ଭେଣ୍ଡର୍ ସ୍ଲିପ ନକଲି ବୋଲି ଜଣା ପଡ଼ିଛି।ଚାଷୀ ନିଜ ପାଉଣା ନ ପାଇ ଧର୍ଯ୍ୟହରା ହେବାରୁ ଡିଇଓ ଶେଷରେ ଫେରାର ହୋଇଯାଇଥିବା ଚାଷୀ ଶକ୍ତି ସାହୁ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଉକ୍ତ ପେକ୍ସ ର ସମ୍ପାଦକ ଛନ୍ଦା ଚରଣ ପଣ୍ଡା ଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ଜାଣି ନ ଥିବା କହିଛନ୍ତି।ସମ୍ପାଦକ ଙ୍କ ବୟାନ ଅନୁଯାୟୀ ଗତ ଜାନୁୟାରୀ ୩୧ ତାରିଖରେ ତାଙ୍କ ପେକ୍ସ ର ଗତ ଖରିଫ ଧାନ କିଣା ଟାର୍ଗେଟ ସମାପ୍ତ ହୋଇଯାଇଥିଲା।ମୋଟ ୩୪୯ ଜଣ ଚାଷୀଙ୍କର ୪୦୩ ଟି ଭେଣ୍ଡର୍ ର ଟାର୍ଗେଟ ଥିବା, ୧୬୫୪୯.୮୬ କ୍ଵିଣ୍ଟାଲ ର ମୋଟ ୩ କୋଟି ୬୧ ଲକ୍ଷ ୨୮ ହଜାର ୩୪୪ ଟଙ୍କା ପେମେଣ୍ଟ ହୋଇ ସାରିଥିବା ବେଳେ ଆଉ କୌଣସି ଚାଷୀ ର ଧାନ ବିକ୍ରି ଟଙ୍କା ବାକି ନାହିଁ ବୋଲି କହିଥିଲେ।
କିନ୍ତୁ ଅଭିଯୋଗକାରୀ ମାନେ ବକେୟା ଟଙ୍କା ଦାବି କରୁଥିବା ଏବଂ ଡିଇଓ ଫେରାର ଥିବା ବିଷୟ ତଦନ୍ତ ସାପେକ୍ଷ।କୁମ୍ଭାରମୁଣ୍ଡା ଗ୍ରାମର ବଡ଼ ଚାଷୀ ଶକ୍ତି ସାହୁ ଙ୍କ ଅଭିଯୋଗ କ୍ରମେ ଫେବୃଆରୀ ୨ରୁ୫ ତାରିଖ ମଧ୍ୟରେ ଡିଇଓ ଧାନ ରିସିଭ କରି ଭେଣ୍ଡର୍ ରସିଦ ଦେଇଥିଲେ ହେଁ,ଏଯାବତ୍ ଟଙ୍କା ନ ଦେଇ ଫେରାର ହୋଇଥିବା ସନ୍ଦେହ ପରିସର କୁ ଆସିଛି।ଆଉ ମଧ୍ୟ ଅଭିଯୋଗ ହୁଏ କୁଆଡେ ସମ୍ପାଦକ ଲୋନୀ ଚାଷୀ ମାନଙ୍କର ପାସ ବହି,ଆଧାର କାର୍ଡ ବର୍ଷ ବର୍ଷ ଧରି ନିଜ ପାଖରେ ରଖି ଚେକ୍ ରେ ଦସ୍ତଖତ କରାଇ ବ୍ୟାଙ୍କ୍ ରୁ ଟଙ୍କା ଉଠାଇ ମନଇଚ୍ଛା ଦେଉଥିବା ଚର୍ଚ୍ଚା ହେଉଛି।ଆଉ ମଧ୍ୟ ଚର୍ଚ୍ଚା ହୁଏ ସମ୍ପାଦକ ଏବଂ ଡିଇଓ ଙ୍କ ମିଳି ଭଗତ ରେ ବିପୁଳ ପରିମାଣ ର ଧାନକୁ କଳାବଜାର ରେ ମିଲାର୍ସ କୁ ବିକି ଦେଇ ଟଙ୍କା ହଡ଼ପ କରୁଥିବା ଚର୍ଚ୍ଚାର ପରିସରକୁ ଆସିଛି।