-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
08-Jul-2024
ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗୀରର ଅଗ୍ରଣୀ ଅନୁଷ୍ଠାନ ଖୁସି କଲଚରାଲ ଓ ରିସର୍ଚ ଏକାଡେମୀର ବାର୍ଷିକୋତ୍ସବ ୨୦୨୪ ସ୍ଥାନୀୟ ଟାଉନ ବାଳିକା ଉଚ୍ଚବିଦ୍ୟାଳୟ ମୁକ୍ତ ମଞ୍ଚରେ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ବଲାଙ୍ଗୀରର ସମୃଦ୍ଧ କରା ସଂସ୍କୃତି ଓ ପରଂପରାକୁ ଆଗକୁ ନେବାରେ ବଲାଙ୍ଗୀରର ବିଭିନ୍ନ କଳାକାର ଅନୁଷ୍ଠାନର ଭୂମିକାକୁ ପ୍ରଶଂସା କରିବା ସହ ଆନୁଷ୍ଠାନିକ ବିକାଶରେ ତାଙ୍କର ସହଯୋଗ ସବୁବେଳେ ରହିବ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଯୋଗ ଦେଇ ସଂଗୀତ, ନୃତ୍ଯରେ ବଲାଙ୍ଗୀର ର ବିଶେଷତ୍ବ ଓ କଳାକାର ମାନଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ। ଅନୁଷ୍ଠାନର ସଂପାଦିକା ଗୁରୁ ସୁଶ୍ରୀ ଜ୍ୟୋତିରେଖା ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ। କବି ରତ୍ନମୟ ତ୍ରିପାଠୀଙ୍କ ମନୋଜ୍ଞ ସଂଯୋଜନାରେ ସଭାକାର୍ଯ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ଛାତ୍ରୀମାନେ ଓଡିଶୀ,ଲୋକନୃତ୍ଯ ଓ ଆଧୁନିକ ଫ୍ୟୁଜନ ନୃତ୍ଯ ପରିବେଷଣ କରି ଉପସ୍ଥିତ ଦର୍ଶକ ମାନଙ୍କୁ ବିଭୋର କରିଦେଇଥିଲେ।ଶେଷରେ ଦେବାଶୀଷ ବାବୁ ଧନ୍ୟବାଦ ଅର୍ପଣ କରିଥିଲେ।