-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
05-Jul-2024
କୋକସରା (ତ୍ରିନାଥ ବେଶ୍ରା )
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲର ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ 122 ତମ ମହାସମାଧି ଦିବସ ପାଳିତ ହୋଇଯାଇଅଛି | ସ୍ୱାମୀଜୀ ଙ୍କ ଆଦର୍ଶ ଓ ରାଷ୍ଟ୍ର ଗଠନ ରେ ଛାତ୍ର ଛାତ୍ରୀଙ୍କ ଭୂମିକା ବିଷୟ ରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା | ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସ୍ୱାମୀ ବିବେକାନନ୍ଦ ଙ୍କ ଜୀବନୀ ଓ ଯୁବସମାଜ ପ୍ରତି ଆହ୍ୱାନ ସମ୍ବଦ୍ଧ ରେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ |ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଂଚଳ ର ଶତାଧିକ ବୁଦ୍ଧିଜୀବୀ, ସମାଜସେବୀ ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମ ଟିକୁ ଶିକ୍ଷକ ସମ୍ପଦ ମୁଣ୍ଡ ପରିଚାଳନା କରିଥିଲେ | ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ସାମନ୍ତରା, ମନୀଷା ସିନ୍ନା, ସାଧନା ପ୍ରଧାନ, ଚନ୍ଦ୍ରପ୍ରଭା ମିଶ୍ର, ଅପରାଜିତା ମଲ୍ଲିକ, ସୁରଶ୍ମିତା ତ୍ରିପାଠୀ, ଚଞ୍ଚଳା ଶର୍ମା ଓ ସରିତା ଵାଗେଲ ସମେତ ସହଯୋଗ କରିଥିଲେ |