-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
09-Jul-2024
ଡୁଙ୍ଗୁରିପାଲି, ତ.୯/୭-(ପ୍ରେରଣା ଖବର) :
ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟ।ବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବ ରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ସାର୍ଟିଫିକେଟ ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ପରିଚାଳନା କମିଟିର ସଦସ୍ୟ ତଥା ମାୟାବର୍ହ।ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଭକ୍ତ ଭୋଇ, ସମାଜସେବୀ ବିହାରୀ ମାଝୀ, ତର୍ଭା ବାଳିକା ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ସାହୁ, ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଅତିଥି ଶିକ୍ଷକ ମନୋଜ କୁମାର ପୁଝାରୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ି ଭଲ ମଣିଷ ହେବା ପାଇଁ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ସିତୁ, ତନୁଶ୍ରୀ , ମମତା, ପ୍ରିନ୍ସ, ବଳରାମ ବିଦ୍ୟାଳୟର ପାଠପଢ଼ା ସମୟକୁ ସ୍ମୃତିଚାରଣ କରି ଆଗାମୀ ଦିନରେ ଭଲ ମଣିଷ ହେବାକୁ ପ୍ରତିବଦ୍ଧ ହୋଇଥିଲେ।
ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବା ବେଳେ ହିନ୍ଦି ଶିକ୍ଷକ ନନ୍ଦିଘୋଷ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କିରଣ, ଲିପି, ବିଭୀଷଣ, ସୁରଜ୍ ଓ ଗୋପାଳ ସହଯୋଗ କରିଥିଲେ ।