-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
07-Jul-2024
ବିନିକା, ତା ୭/୭:(ପ୍ରେରଣା ଖବର) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ସିଂହିଯୁବା ହାଇସ୍କୁଲରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଗଛ ଆମର ଦେବତା, ଗଛ ଆମର ମାଆ, ଗଛ ଜନ ଓ ଜଙ୍ଗଳରେ ଜୀବନ ସଂଚାରଣ କରିଥାଏ ଓ ପରିବେଶ କୁ ସବୁଜିମାରେ ଭାରି ରଖିଥାଏ ବୋଲି ପ୍ରଧାନଶିକ୍ଷକ ରବିଚନ୍ଦ୍ର ପଶାୟତ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ସଚେତନ ସଭାରେ ଅତିଥି ବୃନ୍ଦ ମତବ୍ୟକ୍ତ କରିଛନ୍ତି । ମୁଖ୍ୟଅତିଥି ରୂପେ ବିନିକା ତହସିଲଦାର ସୀତାରାମ ଭୋଇ, ସମ୍ମାନିତ ନିତ ଅତିଥି ଭାବେ ବିନିକା ରେଞ୍ଜର ଡମ୍ବରୁଧର ପଧାନ, ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ପ୍ରମୋଦ ପଣ୍ଡା, ଅନ୍ୟତମ ଅତିଥି ଭାବରେ ବିନିକା ଫରେଷ୍ଟର ଜନ୍ମଜୟ ମାଝୀ ଉକ୍ତ ଉତ୍ସବରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମକୁ ଅତିଥି ଶିକ୍ଷକ ପ୍ରେମରାଜ ପତି ସଂଯୋଜନା କରିଥିଲେ । ଜୁନିୟର ରେଡ କ୍ରସ ର ସ୍ବେଚ୍ଛାସେବୀ, ସ୍କାଉଟ ଟ୍ରୁପ, ସ୍କୁଲ ପରିଚାଳନା କମିଟି ର ପବିତ୍ର ଶର୍ମା, ମହିଳା ଏସଏଚଜି ମହିଳା, ଗ୍ରାମର ବନ ସୁରକ୍ଷା ସମିତି ସଦସ୍ୟ ସଦସ୍ୟା, ସମସ୍ତ ଶିକ୍ଷକ ବୃନ୍ଦ ମିଳିତ ଭାବରେ ସ୍କୁଲ ପ୍ରାଙ୍ଗଣ ଓ ଖେଳ ପଡିଆ ରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ ।
କାର୍ଯ୍ୟକ୍ରମରେ ଶିକ୍ଷକ ପଞ୍ଚାନନ ପଣ୍ଡା, ପଦ୍ମନାଭ ମାହାଣ।,କୁଞ୍ଜବିହାରୀ ପଣ୍ଡା, ସଦାନନ୍ଦ, ବିଜୟ ପ୍ରମୁଖ ସହଯୋଗ କରିଥିଲେ । ଶିକ୍ଷକ ଶିବ ଶଙ୍କର ଭୋଇ ଧନ୍ୟବାଦ ଅର୍ପଣ କରିଥେଲେ ।