ଏଣୁ ଏହି ପେକ୍ସ ଯେଉଁ ଧାନ ମିଲ ମାନଙ୍କୁ ଧାନ ଦେଉଛନ୍ତି,ସେହି ଧାନ ମିଲ ମାନଙ୍କ ଷ୍ଟକ୍ କୁ ଯାଞ୍ଚ କଲେ ପ୍ରକୃତ ତଥ୍ୟ ଲୋକ ଲୋଚନ କୁ ଆସିବ।ଶକ୍ତି ସାହୁ ଙ୍କ ଅଭିଯୋଗ ଅନୁଯାୟୀ କୁଆଡେ ନିକଟସ୍ଥ ଲଳିତା ଧାନ ମିଲରୁ ଡିଇଓ ୧୦/୧୨ ଲକ୍ଷ ଟଙ୍କା ଆଣିଥିବା ବେଳେ ଲୋକେ ଦେଖି ସନ୍ଦେହ କରିଥିଲେ।
ତଥ୍ୟ ଜାଣିବା ପାଇଁ ସିଆଳଯୋରି ଠାରେ ଥିବା ପୂର୍ବର ଲଳିତା ବନାମ ଏବର ଶୀତଳ ଧାନ ମିଲ କୁ ଯାଇ ପଚରାଉଚୁରା କରାଯାଇଥିଲା।ମିଲ ରେ ଟାଇଟ୍ ସିକ୍ୟୁରିଟି ଦେଖିଲେ କେହି କହିବେ ନାହିଁ ଏହା ଏକ ଧାନ ମିଲ।ମିଲ ର ଚାକଚକ୍ୟ ଦେଖି ପ୍ରତୀତ ହୁଏ ସତରେ କଣ ସରକାରୀ ଧାନ ପେଶି ଏ ଠାଣି ନା ଆଉ କିଛି ରହସ୍ୟ ଅଛି ତଦନ୍ତ ସାପେକ୍ଷ।ମିଲ ରେ ଥିବା ମ୍ୟାନେଜର ଙ୍କୁ ଏ ବିଷୟରେ ପଚାରିବାରୁ ଚତୁରତାର ସହ ଅଭିଯୋଗ କୁ ଖଣ୍ଡନ କରି ଏଡାଇ ଦେଇଥିଲେ।
ଏତେ ଘଟଣା ଘଟିବା ପରେ ମଧ୍ୟ କୌଣସି ତଦନ୍ତ ହୋଇନାହିଁ।ଏଭଳି ଘଟଣା ସୋନପୁର ଜିଲ୍ଲାର ବିଭିନ୍ନ ପେକ୍ସ୍ ମାନଙ୍କରେ ହୋଇ କୋଟି କୋଟି ଟଙ୍କାର ବାଟମାରଣ ହୋଇଥିବା ଚର୍ଚ୍ଚା ହେଉଛି।ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ର ଚାରଭଟା ପେକ୍ସ୍ ରେ କୋଟିଏ ରୁ ଉର୍ଦ୍ଧ୍ବ ଦୁର୍ନୀତି, ଖାରି ପେକ୍ସ୍ ରେ ପ୍ରାୟ ୧୮ ଲକ୍ଷ ଟଙ୍କାର ହେରଫେର ବିନିକା ଚାଉଳ ଗୋଦାମ ରେ ଦୁର୍ନୀତି ଚର୍ଚ୍ଚ ହେଉଛି।ଉପରୋକ୍ତ ବିଷୟ କୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ କୁମାର ପାଣିଗ୍ରାହୀ କିମ୍ବା ଏ ସି ଏସ ଓ ପ୍ରଭାତ ଦାସ ଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥିଲେ ହେଁ ଭେଟି ପାରି ନ ଥିଲେ। 
