-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Jul-2024
ତୁଷୁରା(ପଞ୍ଚାନନ ନାଏକ) ରଥଯାତ୍ରା ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ତୁଷୁରା ସହର ସ୍ଥିତ ତୋଷାଳୀ ବିଦ୍ୟାମନ୍ଦିର ପରିସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ ସଂଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା। ସଂଗୀତରେ ପ୍ରଥମ- ଅନନ୍ୟା ମଲ୍ଲିକ, ଦ୍ବିତୀୟ- ପ୍ରିନସେସ ସୋନମ ଦାସ ଓ ତୃତୀୟ- ପ୍ରଗତି ଠାକୁର ସ୍ଥାନ ଅଧିକାର କରିଥିବା ବେଳେ ନୃତ୍ୟରେ ପ୍ରଥମ- ଧର୍ମରାଜ ଧରୁଆ, ଦ୍ବିତୀୟ- ଝରଣା ସୁନା ଓ ତୃତୀୟ- ପ୍ରଗତି ଠାକୁର ସ୍ଥାନ ଅଧିକାର କରିଥିଲେ। ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କ ସଭାପତିତ୍ବରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପ୍ରତିଷ୍ଠାତା ଶ୍ୟାମସୁନ୍ଦର ପ୍ରଧାନ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଥିବା ବେଳେ ହେମନ୍ତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥିବୃନ୍ଦ ପ୍ରତିଯୋଗିତାରେ କୃତ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଭୋଇ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ସୁରଜ ଭୋଇ, କାମଦେବ ପ୍ରଧାନ, ପିତାମ୍ବର ସା, ସଞ୍ଜୟ ସାଇଁ, ପ୍ରଦ୍ମନାଭ ସାହୁ, ଆର୍ୟ୍ୟବ୍ରତ ସରାଫ, ନିବେଦିତା ମହାପାତ୍ର, ଅଞ୍ଜଳି ବିଶ୍ବାଳ, ମମତାମୟୀ ସାହୁ, ସରସ୍ଵତୀ ପ୍ରଧାନ, ବିଦ୍ୟା ଭୋଇ, ରୋଜି ସାହୁ ଆଦି ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଶିକ୍ଷକ ରୋହିତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।