-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
09-Jul-2024
ବରଗଡ଼/ପଦ୍ମପୁର(ପ୍ରେରଣା ଖବର) ବରଗଡ ଜିଲ୍ଲା ପଦ୍ମପୁର ସ୍ଥିତ ରଜାପଡା ଠାରେ ରଥଯାତ୍ରା ଧୁମ୍ ଧାମ ମନ୍ଦିରର ଚତୁର୍ଦ୍ଧାମୂର୍ତ୍ତି ରଥା ରୂଢ ହୋଇ ଅପରାନ୍ହ ୪.୩୦ ମିନିଟରେ ରଜାପଡା କମିଟି ଓ ପଦ୍ମପୁର ସହିତ ଆଖପାଖ ଗାଁ ର ଶ୍ରଦ୍ଧାଳୁ ଓ ମା ମାଉସୀ ମାନେ ରଥ ଟାଣି ନେଇଥିଲେ । ଝିପି ଝିପି ବର୍ଷା ସତ୍ୱେ ବହୁତ ଭିଡ଼ ପରିଲକ୍ଷିତ ହୋଇଥିଲା। ସନ୍ଧ୍ୟା ଘ.୬ ଣ୍ଟା ସମୟରେ ଭେଉଁରିଆ ଛକ ପାଖକୁ ରଥ ଆସିବା ପରେ ମାଉସୀ ମାଁ ମନ୍ଦିର ପୂଜା କମିଟିର ସମସ୍ତ ସଦସ୍ୟ ଓ ଶାନ୍ତିନଗର , ମୈତ୍ରୀନଗର,ମାଷ୍ଟର କଲୋନୀ ଓ ପଦ୍ମପୁର ର ଭକ୍ତ ଗଣ ପଣ୍ଡିତ ଶ୍ରୀ ଅତ୍ରାହି ଭଞ୍ଜନ ପାଣିଗ୍ରାହୀଙ୍କ ପୌରହିତ୍ୟରେ ମାଁ ମାଉସୀ ମାନେ ରଥ ଓ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ସ୍ୱାଗତ କରି ପୂଜାଚ୍ଚର୍ନା କରି ରଥ ଟାଣିଥିଲେ। ଶାନ୍ତିନଗର ସ୍ଥିତ ମାଁଉସି ମାଁ ମନ୍ଦିର କୁ ନେଇଯାଇଥିଲେ । ରଥ ଯାତ୍ରା ଦେଖିବାକୁ ଲୋକଙ୍କ ଭିଡ଼ ଜମି ଥିଲା ।