ଚର୍ଚ୍ଚା ହେଉଛି, ପେକ୍ସ୍ ବା ମଣ୍ଡି ଜରିଆରେ ଚାଷୀ ହେଉ କି ଦଲାଲ ମାନେ ବର୍ଦ୍ଧିତ ସରକାରୀ ଧାନ ବିକ୍ରି ମୂଲ୍ୟ ହାତେଇବାକୁ ସେମାନଙ୍କ ର ପ୍ରକୃତ ଚାଷ ଜମି ବା ବାର୍ଷିକ ଖାଦ୍ୟ ବାହାରେ ପଞ୍ଜିକରଣ କରି ମୂଳ ସ୍ତରର ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ଙ୍କ ସହ ମିଳି ଭଗତ ରେ ମିଲ ଓ ଯୋଗାଣ ବିଭାଗ ର ସହାୟତାରେ ସରକାରୀ ଅର୍ଥ ଭାଗ ବଣ୍ଟା କରି ଲୁଣ୍ଠନ କରି ଚାଲିଛନ୍ତି।ଏହା ଏକ ଛୋଟ ଉଦାହରଣ।ଧାନ ମିଥ୍ୟା ବିକ୍ରି ର ରାକେଟ ସକ୍ରିୟ ଥିବା ଚର୍ଚ୍ଚା ହେଉଥିବା ବେଳେ ଅସଲି ଚାଷୀ ସରକାରୀ ଦରରେ ଧାନ ବିକ୍ରି କରିବା ରୁ

ବାଦ୍ ପଡ଼ୁଥିବା ପରିଲକ୍ଷିତ ହୁଏ।ଟାର୍ଗେଟ ବାହାରେ ଅତିରିକ୍ତ ହିସାବ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ନୁହେଁ ବରଂ କୋଟି କୋଟି ଟଙ୍କାର ହାତ ସଫେଇ ଛଡ଼ା ଆଉ କିଛି ନୁହେଁ।
ଏଭଳି ଅନିୟମିତତା କେବଳ ସୁବର୍ଣ୍ଣପୁର ଜିଲ୍ଲାରେ ହେଉଛି, ତା ନୁହେଁ ବଲାଙ୍ଗୀର ଜିଲ୍ଲା ର ପେକ୍ସ୍ ଗୁଡ଼ିକ କିଭଳି ଚାଲିଛି ତଦନ୍ତ କଲେ ଜଣା ପଡ଼ିବ।
ଚର୍ଚ୍ଚା ହୁଏ ଟାର୍ଗେଟ ବାହାରେ ଅତିରିକ୍ତ ଧାନ ମିଥ୍ୟା ଏଣ୍ଟ୍ରି କରି ବ୍ୟାଙ୍କ୍ ରୁ ଟଙ୍କା ଉଠାଇବାରେ ବିଫଳ ହେବାରୁ ଓ ଟଙ୍କା ହଡ଼ପ କରିଥିବା ସନ୍ଦେହରେ ଅଧର୍ଯ୍ୟ ହୋଇପଡ଼ି ମିଥ୍ୟା ଧାନ ବିକ୍ରି କରିବାକୁ ରେଜିଷ୍ଟ୍ରି ଭୁକ୍ତ ଭେଣ୍ଡର୍ ରସିଦ ନେଇଥିବା ଚାଷୀ ସବୁ ଅଠା ପେକ୍ସ୍ ଡି ଇ ଓ ଏବଂ ସମ୍ପାଦକ ମୁଣ୍ଡରେ ବୋଳି କଥା ପ୍ରଘଟ କରିଦେବାରୁ ଏଭଳି ଘଟଣା ଲୋକ ଲୋଚନକୁ ଆସିଛି ନା ସତରେ ଚାଷୀ ଙ୍କ ଧାନ କୁ ପେକ୍ସ୍ ବାଲେ ଅନ୍ୟତ୍ର କଳାବଜାର ରେ ବିକି ଜୁଆଖେଳି ଦେଇଛନ୍ତି ତଦନ୍ତ ସାପେକ୍ଷ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026

You Might Also Like