-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
10-Jul-2024
ବୌଦ୍ଧ (ଜୟାନନ୍ଦ ମିଶ୍ର): ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ଦୁଇ ନବନିର୍ବାଚିତ ବିଧାୟକ କହ୍ନେଇ ଚରଣ ଡାଙ୍ଗ, ସରୋଜ ପ୍ରଧାନ ଏବଂ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କୁ ସମ୍ବଦ୍ଧିତ କରାଯିବା ସହ ମତଦାତା ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଥିଲା ।
ସ୍ଥାନୀୟ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳର ବିଭିନ୍ନ ସଂଗଠନ ପକ୍ଷରୁ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ଏଥିପାଇଁ ତିନି ଜନପ୍ରତିନିଧି ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ନିର୍ବାଚିତ ହେବା ପରେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ସହ ଜିଲ୍ଲାରେ ରହିଥିବା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ ଆଦି ସମସ୍ୟାର ସ୍ଥାୟୀ ସମାଧାନ କରି ବିକଶିତ ବୌଦ୍ଧ ଜିଲ୍ଲା ଗଠନ ପାଇଁ ଅହରହ ଉଦ୍ୟମ କରିବା
ନେଇ ଦୁଇ ବିଧାୟକ ଏବଂ ସାଂସଦ ବକ୍ତବ୍ୟ ରଖିଥିଲେ। ଦଳର ଜିଲ୍ଲା ସଭାପତି ବିପ୍ରଚରଣ ମହାନ୍ତି ଏହାର ଅଧ୍ୟକ୍ଷତା କରିଥିବା ବେଳେ ଦଳର ବହୁ ବରିଷ୍ଠ ନେତା ସଚ୍ଚିଦାନନ୍ଦ ଦଲାଲ୍, ଶେଷ ମେହେରଙ୍କ ସମେତ ବହୁ ନେତା ଓ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l