-+91-9937148622 |
prerana_bgr@rediffmail.com |
Sunday 15th March 2026 |
R.N.I. Regd No. ODIODI/2010/46693
Breaking News
04-Jul-2024
କଣ୍ଟାମାଳ( ଜୟ କୁମାର ମହାରଣା ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ମିଳିତ ଗ୍ରାମ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି |ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଂଜୀବ କୁମାର ପ୍ରହରାଜ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସୌଦାମିନୀ ମଲିକ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ବୃକ୍ଷ ରୋପଣ କରିବା ପାଇଁ କହିଥିଲେ |ପରେ ବିଦ୍ୟାଳୟ ପରିସରରେ ଏକ ଶହ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା |ଶିକ୍ଷକ ଉମାକାନ୍ତ ପରିଡା, ଶିକ୍ଷୟିତ୍ରୀ ନିରୁପମା ମହାପାତ୍ର, ଜସ୍ମିତା ସ୍ମିତା ଦେବୀ,ସଂଗୀତା ଦଣ୍ଡେଶ, ସୋନାଲି ପ୍ରିୟଦର୍ଶିନୀ,ରିଙ୍କୁ ଝାଙ୍କର, ଖେଳ ଶିକ୍ଷକ ଅରୁଣ ଖଟୁଆ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ |